ଆଶଙ୍କାରେ ଆର୍ଚର

ଆଶଙ୍କାରେ ଆର୍ଚର

The Indian Express

ଲଣ୍ଡନ: କହୁଣୀରେ ଦୁଇ ଦୁଇ ଥର ଅସ୍ତ୍ରୋପଚାର ହେବା ପରେ ନିଜ ଆଗାମୀ କ୍ରିକେଟ୍ ଜୀବନ ନେଇ ଇଂଲଣ୍ଡ ଅଲ୍‌ରାଉଣ୍ଡର ଜୋଫ୍ରା ଆର୍ଚର ଆଶା ଏବଂ ଆଶଙ୍କା ଭିତରେ ରହିଛନ୍ତି। ଗତବର୍ଷ ମାର୍ଚ୍ଚ ମାସଠାରୁ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ କ୍ରିକେଟ୍ ଖେଳି ନଥିବା ଆର୍ଚରଙ୍କର ଡିସେମ୍ବର ମା‌ସରେ ଦ୍ବିତୀୟ ଅସ୍ତ୍ରୋପଚାର ହୋଇଥିଲା। ଏବେ ସୁଦ୍ଧା କିନ୍ତୁ ସେ ସଂପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି। ସେଥିପାଇଁ ଚଳିତ ଆଇପିଏଲ୍ ଲାଗି ଆର୍ଚରଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ କିଣିଥିଲେ ମଧ୍ୟ ସଂପୂର୍ଣ୍ଣ ଋତୁ ଲାଗି ସେ ଲପଲବ୍ଧ ହେବେ ନାହିଁ ବୋଲି ପୂର୍ବରୁ ସ୍ପଷ୍ଟ ହୋଇସାରିଛି। ଏଭଳି ଏକ ଆହ୍ବାନପୂର୍ଣ୍ଣ ମୁହୂର୍ତ୍ତରେ ଇଂଲଣ୍ଡ କ୍ରିକେଟ୍ ବୋର୍ଡ ତାଙ୍କୁ ପୂର୍ଣ୍ଣ ସମର୍ଥନ ଦେଉଛି। ଯାହା ଆର୍ଚରଙ୍କୁ କିଛିଟା ଆଶ୍ବସ୍ତ କରିଛି ବୋଲି କହିଛନ୍ତି ସେ। ଅବଶ୍ୟ ଚଳିତ ମାସ ଶେଷ ଆଡ଼କୁ ଟ୍ବେଣ୍ଟି-୨୦ କ୍ରିକେଟ୍‌କୁ ଫେରିବାକୁ ଲକ୍ଷ୍ୟ ରଖିଛନ୍ତି ଆର୍ଚର। ତେବେ ଏହା ମଧ୍ୟ ନିଶ୍ଚିତ ଯେ ଆସନ୍ତାମାସରେ ଖେଳାଯିବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ଶୃଙ୍ଖଳାରେ ଆର୍ଚର ଖେଳି ପାରିବେ ନାହିଁ। ନିକଟରେ ଇଂଲଣ୍ଡର ଜୋ ରୁଟ୍‌ଙ୍କ ସ୍ଥାନରେ ବେନ୍ ଷ୍ଟୋକ୍ସ ଇଂଲଣ୍ଡ ଟେଷ୍ଟ୍ ଦଳର ଅଧିନାୟକ ନିଯୁକ୍ତ ହୋଇଛନ୍ତି। ଷ୍ଟୋକ୍ସଙ୍କ ଅଧୀନରେ ଖେଳିବାରେ ତାଙ୍କର କୌଣସି ଅସୁବିଧା ନାହିଁ ବୋଲି ମଧ୍ୟ ଆର୍ଚର ସ୍ପଷ୍ଟ କରି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe