ମ୍ୟାଚ୍ ସମୟରେ ପଡ଼ିଆ ମଝିରେ ଏ କ’ଣ କହିଦେଲେ ରୋହିତ, ଭାଇରାଲ ହେଲା ଭିଡିଓ

Advertisment

ଭାରତ ଓ ବାଂଲାଦେଶ ମଧ୍ୟରେ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯାଉଛି। ଏମଧ୍ୟରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ଏକ ଭିଡିଓ ଖୁବ ଭାଇରାଲ ହେଉଛି।

ଭାରତ ଓ ବାଂଲାଦେଶ ମଧ୍ୟରେ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯାଉଛି। ଏମଧ୍ୟରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ଏକ ଭିଡିଓ ଖୁବ ଭାଇରାଲ ହେଉଛି।

rohitt

ଚେନ୍ନାଇ: ଭାରତ ଓ ବାଂଲାଦେଶ ମଧ୍ୟରେ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯାଉଛି। ଏହି ସିରିଜର ପ୍ରଥମ ମ୍ୟାଚରେ ଭାରତ ୬ ଓ୍ବିକେଟ ହରାଇ ୩୩୯ ରନ କରିଥିଲା । ଭାରତ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ବି ରବିଚନ୍ଦ୍ରନ ଅଶ୍ବିନ ଓ ରବୀନ୍ଦ୍ର ଜାଦେଜାଙ୍କ ଲଢୁଆ ବ୍ୟାଟିଂ ଫଳରେ ମ୍ୟାଚକୁ ନିଜ ହାତମୁଠାକୁ ଆଣିଥିଲା ଭାରତ। ଭାରତର ଏହି ପ୍ରଦର୍ଶନକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଅଧିନାୟକ ରୋହିତ ଶର୍ମାଙ୍କ ଏକ ଭିଡିଓ ଖୁବ ଭାଇରାଲ ହେଉଛି।

ଭିଡିଓରେ ସେ ନିଜର ଜଣେ ସାଥୀ ଖେଳାଳିଙ୍କୁ ଡାକୁଥିବା ଭଳି ମନେ ହେଉଛି। 'ଓଏ...ସବୁ ଶୋଇଗଲ' ବୋଲି କହି ସେ ଜୋର‌ରେ ପାଟି କରି ଡାକୁଥିବା ଭାଇରାଲ ଭିଡିଓ ଦେଖିବାକୁ ମିଳିଛି। ତେବେ ସେ କାହାକୁ ଏଭଳି ଡାକୁଥିଲେ, ତାହା ସାମ୍ନାକୁ ଆସିନାହିଁ।

ଦେଖିବାକୁ ଗଲେ ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ‌ବି ରୋହିତ ନିଜ ସାଥୀମାନଙ୍କୁ ପଡ଼ିଆ ମଝିରେ ରାଗୁଥିବାର ଦେଖାଯାଇଛି, ଯାହାର ମଜାଦାର ଭିଡିଓ ସାମ୍ନାକୁ ଆସିସାରିଛି।

ଏ ଖବର ପଢ଼ନ୍ତୁ- https://sambad.in/entertainment/tirupati-prasad-laddu-controversy-actor-prakash-raj-questioned-deputy-chief-minister-pawan-kalyan-appeal-for-action-7083380

ଏ ଖବର ପଢ଼ନ୍ତୁ-

https://sambad.in/entertainment/praveen-dabas-injured-in-car-accident-admit-in-hospital-preeti-jhangiani-gave-his-health-update-7083247

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe