ଅନିଲ ଗୋଚ୍ଛିକାର ଓଡ଼ିଶାଶ୍ରୀ: ବଲାଲ୍‌ ଖାନ୍‌ଙ୍କୁ ବଳିଷ୍ଠ ସ୍ୱାସ୍ଥ୍ୟ ସମ୍ମାନ

Advertisment
ଅନିଲ ଗୋଚ୍ଛିକାର ଓଡ଼ିଶାଶ୍ରୀ: ବଲାଲ୍‌ ଖାନ୍‌ଙ୍କୁ ବଳିଷ୍ଠ ସ୍ୱାସ୍ଥ୍ୟ ସମ୍ମାନ

ବ୍ରହ୍ମପୁର: ବ୍ରହ୍ମପୁର ଷ୍ଟାଡିୟମରେ ଅନୁଷ୍ଠିତ ୧୫ତମ ରାଜ୍ୟ ସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ପୁରୀର ଅନିଲ ଗୋଚ୍ଛିକର ଶ୍ରେଷ୍ଠ ପ୍ରଦର୍ଶନ କରି ଓଡ଼ିଶା ଶ୍ରୀ (ମିଷ୍ଟର ଓଡ଼ିଶା) ଭାବେ ସମ୍ମାନୀତ ହୋଇଛନ୍ତି। ପୂର୍ବରୁ ସେ ୪ ଥର ଓଡ଼ିଶାଶ୍ରୀ ହୋଇଥିଲେ। ଏଥର କିନ୍ତୁ କଡ଼ା ମୁକାବିଲା କରିବାକୁ ପଡ଼ିଥିଲା ବୋଲି ପ୍ରକାଶ କରିଛନ୍ତି। ଅନିଲ୍‌ ୭୫ କେଜି ବର୍ଗରେ ପ୍ରଥମ ସ୍ଥାନ ହାସଲ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ଅନ୍ୟପକ୍ଷେ ଗଂଜାମ ଜିଲ୍ଲା ଛତ୍ରପୁରର ବଲାଲ୍‌ ଖାନ୍‌ ୭୦ କେଜି ବର୍ଗରେ ବିଜେତା ହେବା ସହ ପ୍ରତିଯୋଗିତାରେ ବଳିଷ୍ଠ ସ୍ୱାସ୍ଥ୍ୟ (ବେଷ୍ଟ୍‍ ଇମ୍ପ୍ରୁଭ୍‌ଡ ବଡ଼ି) ପାଇଁ ସମ୍ମାନିତ ହୋଇଛନ୍ତି।
୫୫ କେଜି ବର୍ଗରେ ଝାରସୁଗୁଡ଼ାର ରାଜେଶ କୁମାର ତେମୁରକର୍‌, ୬୦ କେଜି ବର୍ଗରେ ପୁରୀର ଅଜୟ କୁମାର ମନ୍ତ୍ରୀ, ୬୫ କେଜି ବର୍ଗରେ ଗଂଜାମର ବ୍ରଜବନ୍ଧୁ ସୁଆର, ୮୦ ଜେି ବର୍ଗରେ ଭୁବନେଶ୍ୱରର ରଶ୍ମୀରଂଜନ ସାହୁ, ୮୫ କେଜି ବର୍ଗରେ ସୁପ୍ରତିଭ ଖୁଣ୍ଟିଆ, ୯୦ କେଜି ବର୍ଗରେ ଭୁବନେଶ୍ୱରର ଛୁୁଟ୍‌କୁ ଦତ୍ତ, ୧୦୦ କେଜି ବର୍ଗରେ ପୁରୀର ସତ୍ୟଜିତ ପ୍ରତିହାରୀ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ବିଚାରକ ଭାବେ କିଶୋର ମିଶ୍ର, ଡ.ଭାରତୀକୃଷ୍ଣ ବ୍ରହ୍ମା, ଭବାନୀଶଙ୍କର ସାହୁ, ମନ୍ମଥ ମିଶ୍ର, ଉମାଚରଣ ଶତପଥୀ, ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ, ଅଜୟ କୁମାର ମହାପାତ୍ର, ସୋମନାଥ ନନ୍ଦ, ବି ଭେଣୁଗୋପାଳ ରାଓ, ସଂଜୟ ଶତପଥୀ, ବିଶ୍ୱମ୍ବର ବହିଦାର୍‌ ଯୋଗ ଦେଇଥିଲେ। ଆସନ୍ତା ବର୍ଷ ଏହି ପ୍ରତିଯୋଗିତା ବଲାଙ୍ଗୀରରେ ହେବ। ଓଡ଼ିଶା ବଡିବିଲ୍ଡିଂ ଆସୋସିଏସନ୍‌ର ସଭାପତି ଇଂ.ଚିତ୍ତରଂଜନ ସ୍ୱାଇଁ. ସମ୍ପାଦକ ପ୍ରସନ୍ନ ମହାସୁଆରଙ୍କ ସମେତ ସମସ୍ତ କର୍ମକର୍ତ୍ତା, ଆୟୋଜକ ଅନୁଷ୍ଠାନର କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ। ରାଜେଶ ବାବୁ ଆଚାରୀ ପୁରସ୍କାର ବିତରଣୀ ଉତ୍ସବ ପରିଚାଳନା କରିଥିବା ବେଳେ ଅର୍ଜୁନ ପୁରସ୍କାର ବିଜେତା କେରବି କୁମାର ପ୍ରତି ବର୍ଗର ବିଜେତାଙ୍କୁ ପଦକ ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe