୧୯ ବର୍ଷରୁ କମ୍ ବିଶ୍ବକପ୍‌ ଅମ୍ପାୟାର ତାଲିକାରେ ଅନିଲ ଏକମାତ୍ର ଭାରତୀୟ

Advertisment
୧୯ ବର୍ଷରୁ କମ୍ ବିଶ୍ବକପ୍‌ ଅମ୍ପାୟାର ତାଲିକାରେ ଅନିଲ ଏକମାତ୍ର ଭାରତୀୟ

The Hindu

ଦୁବାଇ : ୧୯ ବର୍ଷରୁ କମ୍ କ୍ରିକେଟ୍‌ ବିଶ୍ବକପ୍ ପ୍ରତିଯୋଗିତାରେ ଭାରତରୁ ଅନୀଲ ଚୌଧୁରୀଙ୍କୁ ମ୍ୟାଚ୍ ପରିଚାଳକ ଭାବେ ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ (ଆଇସିସି) ନିଯୁକ୍ତି ଦେଇଛି। ବିଶ୍ବକପ୍‌ର ମୋଟ ୧୯ ମ୍ୟାଚ୍ ପରିଚାଳକଙ୍କ ମଧ୍ୟରେ ସ୍ଥାନ ପାଇଥିବା ୫୪ ବର୍ଷୀୟ ଅନୀଲ ଏକମାତ୍ର ଭାରତୀୟ ରହିଛନ୍ତି। ସେ ଅଦ୍ୟାବଧି ୨୦ ଦିନିକିଆ ଓ ୨୭ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ପରିଚାଳନା କାର୍ଯ୍ୟ ସମ୍ପାଦନ କରିସାରିଛନ୍ତି। ମନୋନୀତ ମ୍ୟାଚ୍ ପରିଚାଳକ ପ୍ରତ୍ୟେକ ପ୍ରଥମ ପର୍ଯ୍ୟାୟରେ ପଡ଼ିଆ ଭିତରେ ୫ ଲେଖାଏଁ ମ୍ୟାଚ୍‌ ପରିଚାଳନା ଦାୟିତ୍ବ ପାଇଥିଲା ବେଳେ ୮ ମ୍ୟାଚ୍‌ରେ ଟିଭି ଅମ୍ପାୟାର ରହିବେ। ଏତଦ୍‌ବ୍ୟତୀତ ଆଇସିସି ୩ ଜଣ ମ୍ୟାଚ୍ ରେଫ୍‌ରିଙ୍କୁ ମଧ୍ୟ ବିଶ୍ବକପ୍‌ରେ ନିଯୁକ୍ତି ଦେଇଛି। ଦକ୍ଷିଣ ଆଫ୍ରିକା ଓ ଆଫ୍‌ଗାନିସ୍ତାନ ମଧ୍ୟରେ ବିଶ୍ବକପ୍‌ର ଉଦ୍‌ଘାଟନୀ ମ୍ୟାଚ୍‌କୁ ଦୁଇ ଅଭିଜ୍ଞ ମ୍ୟାଚ୍ ପରିଚାଳକ ୱେନ୍‌ ନାଇଟ୍ସ ଓ ରବୀନ୍ଦ୍ର ଵିମଲାସିରି ପରିଚାଳନା କରିବେ। ତେବେ ଆଇସିସିର ବରିଷ୍ଠ ମ୍ୟାଚ୍ ପରିଚାଳକ ତଥା ରେଫ୍‌ରି ଆଡ୍ରିଆନ୍ ଗ୍ରିଫିଥ୍ କହିଛନ୍ତି, ଚଳିତ ବର୍ଷ ଏହା ଆଇସିସିର ଏକ ଗୁରୁତ୍ବପୂର୍ଣ୍ଣ ପ୍ରତିଯୋଗିତା। ଯୁବ ଖେଳାଳି ସଫଳ ହେଲେ ବିଶ୍ବସ୍ତରରେ ଆଗକୁ ବଢ଼ିପାରିବେ ବୋଲି ସେ ସୂଚନା ଦେଇଛନ୍ତି। ବିଶ୍ବକପ୍‌ରେ ସ୍ଥାନ ପାଇଥିବା ମ୍ୟାଚ୍ ପରିଚାଳକ ଓ ରେଫ୍‌ରିଙ୍କ ନାମ ନିମ୍ନରେ ଉଲ୍ଲେଖ କରାଗଲା।

ମ୍ୟାଚ୍ ପରିଚାଳକ: ରୋଲାଣ୍ଡ ବ୍ଲାକ୍‌, ଅହମ୍ମଦ ଶାହ ପକ୍ତିନ, ସାମ ନୋଗାସ୍କି, ସର୍ଫୁଦୌଲା ଇବନେ ସାହିଦ, ଇଆନ ଗୁଲ୍ଡ, ୱେନ୍‌ ନାଇଟ୍ସ, ରସିଦ୍ ରିଆଜ ଵାକର, ଅନିଲ ଚୌଧୁରୀ, ପାଟ୍ରିକ ବୋଙ୍ଗାନି ଜେଲେ, ଇକ୍‌ନୋ ଚାବି, ନିଗେଲ୍ ଡୁଗୁଇଡ, ରବୀନ୍ଦ୍ର ଵିମଲାସିରି, ମାସୁଦୁର ରେହମାନ ମୁକୁଲ, ଆସିଫ ୟାକୁବ, ଲେସ୍‌ଲି ରିଫର, ଆଡ୍ରିଆନ୍ ହୋଲ୍ଡଷ୍ଟକ।

ମ୍ୟାଚ୍ ରେଫ୍‌ରି: ଗ୍ରେମ୍‌ ଲାବ୍ରୟ, ସଇଦ ଵାଦ୍‌ଭଲ୍ଲା, ଫିଲ ହ୍ବିଟିକେସ୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe