ଭୁବନେଶ୍ବର: ଡାକ୍ତରୀ ଶିକ୍ଷା ସମାପ୍ତ କରିବା ପରେ ଚେସ୍ ଦୁନିଆକୁ ଧମାକାଦାର ଢଙ୍ଗରେ ଫେରିଛନ୍ତି ଅନ୍ତର୍ଜାତୀୟ ମାଷ୍ଟର୍ ଅନ୍ବେଷ ଉପାଧ୍ୟାୟ। ରାଜ୍ୟର ଆଗଧାଡ଼ିର ଖେଳାଳିଙ୍କ ଗହଣରେ ସାମିଲ ଥିଲେ ମଧ୍ୟ ୟୁକ୍ରେନ୍ ଗସ୍ତ କାରଣରୁ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ଚେସ୍ଠାରୁ ଦୂରେଇ ରହିଥିଲେ। ଭାରତ ଫେରିବା ପରେ ଅନ୍ବେଷ ନିଜ ପ୍ରଥମ ପ୍ରେମ ଚେସ୍ଠାରୁ ଦୂରେଇ ରହିପାରିନାହାନ୍ତି। ଚଳିତ ସପ୍ତାହରେ ନାଗପୁରଠାରେ ଶେଷ ହୋଇଥିବା ଜିଏଚ୍ ରାଇସୋନି ମେମୋରିଆଲ୍ ଫିଡେ ଷ୍ଟାଣ୍ଡାର୍ଡ ରେଟିଂ ଚେସ୍ ପ୍ରତିଯୋଗିତାରେ ବିଜେତା ହୋଇଛନ୍ତି। ଜାତୀୟ ରୢାପିଡ୍ ଚେସ୍ର ପୂର୍ବତନ ବିଜେତା ଅନ୍ବେଷ ୧୦ ରାଉଣ୍ଡରୁ ୮.୫ ପଏଣ୍ଟ୍ ପାଇଥିବା ବେଳେ ଫିଡେ ମାଷ୍ଟର୍ ସୌରଭ ଖିର୍ଦେକର ସମାନ ପଏଣ୍ଟ୍ ପାଇ ବୁକହୋଲଚ୍ ସ୍କୋରିଂରେ ପଛରେ ପଡ଼ିଥିଲେ। ଅନ୍ବେଷ ନିଜ ପ୍ରଥମ ୭ ରାଉଣ୍ଡ୍ ବିଜୟୀ ହେବା ପରେ ଶେଷ ୩ ରାଉଣ୍ଡ୍କୁ ଅମୀମାଂସିତ ରଖି ଅପରାଜିତ ରହିଥିଲେ। ଅଭିଯାନ ଅବସରରେ ଅନ୍ବେଷ ମଧ୍ୟ ୩ ଆଇଏମ୍ ସି ପ୍ରବୀଣ କୁମାର, ଅନୂପ ଦେଶମୁଖାଙ୍କୁ ହରାଇବା ସହ ଭିଏଭି ରାଜେଶଙ୍କୁ ଡ୍ର’ ପାଇଁ ବାଧ୍ୟ କରିଥିଲେ। ଅନ୍ୟପକ୍ଷରେ ପ୍ରତିଯୋଗିତାର ରୢାପିଡ୍ ବର୍ଗରେ ଆଇଏମ୍ ଭିଏଭି ରାଜେଶ ଏବଂ ବ୍ଲିଜ୍ ବର୍ଗରେ ସଙ୍କଳ୍ପ ଗୁପ୍ତା ଟ୍ରଫି ବିଜେତା ହୋଇଛନ୍ତି। ଏହି ଦୁଇ ବର୍ଗରେ କିନ୍ତୁ ଅନ୍ବେଷ ଯଥାକ୍ରମେ ୨୦ ଏବଂ ୯ ନମ୍ବର ସ୍ଥାନରେ ଅଭିଯାନ ଶେଷ କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us