ଆଉ ଏକ ମାଇଲଖୁଣ୍ଟ ଅପେକ୍ଷାରେ କୋହଲି

ଆଉ ଏକ ମାଇଲଖୁଣ୍ଟ ଅପେକ୍ଷାରେ କୋହଲି

Rediffmail

ଭାରତର ତାରକା ବ୍ୟାଟର ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ୍‌ ଶୃଙ୍ଖଳା ଅବସରରେ ତାଙ୍କ ଜାଜୁଲ୍ୟମୟ କ୍ୟାରିୟରରେ ଆଉ ଏକ ମାଇଲଖୁଣ୍ଟ ଛୁଇଁବା ସୁଯୋଗରେ ରହିଛନ୍ତି। ଭାରତର ରନ୍‌ ମେସିନ୍‌ ଭାବେ ପରିଗଣିତ କୋହଲି ଆଉ ୩୧୮ ରନ୍‌ କରିପାରିଲେ ବର୍ଡର-ଗାଭାସ୍କର ଟ୍ରଫିରେ ୨୦୦୦ ରନ୍‌ ପୂରଣ କରିପାରିବେ। କୋହଲି ୨୦ ଟେଷ୍ଟ୍‌ରୁ ଏବେ ସୁଦ୍ଧା ୧୬୮୨ ରନ୍‌ କରିସାରିଛନ୍ତି। ଯଦି ଅଷ୍ଟ୍ରେଲିଆ‌ ବିପକ୍ଷ ୪ ମ୍ୟାଚ୍‌ ଶୃଙ୍ଖଳାରେ ୩୧୮ ରନ୍‌ କରିନିଅନ୍ତି, ତାହାଲେ ସେ ଚତୁର୍ଥ ଭାରତୀୟ ଭାବେ ବର୍ଡର-ଗାଭାସ୍କର ଟ୍ରଫିରେ ୨୦୦୦ ରନ୍‌ ମାଇଲଖୁଣ୍ଟ ଛୁଇଁବେ। କୋହଲି ଅଷ୍ଟ୍ରେଲିଆ ବିପକ୍ଷରେ ୨୦ ଟେଷ୍ଟ୍‌ରୁ ୭ ଶତକ ଏବଂ ୫ ଅର୍ଦ୍ଧଶତକ ନିଜ ନାମରେ ରଖିଛନ୍ତି।

ଭାରତୀୟ କିଂବଦନ୍ତି ସଚିନ ତେନ୍ଦୁଲକର (୩୨୬୨ ରନ୍‌, ୩୪ ଟେଷ୍ଟ୍‌, ୯ ଶତକ, ୧୬ ଅର୍ଦ୍ଧଶତକ) ଏହି ତାଲିକାର ଶୀର୍ଷରେ ରହିଥିଲା ବେଳେ ଭିଭିଏସ୍‌ ଲକ୍ଷ୍ମଣ (୨୪୩୪ ରନ୍‌, ୨୯ ଟେଷ୍ଟ୍‌) ଏବଂ ରାହୁଲ ଦ୍ରାବିଡ (୨୧୪୩ ରନ୍‌, ୩୨ ଟେଷ୍ଟ୍‌) ଦ୍ବିତୀୟ ଓ ତୃତୀୟରେ ରହିଛନ୍ତି। ତେବେ କୋହଲିଙ୍କ ବ୍ୟତୀତ ଅନ୍ୟତମ ଭାରତୀୟ ଚେତେଶ୍ବର ପୂଜାରା ମଧ୍ୟ ବର୍ଡର-ଗାଭାସ୍କର ଟ୍ରଫିରେ ୨୦୦୦ ରନ୍‌ ପୂରଣ କରିବାର ନିକଟତର ରହିଛନ୍ତି। ସେ ୨୦ ଟେଷ୍ଟରୁ ୧୮୯୩ ରନ୍‌ (୫ ଶତକ, ୧୦ ଅର୍ଦ୍ଧଶତକ) କରିଛନ୍ତି। ୨୦୦୦ ରନ୍‌ ପୂରଣଠୁ ସେ ମାତ୍ର ୧୦୭ ରନ୍‌ ଦୂରରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe