The Quint
ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଗର୍ଭବତୀ ପତ୍ନୀ ଅନୁଷ୍କା ଶର୍ମାଙ୍କ ଯତ୍ନ ନେବାର କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି। ଅନୁଷ୍କା ଶର୍ମା ମଧ୍ୟ ନିଜ ଗର୍ଭଧାରଣ ମୁହୂର୍ତଗୁଡିକୁ ଉପଭୋଗ କରିବା ସହ ନିଜକୁ ଫିଟ୍ ରଖିବାର ସମସ୍ତ ମାଧ୍ୟମକୁ ଉପଯୋଗ କରୁଛନ୍ତି। କିଛି ଦିନ ତଳେ ସଂଗୃହିତ ଏକ ଫଟୋକୁ ଏହି ଦମ୍ପତି ମଙ୍ଗଳବାର ସାମାଜିକ ଗଣମାଧ୍ୟମରେ ଛାଡ଼ିବା ପରେ ଏହା ଦ୍ରୁତ ବେଗରେ ଭାଇରାଲ୍ ହୋଇଛି। ଫଟୋଟିରେ ଅନୁଷ୍କା ଯୋଗର ସବୁଠୁ କଷ୍ଟସାଧ୍ୟ ମୁଦ୍ରା ଶୀର୍ଷାସନ (ମୁଣ୍ଡ ତଳକୁ, ଗୋଡ଼ ଉପରକୁ) ପୋଜ୍ରେ ରହିଥିବା ବେଳେ କୋହଲି ତାଙ୍କୁ ସହାୟତା କରୁଛନ୍ତି। ସେ ଏବେ ୮ ମାସର ଗର୍ଭବତୀ ଥିବା ବେଳେ ଜାନୁଆରିରେ ପ୍ରଥମ ସନ୍ତାନକୁ ଜନ୍ମଦେବାକୁ ଯାଉଛନ୍ତି। ଏହି ଶୀର୍ଷାସନ ଫଟୋ ସହିତ ଅନୁଷ୍କା ମଧ୍ୟ ପୂର୍ବରୁ ଯୋଗ ଅଭ୍ୟାସ କରନ୍ତି ବୋଲି ସୂଚନା ଦେଇଛନ୍ତି। ପତିଦେବ ବିରାଟ ତାଙ୍କର ଭାରି ଯତ୍ନ ନେଉଥିବାରୁ ତାଙ୍କୁ ‘ଅତି ସକ୍ଷମ ସ୍ବାମୀ’ ବୋଲି ଅଭିହିତ କରିଛନ୍ତି ଅନୁଷ୍କା।
Follow Us