ଆଇଓଏ କାର୍ଯ୍ୟକାରୀ ସଭାପତି ପଦ ଛାଡ଼ିଲେ ଅନିଲ ଖାନ୍ନା

ଆଇଓଏ କାର୍ଯ୍ୟକାରୀ ସଭାପତି ପଦ ଛାଡ଼ିଲେ ଅନିଲ ଖାନ୍ନା

India TV News

ନୂଆ‌ଦିଲ୍ଲୀ: ବରିଷ୍ଠ କ୍ରୀଡ଼ା ପ୍ରଶାସକ ଅନିଲ ଖାନ୍ନା ବୁଧବାର ଭାରତୀୟ ଅଲିମ୍ପିକ୍‌ ସଂଘ (ଆଇଓଏ)ର କାର୍ଯ୍ୟକାରୀ ସଭାପତି ପଦ ଛାଡ଼ିଛନ୍ତି। ଦୁଇ ସପ୍ତାହ ତଳେ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ‘କାର୍ଯ୍ୟକାରୀ କିମ୍ବା ଅନ୍ତରୀଣ ସଭାପତି’ ପଦକୁ ସ୍ବୀକୃତି ଦେବନି ବୋଲି କହିଥିଲା। ଆଇଓସି ଚଳିତ ମାସ ୮ ତାରିଖରେ ଆଇଓଏକୁ ନିଲମ୍ବନ କରିବାକୁ ଚେତାବନୀ ଦେଇଥିଲା। ଏଥିସହ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ନିର୍ବାଚନ ସାରିବାକୁ ମଧ୍ୟ କହିଥିଲା। କୋର୍ଟଙ୍କ ନିର୍ଦେଶ ପରେ ନରିନ୍ଦର ବାତ୍ରା ଆ‌ଇଓଏ ସଭାପତି ପଦରୁ ଇସ୍ତାଫା ଦେଇଥିଲେ। ଏହା ପରେ ଖାନ୍ନା ଏହି ଦାୟିତ୍ବ ନେଇଥିଲେ। ‌

ବରିଷ୍ଠ ଉପସଭାପତି ଥିବା ଖାନ୍ନା କହିଛନ୍ତି ଯେ ମୁଁ ଆଇଓସିର ନିଷ୍ପତ୍ତିକୁ ସମ୍ମାନ ଜଣାଇ ପଦ ଛାଡ଼ିଛି। ୨୦୧୧ରେ ଆଇଓସି ସାଧାରଣ ବୈଠକରେ ନି‌ଷ୍ପତ୍ତି ହୋଇଥିଲା ଯେ ସଭାପତି ପଦ କୌଣସି କାରଣରୁ ଖାଲି ପଡ଼ିଲେ ନିର୍ବାଚନ ହେବା ପର୍ଯ୍ୟନ୍ତ ଜଣେ କାର୍ଯକାରୀ ସଭାପତି ରହିବେ। ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସମୟରେ ଦୁର୍ନୀତି ‌ମାମଲାରେ ତତ୍‌କାଳୀନ ଆଇଓଏ ସଭାପତି ସୁରେଶ କାଲମାଡ଼ି ଗିରଫ ହେବାରୁ ବରି‌ଷ୍ଠ ଉପସଭାପତି ଥିବା ଭିକେ ମାଲହୋତ୍ରା ଏହି ଦାୟିତ୍ବ ନେଇଥିଲେ। ଚଳିତ ବର୍ଷ ଜୁନ୍‌ ୨୪ରେ ମଧ୍ୟ ଦିଲ୍ଲୀ ହାଇକୋର୍ଟ ଏହା ଉପରେ ସମ୍ମତି ଦେଇଥିଲେ ବୋଲି ଖାନ୍ନା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe