ଅନୁଷ୍କାଙ୍କ ଲେହେଙ୍ଗା ପାଇଁ ୬୭ କାରିଗର ନେଲେ ୩୨ ଦିନ: ଦେଖନ୍ତୁ ନିର୍ବନ୍ଧ, ମେହେନ୍ଦୀ ଓ ବିବାହର ସବୁ ଫଟୋ

Advertisment
ଅନୁଷ୍କାଙ୍କ ଲେହେଙ୍ଗା ପାଇଁ ୬୭ କାରିଗର ନେଲେ ୩୨ ଦିନ: ଦେଖନ୍ତୁ ନିର୍ବନ୍ଧ, ମେହେନ୍ଦୀ ଓ ବିବାହର ସବୁ ଫଟୋ

ମୁମ୍ବାଇ: କ୍ରିକେଟ୍‌ ତାରକା ବିରାଟ କୋହଲି ଏବଂ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ବିବାହ ବନ୍ଧନରେ ଆବଦ୍ଧ ହେବା ପରେ ବି ଦୀର୍ଘ ସମୟ ପର୍ଯ୍ୟନ୍ତ ସେ ଦୁହିଁଙ୍କ ବିବାହ ଫଟୋ ଦେଖିବାକୁ ମିଳିନଥିଲା। ଖାଲି ବିବାହ କାହିଁକି, ସେ ଦୁହିଁଙ୍କ ନିର୍ବନ୍ଧ, ମେହେନ୍ଦୀ ଆଦି କୌଣସି ବି ସ୍ୱତନ୍ତ୍ର ଫଟୋ ଦେଖିବାକୁ ପାଇନଥିଲେ ପ୍ରଶଂସକ। ତେବେ, ଇତି ମଧ୍ୟରେ ବିବାହ ସରିଯାଇଛି। ବିରାଟ-ଅନୁଷ୍କାଙ୍କର ନିର୍ବନ୍ଧରୁ ନେଇ ମେହେନ୍ଦୀ, ବିବାହ ଆଦି ସମସ୍ତ ସ୍ୱତନ୍ତ୍ର ଫଟୋ ସୋସିଆଲ୍‌ ମିଡିଆରେ ଘୂରି ବୁଲୁଛି। ଏହି ଫଟୋଗୁଡ଼ିକ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଅପ୍‌ଲୋଡ କରିଛନ୍ତି ଫେସନ୍‌ ଡିଜାଇନର ସବ୍ୟସାଚ୍ଚୀ ମୁଖାର୍ଜୀ। ସବ୍ୟସାଚ୍ଚୀ ଉଲ୍ଲେଖ କରିଛନ୍ତି ଯେ ଅଭିନେତ୍ରୀ ଅନୁଷ୍କାଙ୍କ ଲେହେଙ୍ଗା ଡିଜାଇନ୍‌ କରିବା ପାଇଁ ୬୭ ଜଣ କାରିଗର ୩୨ ଦିନ ସମୟ ନେଇଥିଲେ। ତାଙ୍କ ଲେହେଙ୍ଗାରେ ହୀରା, ମୋତି ଆଦି ବହୁମୂଲ୍ୟ ଧାତୁ ଖୋଦେଇ ହୋଇଛି। ବିରାଟ ପିନ୍ଧିଥିବା ସେର୍‌ଓ୍ଵାନି ଡିଜାଇନ୍‌ କରିଛନ୍ତି ନିଜେ ସବ୍ୟସାଚ୍ଚୀ। ତାଙ୍କ ସେରଓ୍ଵାନିରେ ସ୍ୱର୍ଣ୍ଣ ପାତ ଲାଗିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe