ଖେଳାଳିଙ୍କ ମଧ୍ୟରେ ଉତ୍ତମ ଯୋଗାଯୋଗ ରହିଥିବାରୁ ଯେକୌଣସି ରକ୍ଷଣଭାଗକୁ ପ୍ରତିହତ କରିହେବ: ମନଦୀପ ସିଂହ

Advertisment
ଖେଳାଳିଙ୍କ ମଧ୍ୟରେ ଉତ୍ତମ ଯୋଗାଯୋଗ ରହିଥିବାରୁ ଯେକୌଣସି ରକ୍ଷଣଭାଗକୁ ପ୍ରତିହତ କରିହେବ: ମନଦୀପ ସିଂହ

ଟୋକିଓ : ଅଲିମ୍ପିକ୍ସରେ ଯେକୌଣସି ଦଳର ରକ୍ଷଣଭାଗକୁ ପ୍ରତିହତ କରିବାରେ ଭାରତୀୟମାନେ ସକ୍ଷମ ବୋଲି ଭାରତୀୟ ହକି ଦଳର ଷ୍ଟ୍ରାଇକର ମନଦୀପ ସିଂହ କହିଛନ୍ତି। ମନଦୀପଙ୍କ ମତରେ ଅଲିମ୍ପିକ୍ସରେ ସେ କେବେ ବି ଚାପରେ ରହିବେ ନାହିଁ। କାରଣ ଦଳର ଅନ୍ୟ ଖେଳାଳିମାନେ ତାଙ୍କୁ ସବୁବେଳେ ସମର୍ଥନ ଦେଇଆସୁଛନ୍ତି। ପଡ଼ିଆ ଭିତରେ ଖେଳାଳିଙ୍କ ଭିତରେ ଉତ୍ତମ ଯୋଗାଯୋଗ ରହୁଥିବାରୁ ଯେକୌଣସି କଠିନ ରକ୍ଷଣଭାଗକୁ ବି ଭାଙ୍ଗିପାରିବୁ ବୋଲି ସେ କହିଛନ୍ତି।

ମନଦୀପ ୧୫୦ରୁ ଅଧିକ ଆନ୍ତର୍ଜାତିକ ମ୍ୟାଚ ଖେଳିସାରିଛନ୍ତି। ହେଲେ ଅଲିମ୍ପିକ୍ସରେ ସେ ଚଳିତ ବର୍ଷ ପଦାର୍ପଣ କରିଛନ୍ତି। ତାଙ୍କ ଅନୁସାରେ, ବେଙ୍ଗାଲୁରୁସ୍ଥିତ ସାଇ ‌ପ୍ରଶିକ୍ଷଣ କେନ୍ଦ୍ରରେ ଦେଢ ବର୍ଷ ଧରି ଜୈବ ବଳୟ ମଧ୍ୟରେ ରହିଥିବାରୁ ଅନ୍ୟ ଦେଶମାନଙ୍କ ଅପେକ୍ଷା ଭାରତୀୟ ଖେଳାଳିମାନେ ଭଲ ପ୍ରଦର୍ଶନ କରିପାରୁଛନ୍ତି। କାରଣ କୋଭିଡ୍‌ ନୀତିନିୟମ ସହିତ ଖେଳାଳିମାନେ ଜଡ଼ିତ ହୋଇସାରିଛନ୍ତି। ଟୋକିଓରେ ମଧ୍ୟ ପ୍ରତ୍ୟେକ ଦିନ ଖେଳାଳିଙ୍କ ପରୀକ୍ଷା କରାଯାଉଛି। କେବେଳ ବିମାନବନ୍ଦରରେ ପରୀକ୍ଷା କରାଯିବା ଓ ଅନ୍ୟାନ୍ୟ ଔପଚାରିକତା ଯୋଗୁଁ କିଛି ସମୟ ଲାଗିଥିଲା। କିନ୍ତୁ କ୍ରୀଡ଼ାଗ୍ରାମକୁ ଆସିବା ପରେ ଏଠାକାର ପ୍ରସ୍ତୁତି ଆକର୍ଷଣୀୟ ଥିଲା। ସବୁକିଛି ବ୍ୟବସ୍ଥିତ ଢଙ୍ଗରେ ହେଉଥିବାବେଳେ ପ୍ରତ୍ୟେକ ବ୍ୟକ୍ତି କୋଭିଡ୍ ନୀତିନିୟମ ପାଳନ କରୁଥିବା ସେ କହିଛନ୍ତି।

ଏଠାରେ ଦିଆଯାଉଥିବା ଖାଦ୍ୟ ମଧ୍ୟ ଉନ୍ନତମାନର ଏବଂ ଏଠାରେ ଭାରତୀୟ ଖାଦ୍ୟ ପ୍ରତ୍ୟେକ ଦିନ ମିଳିପାରୁଛି। ଆମେମାନେ ଶାରୀରିକ ଓ ମାନସିକ ଭାବେ ଯେପରି ଭଲରେ ରହିବୁ ‌ତାହାକୁ ଦଳର ସହକାରୀ କର୍ମଚାରୀମାନେ ବିଶେଷ ଧ୍ୟାନ ଦେଉଛନ୍ତି।

ବିଶ୍ବ ମାନ୍ୟତାରେ ଚତୁର୍ଥ ସ୍ଥାନ ପାଇଥିବା ଭାରତ ଏଥର ବିଗତ ୪ଦଶନ୍ଧି ପରେ ଅଲିମ୍ପିକ ପଦକ ପାଇବା ପାଇଁ ଉଦ୍ୟମ କରୁଛି। ଶେଷଥର ପାଇଁ ୧୯୮୦ ମସ୍କୋ କ୍ରୀଡ଼ାରେ ଭାରତ ସ୍ବର୍ଣ୍ଣ ପଦକ ଜିତିଥିଲା। ଦଳ ମଧ୍ୟ କ୍ବାର୍ଟର ଫାଇନାଲ ଉଠି ଆଶା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe