ଭୁବନେଶ୍ବର: ଓଡ଼ିଆ େଚସ୍ ଖେଳାଳି ଅପରାଜିତା ଗୋଛିକାର ଭାରତୀୟ ଚେସ୍ ଦଳରର ପ୍ରଶିକ୍ଷକ ଭାବେ ବିଶ୍ବ କ୍ୟାଡେଟ୍ ଚେସ୍ ପ୍ରତିଯୋଗିତାରେ ପ୍ରତିନିଧିତ୍ବ କରିବେ। ଆସନ୍ତା ନଭେମ୍ବର ୩ରୁ ୧୬ ତାରିଖ ପର୍ଯ୍ୟନ୍ତ ସ୍ପେନର ସାଣ୍ଟିଆଗୋଠାରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ୨୩ ଜଣିଆ ଭାରତୀୟ ଦଳର ଖେଳାଳିମାନେ ୮, ୧୦ ଓ ୧୨ ବର୍ଷରୁ କମ୍ ବର୍ଗେର ଭାଗନେବେ। ଏହି ଭାରତର ସର୍ବକନିଷ୍ଠ ଚେସ୍ ପ୍ରଶିକ୍ଷକ ସଂପ୍ରତି କିଟ୍ ବିଶ୍ବବିଦ୍ୟାଳୟରେ ପ୍ରଶାସନିକ ପ୍ରବନ୍ଧକ ଭାବେ କାର୍ଯ୍ୟରତ। ଗତ ବର୍ଷ ତାସକେଣ୍ଟ ଓ ଚଳିତ ବର୍ଷ ଉଜ୍ବେକିସ୍ତାନରେ ଆୟୋଜିତ ଏସୀୟ ଯୁବ ଚେସ୍ ଏବଂ ଏପ୍ରିଲରେ ବ୍ରାଜିଲ ଆରାକୁଝରେ ଅନୁଷ୍ଠିତ ବିଶ୍ବ ବିଶ୍ବବିଦ୍ୟାଳୟ ଚେସ୍ରେ ପ୍ରଶିକ୍ଷକ ଭାବେ ଯୋଗଦେଇଥିଲେ। ଅପରାଜିତାଙ୍କୁ କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା ରାଜ୍ୟସଭା ସାଂସଦ ଅଚ୍ୟୁତ ସାମନ୍ତ ଅଭିନନ୍ଦନ ଜଣାଇଛନ୍ତି।
ଅପରାଜିତା ଭାରତୀୟ ଚେସ୍ ଦଳର ପ୍ରଶିକ୍ଷକ
Advertisment
Follow Us