ମ୍ୟାଚ ଜିତିବା ପରେ ବିରାଟ କିପରି ପ୍ରତିକ୍ରିୟା ଦିଅନ୍ତି ତାହାର ନକଲ କରି ଦେଖାଇଲେ ଅନୁଷ୍କା

ମ୍ୟାଚ ଜିତିବା ପରେ ବିରାଟ କିପରି ପ୍ରତିକ୍ରିୟା ଦିଅନ୍ତି ତାହାର ନକଲ କରି ଦେଖାଇଲେ ଅନୁଷ୍କା

ନୂଆଦିଲ୍ଲୀ: ଅଭିନେତ୍ରୀ ଅନୁଷ୍କା ଶର୍ମା ସିନେମା ଜଗତରୁ ଏଇ କିଛିଦିନ ହେବ ଦୂରେଇ ଯାଇଛନ୍ତି। କିନ୍ତୁ ସେ କୌଣସି ନା କୌଣସି କାରଣକୁ ନେଇ ଚର୍ଚ୍ଚାରେ ରହିଥାଆନ୍ତି। ସେ କାନ୍ସ ଫିଲ୍ମ ଫେଷ୍ଟିଭାଲ ହେଉ ବା କ୍ରିକେଟ ପଡ଼ିଆରେ ସ୍ବାମୀ ବିରାଟ କୋହଲିଙ୍କ ସମର୍ଥନ କରିବା ହେଉ। ଏସବୁ ଘଟଣାକୁ ନେଇ ସେ ପ୍ରାୟତଃ ଲାଇମଲାଇଟରେ ଥାଆନ୍ତି। ଏହି କ୍ରମରେ ‌ଦେଖିବାକୁ ଗଲେ ଅନୁଷ୍କାଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ବିରାଟଙ୍କ ସେ ନକଲ କରୁଥିବା ଦେଖିବାକୁ ମିଳୁଛି।

ଭାଇରାଲ ଭିଡିଓକୁ ଏକ ଫ୍ୟାନପେଜ ଦ୍ବାରା ଟୁଇଟରରେ ସେୟାର କରାଯାଇଛି। ଯେଉଁଥିରେ ଅନୁଷ୍କା ଶର୍ମା ସ୍ବାମୀ ବିରାଟ  କ୍ରିକେଟ ପଡ଼ିଆରେ ମ୍ୟାଚ ଜିତିବା ପରେ କିପରି ସେଲିବ୍ରେସନ କରନ୍ତି ତାହାର ନକଲ କରୁଥିବା ଦେଖିବାକୁ ମିଳୁଛି।

ଅନୁଷ୍କାଙ୍କ ବ୍ୟକ୍ତିଗତ ଜୀବନ କଥା କହିବାକୁ ଗଲେ ସେ ନିକଟରେ କାନ୍ସ ଫିଲ୍ମ ଫେଷ୍ଟିଭାଲ-୨୦୨୩ରେ ଡେବ୍ୟୁ କରି ସାରିଛନ୍ତି। ଏଥିରେ ସେ ପିନ୍ଧିଥିବା ପୋଷାକ ପରିଧାନକୁ ନେଇ ଚର୍ଚ୍ଚା ବି ଜୋର ଧରିଥିଲା। ବିରାଟ ବି ଅନୁଷ୍କାଙ୍କ ଏହି କାନ୍ସ ଫେଷ୍ଟିଭାଲ ଫଟୋ ସେୟାର କରି ଏକ ହୃଦୟ ଚିହ୍ନ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe