ଖେଳ ଚାଲୁଥିବା ସମୟରେ ବିରାଟଙ୍କ ସହ ସେଲ୍‌ଫି ନେବାକୁ ସୁରକ୍ଷାବଳୟ ଡେଇଁ ପଶିଲେ ଯୁବକ

ଖେଳ ଚାଲୁଥିବା ସମୟରେ ବିରାଟଙ୍କ ସହ ସେଲ୍‌ଫି ନେବାକୁ ସୁରକ୍ଷାବଳୟ ଡେଇଁ ପଶିଲେ ଯୁବକ

ହାଇଦ୍ରାବାଦ୍‌: ହାଇଦ୍ରାବାଦ୍‌ଠାରେ େଓ୍ଵଷ୍ଟ୍‍ ଇଣ୍ଡିଜ୍‌ ସହ ଭାରତ ଦ୍ୱିତୀୟ ଟେଷ୍ଟ୍‍ ମ୍ୟାଚ୍‌ ଖେଳୁଥିବା ସମୟରେ ଅଧିନାୟକ ବିରାଟ କୋହଲିଙ୍କର ଜଣେ ପ୍ରଶଂସକ ଜୋର୍‌ଜବରଦସ୍ତ ପଡ଼ିଆ ଭିତରକୁ ପଶି ବିରାଟ କୋହିଲଙ୍କ ସହ ସେଲ୍‌ଫି ନେବା ସହ ତାଙ୍କୁ ଚୁମ୍ବନ ଦେବାକୁ ଉଦ୍ୟମ କରିଥିଲେ। ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସ୍‌ନାଲ୍‌ ଷ୍ଟାଡିୟମ୍‌ର ସୁରକ୍ଷା ବଳୟକୁ ଭଙ୍ଗ କରି ବ୍ୟକ୍ତି ଜଣକ ପଡ଼ିଆ ଭିତରକୁ ଧସେଇ ପଶିଥିଲେ। କୋହଲି ସେତବେଳକୁ ପଡ଼ିଆର ମଧ୍ୟ ଭାଗରେ ଫିଲ୍ଡିଂ କରୁଥିଲେ। ସେ ବଳପୂର୍ବକ ସେଠାରେ ପଶି ତାଙ୍କ ସହ ସେଲ୍‌ଫି ନେଇଥିଲେ।

View this post on Instagram

Two fanboys step into the ground to take selfie with @virat.kohli ❤️?

A post shared by ?V I R A T K O H L I ?? (@viratkohliplanet) on

ଘଟଣାଟି ୧୫ ଓଭର୍‌ ଖେଳ ସରିବା ପରେ ଦେଖିବାକୁ ମିଳିଥିଲା। ସେହି ସମୟରେ ରବିଚନ୍ଦ୍ରନ ଅଶ୍ୱୀନ ୧୬ ଓଭର୍‌ ପକାଇବା ପାଇଁ ପ୍ରସ୍ତୁତ ହେଉଥାନ୍ତି। ଖେଳ ମଝିରେ ବାଧା ଉପୁଜାଇ ପ୍ରିୟ କ୍ରିକେଟ୍‌ ତାରକା ବିରାଟଙ୍କ ସହ ସେଲ୍‌ଫି ନେବା ଘଟଣାଟି ପୂର୍ବରୁ ବି ଘଟିଥିଲା। ଦୁଇ ଜଣ ଯୁବକ ପୂର୍ବରୁ ବିରାଟଙ୍କ ସହ ଏପରି ସମାନ ଆଚରଣ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା। ବିରାଟ ଯୁବକଙ୍କ ସହ ସେଲ୍‌ଫି ପୋଜ୍‌ ଦେଇଥିବାର ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe