ସ୍ବାମୀ ଶତକ କରିବା ପରେ ଅନୁଷ୍କା ଦେଲେ ଏଭଳି ପ୍ରତିକ୍ରିୟା

ରବିବାର ଆଇସିସି ଚାମ୍ପିଅନ୍ସ ଟ୍ରଫିର ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ବିରାଟ ଏକାଧିକ ରେକର୍ଡ ସହ ବହୁ ପ୍ରତୀକ୍ଷିତ ଶତକ ଅର୍ଜନ କରି ଭାରତକୁ ଚମତ୍କାର ବିଜୟ ଦେଇଥିଲେ। ଏହି ସଫଳତା ପରେ ଏବେ ପତ୍ନୀ ଅନୁଷ୍କାଙ୍କ ପ୍ରତିକ୍ରିୟା ଭାଇରାଲ ହେଉଛି।

tanushka

ଦୁବାଇ: ବଡ଼ ଖେଳାଳି ବଡ଼ ମଞ୍ଚରେ ଭଲ ଖେଳନ୍ତି ବୋଲି ପୁଣି ଥରେ ପ୍ରମାଣିତ କରିଛନ୍ତି ବିରାଟ କୋହଲି। ରବିବାର ଆଇସିସି ଚାମ୍ପିଅନ୍ସ ଟ୍ରଫିର ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ବିରାଟ ଏକାଧିକ ରେକର୍ଡ ସହ ବହୁ ପ୍ରତୀକ୍ଷିତ ଶତକ ଅର୍ଜନ କରି ଭାରତକୁ ଚମତ୍କାର ବିଜୟ ଦେଇଥିଲେ। ଭାରତୀୟ ଦଳ ଏକତରଫା ଭାବେ ୬ ୱିକେଟ୍‌ରେ ପାକିସ୍ତାନକୁ ପରାସ୍ତ କରି ସେମ‌ିଫାଇନାଲ୍ ପ୍ରବେଶକୁ ନିଶ୍ଚିତ କରିଥିଲା। ବିରାଟଙ୍କ ଏହି ବିରାଟ ସଫଳତା ପରେ ତାଙ୍କ ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଦେଇଥିବା ପ୍ରତିକ୍ରିୟା ଏବେ ଭାଇରାଲ ହେଉଛି।

India Vs Pak: विराट कोहली ने जड़ा 51वां शतक तो खुशी से फूले नहीं समाईं अनुष्का शर्मा

ମ୍ୟାଚ୍ ପରେ ବିରାଟ ବେକରେ ପିନ୍ଧିଥିବା ବିବାହ ମୁଦିକୁ ଚୁମ୍ବନ ଦେବା ସହ କ୍ୟାମେରାକୁ ଦେଖି ଥମ୍ବସ୍-ଅପ୍ କରିଥିଲେ। ଏଭଳି ସେ ଅନୁଷ୍କାଙ୍କ ପାଇଁ କରିଥିବା କୁହାଯାଉଛି। ଅନୁଷ୍କା ଘରେ ଥିବାରୁ ଟିଭି ସ୍କ୍ରିନ‌ରେ ଆସୁଥିବା ବିରାଟଙ୍କ ଏହି ସମୟର ଫଟୋ ଉଠାଇ ଇନଷ୍ଟା ଷ୍ଟାଟସରେ ରଖିଥିଲେ। ଫଟୋ ସହିତ ସେ ଲାଲ ରଙ୍ଗର ହୃଦୟ ଓ ଦୁଇଟି ହାତ ଯୋଡା ଇମୋଜି ଦେଇଥିଲେ। ତାଙ୍କର ଏହି ପ୍ରତିକ୍ରିୟା ଏବେ ଭାଇରାଲ ହେବାରେ ଲାଗିଛି।

ତେବେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ରବିବାର ପାକିସ୍ତାନ ବିପକ୍ଷ ମୁକାବିଲା ବେଳେ ଏକାଧିକ ରେକର୍ଡ ଓ ମାଇଲ୍‌ଖୁଣ୍ଟର ଅଧିକାରୀ ହୋଇଛନ୍ତି। ପାକିସ୍ତାନ ପାଳି ବେଳେ ଦୁଇଟି କ୍ୟାଚ୍‌ ନେଇଥିବା କୋହଲି ଦିନିକିଆ ଅନ୍ତର୍ଜାତୀୟରେ ଭାରତର ଅଗ୍ରଣୀ କ୍ୟାଚର୍‌ ହୋଇଛନ୍ତି। ତାଙ୍କ ମୋଟ କ୍ୟାଚ୍‌ ୧୫୮ରେ ପହଞ୍ଚିଛି। ସେ ପୂର୍ବତନ ଭାରତୀୟ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ୍ (୧୫୬)ଙ୍କୁ ପଛରେ ପକାଇଛନ୍ତି। ବିଶ୍ବ କ୍ରିକେଟ୍‌ରେ କିନ୍ତୁ କୋହଲି ଏବେ ତୃତୀୟରେ ପହଞ୍ଚିଛନ୍ତି। ଶ୍ରୀଲଙ୍କାର ମାହେଲା ଜୟବର୍ଦ୍ଧନେ (୨୧୮) ଓ ଅଷ୍ଟ୍ରେଲିଆର ରିକି ପଣ୍ଟିଂ (୧୬୦) ପ୍ରଥମ ଦୁଇ ସ୍ଥାନରେ ରହିଛନ୍ତି। ଭାରତୀୟଙ୍କ ତାଲିକାରେ କୋହଲି (୧୫୮), ଆଝାରୁଦ୍ଦିନ୍ (୧୫୬)ଙ୍କ ପଛକୁ ସଚିନ ତେନ୍ଦୁଲକର (୧୪୦), ରାହୁଲ ଦ୍ରାବିଡ଼ (୧୨୪), ସୁରେଶ ରାଇନା (୧୦୨) ପରବର୍ତ୍ତୀ ୩ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe