ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଆଥ୍ଲେଟ୍ଙ୍କ ପାଇଁ ଯେଉଁ ସଂଗୀତ ବୋଲାଯିବ ତାହାକୁ ବୁଧବାର ନୂଆ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଉନ୍ମୋଚନ କରିଛନ୍ତି। ଦେଶର ଏହି ଅଫିସିଆଲ ସଂଗୀତରେ କଣ୍ଠଦାନ କରିଛନ୍ତି ଓସ୍କାର ଓ ଗ୍ରାମି ପୁରସ୍କାର ବିଜେତା ତଥା ପ୍ରଖ୍ୟାତ ସଂଗୀତ ନିର୍ଦ୍ଦେଶକ ଏଆର୍ ରହମନ୍ ଏବଂ ଗାୟିକା ଅନନ୍ୟା ବିର୍ଲା। ସଂଗୀତର ଶୀର୍ଷକ ରହିଛି ‘‘ଚିଅର୍୪ଇଣ୍ଡିଆ: ହିନ୍ଦୁସ୍ତାନୀ ୱେ’’। ଏହି ସଂଗୀତକୁ ଶୁଣିବା ଏବଂ ସେୟାର କରିବା ପାଇଁ ଦେଶବାସୀଙ୍କୁ ନିବେଦନ କରୁଛି ବୋଲି ଉନ୍ମୋଚନ ଅବସରରେ ଠାକୁର କହିଛନ୍ତି। କରୋନା ମହାମାରୀ ଭଳି ମହାବିପଦ ସମୟରେ ଅଫିସିଆଲ ସଂଗୀତକୁ ରଚନା କରିଥିବାରୁ ଉଭୟ ରହମନ୍ ଓ ଅନନ୍ୟାଙ୍କୁ ଧନ୍ୟବାଦ ଜଣାଇଛନ୍ତି ସେ। ଉନ୍ମୋଚନ ଉତ୍ସବରେ ଉପସ୍ଥିତ ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ) ସଭାପତି ନରିନ୍ଦର ବାତ୍ରା ଅଫିସିଆଲ ସଂଗୀତ ରଚନା କରିବା ପାଇଁ ଗତ ଦେଢ଼ବର୍ଷ ଧରି ଅକ୍ଳାନ୍ତ ପରିଶ୍ରମ କରିଥିବା ସମସ୍ତ ଅଂଶୀଦାରଙ୍କୁ ସାଧୁବାଦ ଜଣାଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us