ଚର୍ଚାରେ ଅନୁଷ୍କା-ସାଖୀଙ୍କ ଫଟୋ

Advertisment
ଚର୍ଚାରେ ଅନୁଷ୍କା-ସାଖୀଙ୍କ ଫଟୋ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ଦୁଇ ପ୍ରମୁଖ ଖେଳାଳି ବିରାଟ କୋହଲି ଏବଂ ମହେନ୍ଦ୍ର ସିଂହ ଧୋନିଙ୍କ ମଧ୍ୟରେ ଥିବା ଏକ ସମ୍ପର୍କ ଏବେ ପ୍ରଶଂସକଙ୍କ ପାଇଁ ନୂଆ ଖବର ପାଲଟିଛି। ଅନୁଷ୍କା ଶର୍ମା ଏବଂ ସାଖୀ ଧୋନି ଯେ ଏକଦା ସହପାଠୀ ଥିଲେ ଏ କଥା କାହାରିକୁ ଜଣା ନଥିଲା। ଶୁକ୍ରବାର ଅନୁଷ୍କା ଏବଂ ସାକ୍ଷୀଙ୍କ ଏକ ପୁରୁଣା ପରିତ୍ୟକ୍ତ ଫଟୋ ହିଁ ଏହାର ବୟାନ ଦେବାରୁ କଥା ପଦାକୁ ଆସିଛି। ଆସାମର ଲେଖାପାଣିର ମାର୍ଗେରିଟାସ୍ଥିତ ସେଣ୍ଟ୍‌ ମେରି ସ୍କୁଲ୍‌ରେ ଉଭୟ ସହପାଠୀ ଥିଲେ। ଏଭଳି ଏକ ଫଟୋ ଇଣ୍ଟରନେଟ୍‌ରେ ଘୁରି ବୁଲୁଛି। ଯେଉଁଥିରେ ସାକ୍ଷୀ, ‌ଅନୁଷ୍ମା ଏବଂ ଅନୁଷ୍କାଙ୍କ ଭାଇ କର୍ନେଶ ରହିଛନ୍ତି। ଅନୁଷ୍କା ଡେନିମ ପରିଧାନ କରିଥିବା ବ‌େଳେ ସାଖୀ ଛୋଟ ପୋଷାକ ଓ ବୁଟ୍ ପିନ୍ଧିଛନ୍ତି। ଆହୁରି ଅନେକ ଭଲ ଫଟୋ ମଧ୍ୟ ରହିଛି। ସୂଚନାଯୋଗ୍ୟ, ଅନୁଷ୍କା ସମ୍ପ୍ରତି ନ୍ୟୁଜିଲାଣ୍ଡ୍‌ ଗସ୍ତ ଅଧାରୁ ବିଶ୍ରାମ ନେଇଥିବା କୋହଲିଙ୍କ ସହ ଛୁଟି କାଟୁଛନ୍ତି। ଧୋନି କିନ୍ତୁ ସୀମିତ ଓଭର ଦଳ ସହ ନ୍ୟୁଜିଲାଣ୍ଡ୍ ଗସ୍ତରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe