ଆନ୍ ସନ୍‌ଙ୍କ ନୂଆ ଅଲିମ୍ପିକ୍‌ କୀର୍ତ୍ତିମାନ

Advertisment
ଆନ୍ ସନ୍‌ଙ୍କ ନୂଆ ଅଲିମ୍ପିକ୍‌ କୀର୍ତ୍ତିମାନ

ଟୋକିଓ : ଟୋକିଓ ଅଲିମ୍ପିକ୍ସର ଉଦ୍‌ଘାଟନୀ ଦିବସରେ ଅନୁଷ୍ଠିତ ତୀରନ୍ଦାଜି ପ୍ରତିଯୋଗିତାରେ ନୂଆ ଅଲିମ୍ପିକ୍ କୀର୍ତ୍ତିମାନ ପ୍ରତିଷ୍ଠା ହୋଇଛି। ଦକ୍ଷିଣ କୋରିଆର ମହିଳା ତୀରନ୍ଦାଜ ଅନ୍‌ ସନ୍‌ ମହିଳା ୭୨ ଧନୁ ରୢାଙ୍କିଙ୍ଗ ରାଉଣ୍ଡରେ ୬୮୦ ପଏଣ୍ଟ ସହ ଏହି ଅଲିମ୍ପିକ୍‌ କୀର୍ତ୍ତିମାନ କରିଛନ୍ତି। କେବଳ ସେତିକି ନୁହେଁ ୨୫ ବର୍ଷ ତଳର ଅଲିମ୍ପିକ୍‌ କୀର୍ତ୍ତିମାନକୁ ଆନ୍‌ ସନଙ୍କ ସହ ୪ ଜଣ ତୀରନ୍ଦାଜ ପଛରେ ପକାଇ ଦେଇଥିଲେ।

ଅନ୍ୟ ୩ ଜଣ ହେଲେ ଦକ୍ଷିଣ କୋରିଆର ଜଙ୍ଗ୍‌ ମିହ୍ନି (୬୭୭), କଙ୍ଗ ଚାଏ ୟଙ୍ଗ୍‌ (୬୭୫) ଏବଂ ମେକ୍ସିକୋର ଆଲେଜାଣ୍ଡ୍ରା ଭାଲେନସିଆ (୬୭୪)। ଦୀର୍ଘ ଅଢ଼େଇ ଦଶନ୍ଧି ଧରି ଅଲିମ୍ପିକ୍‌ କୀର୍ତ୍ତିମାନ ୟୁ‌କ୍ରେନ୍‌ର ଲିନା ହାରାସମେଙ୍କୋ (୬୭୩)ଙ୍କ ନାମରେ ଥିଲା। ୧୯୯୬ ଅଟଲାଣ୍ଟା ଅଲିମ୍ପିକ୍ସରେ ସେ ଏହି କୀର୍ତ୍ତିମାନ ପ୍ରତିଷ୍ଠା କରିଥିଲେ। ଏଥର ପ୍ରତିଯୋଗିତାରେ ଭାଗ ନେଇଥିବା ଭାରତୀୟ ତୀରନ୍ଦାଜ ଦୀପିକା କୁମାରୀ ୬୬୩ ପଏଣ୍ଟ ସହ ନିରାଶ କରିଥିଲେ। ତିନି କୋରିଆ ଖେଳାଳିଙ୍କ ମିଳିତ ପଏଣ୍ଟ (୨୦୩୨) ମଧ୍ୟ ଆଉ ଏକ ନୂଆ ଅଲିମ୍ପିକ୍‌ କୀର୍ତ୍ତିମାନ। ଫଳରେ ମେକ୍ସିକୋ (୧୯୭୬) ଏବଂ ଆମେରିକା (୧୯୭୦) କୀର୍ତ୍ତିମାନ ପଛ‌ରେ ପଡ଼ିଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe