ଜନ୍ମଦିନ ସ୍ୱତନ୍ତ୍ର: କୁମ୍ବଲେଙ୍କ ୧୦ ଓ୍ଵିକେଟ ବଳରେ ସେଦିନ ପାକିସ୍ତାନକୁ ହରାଇଥିଲା ଭାରତ

Advertisment
ଜନ୍ମଦିନ ସ୍ୱତନ୍ତ୍ର: କୁମ୍ବଲେଙ୍କ ୧୦ ଓ୍ଵିକେଟ ବଳରେ ସେଦିନ ପାକିସ୍ତାନକୁ ହରାଇଥିଲା ଭାରତ

ନୂଆଦିଲ୍ଲୀ: ଟେଷ୍ଟ କ୍ରିକେଟରେ ମୁଥେୟା ମୁରଲିଧରନ(୮୦୦) ଓ ସେନ ଓ୍ଵାର୍ଣ୍ଣ (୭୦୮) ପରେ ତୃତୀୟ ସଫଳତମ ବୋଲର ଭାବରେ ଅନିଲ କୁମ୍ବଲେ (୬୧୯)ଙ୍କ ନାମ ଚର୍ଚ୍ଚାକୁ ଆସିଥାଏ। ଏହି ଭାରତୀୟ ବୋଲର ଏକଦା ପାକିସ୍ତାନର ସମସ୍ତ ଖେଳାଳିଙ୍କୁ ପାଭଲିଅନ ପଠାଇ ଦେଶକୁ ବିଜୟ ଦେଇଥିଲେ।

କୁମ୍ବଲେଙ୍କ ଆଜି ଅକ୍ଟୋବର ୧୭ରେ ୪୮ତମ ଜନ୍ମଦିନ ପାଳନ କରୁଛନ୍ତି। ବର୍ଷ ୧୯୯୦ରେ ପ୍ରଥମ ଥର ଭାରତୀୟ ଟିମର ସଦସ୍ୟ ହେବା ପରେ ପଛକୁ ଫେରି ନଥିଲେ। ସେ ଜଣେ ବିଶ୍ୱର ଭଲ ବୋଲର ଭାବରେ ନିଜକୁ ପ୍ରତିଷ୍ଠା କରିପାରିଛନ୍ତି। ଦେଶ ହେଉ ଅଥବା ବିଦେଶ ହେଉ କୁମ୍ବଲେଙ୍କ ପ୍ରଦର୍ଶନ ସମସ୍ତେ ଦେଖିଛନ୍ତି। କୁମ୍ବଲେଙ୍କ ପ୍ରଦର୍ଶନ ଯୋଗୁଁ ଭାରତ ଅନେକ ଥର ବଡ଼ ବଡ଼ ଦଳକୁ ସହଜରେ ପରାସ୍ତ କରିଛି।

ବର୍ଷ ୧୯୯୯ ଫେବ୍ରୁଆରି ୭ କୁମ୍ବଲେଙ୍କ ପାଇଁ ସ୍ମରଣୀୟ ଦିନ। ସେ ପାକିସ୍ତାନ ବିରୋଧରେ ସମସ୍ତ ଓ୍ଵିକେଟ ନେଇଥିଲେ। ଏଭଳି କାମ କରିବାରେ ସେ ହୋଇଯାଇଥିଲେ ବିଶ୍ୱର ୨ୟ ବୋଲର। ଅନିଲଙ୍କ ପୂର୍ବରୁ ଇଂଲଣ୍ଡର ଅଫ୍‌ ସ୍ପିନର ଜିମ ଲେକର ବର୍ଷ ୧୯୫୬ରେ ଅଷ୍ଟ୍ରେଲିଆ ବିପକ୍ଷରେ ଇନିଂସର ସମସ୍ତ ଓ୍ଵିକେଟ (୫୧.୨-୨୩-୫୩-୧୦) ନେଇଥିଲେ।

ବର୍ଷ ୧୯୯୯ ଫେବ୍ରୁଆରି ୪ ରୁ ୭ ପର୍ଯ୍ୟନ୍ତ ଦିଲ୍ଲୀର ଫିରୋଜଶାହ କୋଟଲା ଷ୍ଟାଡିୟମରେ ଟେଷ୍ଟ ମ୍ୟାଚରେ ସ୍ପିନର କୁମ୍ବଲେ ଗୋଟିଏ ଇନିଂସରେ ୨୬.୩ ଓଭରରେ ୯ ମ୍ୟାଡେନ ସହିତ ୭୪ ରନ ଦେଇ ୧୦ ଓ୍ଵିକେଟ ନେଇଥିଲେ। ଏହି ମ୍ୟାଚରେ ୪୨୦ ରନ ବିଜୟ ଲକ୍ଷ୍ୟ ନେଇ ପାକିସ୍ତାନ ବ୍ୟାଟିଂ କରିଥିଲା। ଓପନର ସାହିଦ ଆଫ୍ରିଦୀ ଓ ସଇଦ ଅନଓ୍ଵାର ଯୋଡ଼ି ୧୦୧ ଯୋଡ଼ି ଥିଲେ କିନ୍ତୁ ସମସ୍ତ ଖେଳାଳି ମାତ୍ର ୨୦୭ ରନ୍‌ରେ ଅଲ୍‌ ଆଉଟ୍‌ ହୋଇ ଯାଇଥିଲେ। ଭାରତ ଏହି ଟେଷ୍ଟ ମ୍ୟାଚରେ ୨୧୨ ରନ୍‌ରେ ପାକିସ୍ତାନକୁ ପରାସ୍ତ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe