ପୁଣି ଥରେ ସୋସିଆଲ୍‌ ମିଡିଆରେ ଟ୍ରୋଲ୍‌ ହେଲେ ଅନୁଷ୍କା ଶର୍ମା! ଲୋକେ ପଚାରିଲେ, ସେ କ’ଣ ଭାରତୀୟ କ୍ରିକେଟ୍‌ ଦଳର ସଦସ୍ୟ?

Advertisment
ପୁଣି ଥରେ ସୋସିଆଲ୍‌ ମିଡିଆରେ ଟ୍ରୋଲ୍‌ ହେଲେ ଅନୁଷ୍କା ଶର୍ମା! ଲୋକେ ପଚାରିଲେ, ସେ କ’ଣ ଭାରତୀୟ କ୍ରିକେଟ୍‌ ଦଳର ସଦସ୍ୟ?

Global Express News

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ ଟିମ୍‌ ଇଣ୍ଡିଆର ଖେଳାଳିଙ୍କ ସହିତ ଇଂଲଣ୍ଡ ଗସ୍ତରେ ଅଛନ୍ତି। ଇଂଲଣ୍ଡରେ ଅବସ୍ଥାପିତ ଭାରତୀୟ ହାଇକମିସନର ଟିମ୍‌ ଇଣ୍ଡିଆ ଲାଗି ଏକ ଡିନର୍‌ ପାର୍ଟିର ଆୟୋଜନ କରିଥିଲେ। ତେବେ ଏହି ମୌକାରେ ଅଧିନାୟକ ବିରାଟ କୋହଲିଙ୍କ ସହିତ ତାଙ୍କର ଧର୍ମପତ୍ନୀ ତଥା ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା ବି ସେଠାରେ ଉପସ୍ଥିତ ଥିଲେ । ଏହି ଡିନର ପାର୍ଟିର ଏକ ଫଟୋ ବିସିସିଆଇ ତରଫରୁ ଅଫିସିଆଲ୍‌ ଟି୍ଵଟର୍‌ ଆକାଉଣ୍ଟ୍‌ରେ ସେୟାର୍‌ କରାଯାଇଥଲା।ଏଥିରେ ଟିମ୍‌ ଇଣ୍ଡିଆର ଖେଳାଳିଙ୍କ ସହିତ ଅଭିନେତ୍ରୀ ଅନୁଷ୍କା ଶର୍ମା ମଧ୍ୟ ନଜର ଆସିଛନ୍ତି। ଅଭିନେତ୍ରୀ ଅନୁଷ୍କା ଶର୍ମା ଏକ ମିଣ୍ଟ୍‌ କଲର୍‌ର ପୋଷାକରେ ଖୁବ୍‌ ଆକର୍ଷଣୀୟ ଲାଗୁଥିବା ଦେଖାଯାଇଛି।

publive-image Hindustan Times

ହେଲେ ବିସିସିଆଇ ପକ୍ଷରୁ ଏହି ଫଟୋଟି ସେଆର୍‌ ହେବା କ୍ଷଣି ହିଁ ଜଣେ ୟୁଜର ଟିମ୍‌ ଇଣ୍ଡିଆ ସହିତ ଅନୁଷ୍କାଙ୍କର ଫଟୋ କାହିଁକି ରହିଛି ବୋଲି ପ୍ରଶ୍ନ କରିବା ସହିତ ଅନ୍ୟ କୌଣସି ଖେଳାଳିଙ୍କ ପତ୍ନୀ ଏଥିରେ ଉପସ୍ଥିତ ରହିନଥିବା କଥାକୁ ନେଇ ବି ପ୍ରଶ୍ନ ଉଠାଇଛନ୍ତି। ତେବେ ଏହାକୁ ନେଇ ଅନ୍ୟ ଜଣେ ୟୁଜର ‘ଅନୁଷ୍କା ଭାଉଜ କ’ଣ ଭାରତୀୟ ଦଳର କି ?ବୋଲି କହିଛନ୍ତି। ଏଥିସହିତ ଆଉ ଜଣେଏହାକୁ ନେଇ କହିଛନ୍ତି ଯେ,‘ଉପ-ଅଧିନାୟକ ଶେଷ ଧାଡିରେ ଅଛନ୍ତି, ଯେଉଁଠାରେ କି ଭାରତୀୟ କ୍ରିକେଟ୍‌ ଦଳରେ ପ୍ରଥମେ ଜଣେ ମହିଳା ଯିଏକି ପ୍ରଥମ ଧାଡିରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe