ଆଇପିଏଲରେ ୩୦ ଲକ୍ଷ ଟଙ୍କାରେ ଭାଇ ବିକ୍ରି ହେବାକୁ ନେଇ ଏଭଳି ପ୍ରତିକ୍ରିୟା‌ ରଖିଲେ ସଚିନଙ୍କ ଝିଅ

Advertisment
ଆଇପିଏଲରେ ୩୦ ଲକ୍ଷ ଟଙ୍କାରେ ଭାଇ ବିକ୍ରି ହେବାକୁ ନେଇ ଏଭଳି ପ୍ରତିକ୍ରିୟା‌ ରଖିଲେ ସଚିନଙ୍କ ଝିଅ

ବେଙ୍ଗାଲୁରୁ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)- ୨୦୨୨ ପାଇଁ ରବିବାର ନିଲାମ ଶେଷ ହୋଇଯାଇଛି। ମହାନ କ୍ରିକେଟର ସଚ୍ଚିନଙ୍କ ପୁତ୍ର ଅର୍ଜୁନ ତେନ୍ଦୁଲକରଙ୍କୁ ମୁମ୍ଵାଇ ଇଣ୍ଡିଆନ୍ସ ୩୦ ଲକ୍ଷ ଟଙ୍କାରେ କିଣିଛି। ୨୦୨୧ରେ ବି ଅର୍ଜୁନ ମୁମ୍ଵାଇ ଇଣ୍ଡିଆନ୍ସ ଦଳର ସଦସ୍ୟ ଥିଲେ। ଗତବର୍ଷ ସଚିନଙ୍କ ପୁଅଙ୍କ ଗୋଡରେ ଆଘାତ ଲାଗିବା କାରଣରୁ ଅଧାରୁ ତାଙ୍କୁ ବାହାରିବାକୁ ପଡ଼ିଥିଲା। ତେବେ ଅର୍ଜୁନ ଆଇପିଏଲରେ ବିକ୍ରି ହେବା ପରେ ଭଉଣୀ ସାରା ତେନ୍ଦୁଲକର ସୋସିଆଲ ମିଡିଆରେ ଭାଇର ସଫଳତାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି।

ସାରା ତେନ୍ଦୁଲକର ସୋସିଆଲ ମିଡିଆରେ ଖୁବ ସକ୍ରିୟ। ନିକଟରେ ସେ ଭାଇ ଅର୍ଜୁନର ସଫଳତାକୁ ନେଇ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ କରିଛନ୍ତି। ଏଥିରେ ସେ ଭାଇ ଅର୍ଜୁନଙ୍କ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ସେ ପାଞ୍ଚଟି ନୀଳ ରଙ୍ଗର ହୃଦୟ ଇମୋଜି ଦେଇ ନିଜର ଖୁସି ବ୍ୟକ୍ତ କରିଛନ୍ତି।

ତେବେ ଚଳିତ ମାସ ୧୨ ତାରିଖ ଠାରୁ ବେଙ୍ଗାଲୁରୁ ଠାରେ ଆରମ୍ଭ ହୋଇଥିବା ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)- ୨୦୨୨ ପାଇଁ ଦୁଇ ଦିନିଆ ନିଲାମରେ ୨୦୪ ଖେଳାଳିଙ୍କୁ କିଣା ଯାଇଛି। ଏମାନଙ୍କ ମଧ୍ୟରୁ ୧୩୭ ଜଣ ଭାରତୀୟ ଓ ୬୭ ବିଦେଶୀ ଖେଳାଳି ଅଛନ୍ତି। ଏହି ୨୦୪ ଖେଳାଳିଙ୍କୁ କିଣିବା ପାଇଁ ଆଇପିଏଲ ଦଳମାନେ ୫୫୧ କୋଟି ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe