ମେଣ୍ଢାଶାଳ/ଭୁବନେଶ୍ବର: ମେଣ୍ଢାଶାଳସ୍ଥିତ ଗୁରୁକୂଳ ଟେନିସ୍ ଏକାଡେମି ପରିସରରେ ଚାଲିଥିବା ଆଇଟା-ଓଟିଏ ୫୦ ମାନ୍ୟତା ପ୍ରତିଯୋଗିତାରେ ଶୀର୍ଷ ମାନ୍ୟତାପ୍ରାପ୍ତ ଓଡ଼ିଶା ଖେଳାଳି ଅଂଶୁ କୁମାର ଭୂୟାଁ ଦୁଇଟି ବର୍ଗରେ ବିଜେତା ହୋଇ ଦ୍ବିମୁକୁଟ ଅର୍ଜନ କରିଛନ୍ତି। ଉଭୟ ପୁରୁଷ ଏକକ ଏବଂ ଯୁଗଳ ଟ୍ରଫିକୁ ଜିତି ନେଇଛନ୍ତି ଅଂଶୁ। ଏକକ ଫାଇନାଲରେ ଅଂଶୁ ଦ୍ବିତୀୟ ମାନ୍ୟତାପ୍ରାପ୍ତ ରାଜ୍ୟ ସାଥୀ ଚିନ୍ମୟ ପ୍ରଧାନଙ୍କୁ ୬-୪, ୬-୧ରେ ହରାଇ ଦେଇଥିଲେ। ଏହା ପରେ ଆନ୍ଧ୍ରପ୍ରଦେଶର ସାଜିଦ୍ ଉର୍ ରହମାନଙ୍କୁ ସାଥୀ କରି ଅଂଶୁ ଯୁଗଳ ଫାଇନାଲ୍ରେ ମହାରାଷ୍ଟ୍ର-ତାମିଲନାଡୁ ଯୋଡ଼ି ଫୟାଜ ହୁସେନ କ୍ବାଦ୍ରି ଏବଂ ତାହା କପାଡ଼ିଆଙ୍କୁ ୬-୩, ୬-୪ରେ ହରାଇଥିଲେ। ଏକକ ବିଜେତା ଓ ଉପ ବିଜେତାଙ୍କୁ ଯଥାକ୍ରମେ ୧୫ ଓ ୧୨ ଆଇଟା ପଏଣ୍ଟ୍ ସହ ଟ୍ରଫି ପ୍ରଦାନ କରାଯାଇଥିଲା। ଯୁଗଳ ବର୍ଗରେ ଯଥାକ୍ରମେ ୧୨ ଓ ୮ ପଏଣ୍ଟ୍ରେ ସନ୍ତୁଷ୍ଟ ହୋଇଥିଲେ ବିଜେତା-ଉପବିଜେତା। ପ୍ରତିଯୋଗିତା ନିର୍ଦେଶକ ପ୍ରଦୀପ ପ୍ରଧାନ ପୁରସ୍କାର ପ୍ରଦାନ କରିଥିଲେ। ରେଫରି ଯତିନ ବତ୍ସ୍ୟ, ଓଟିଏ ପ୍ରବଂଧକ ପ୍ରକାଶ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us