ଆଇପିଏଲ୍‌-୨୦୨୧ରୁ ଆର୍ଚର ସମ୍ପୂର୍ଣ୍ଣ ବାଦ୍‌

Advertisment

ଆଇପିଏଲ୍‌ରୁ ବାଦ୍‌ ପଡ଼ିଲେ ନଟରାଜନ, ଆଣ୍ଠୁରେ ଅସ୍ତ୍ରୋପଚାର ହେବ

ଆଇପିଏଲ୍‌ରୁ ବାଦ୍‌ ପଡ଼ିଲେ ନଟରାଜନ, ଆଣ୍ଠୁରେ ଅସ୍ତ୍ରୋପଚାର ହେବ

ଆଇପିଏଲ୍‌-୨୦୨୧ରୁ ଆର୍ଚର ସମ୍ପୂର୍ଣ୍ଣ ବାଦ୍‌

India News Republic

ମୁମ୍ବାଇ : ରାଜସ୍ଥାନ ରୟାଲ୍ସକୁ ଶନିବାର କେକେଆର୍‌ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଶକ୍ତ ଝଟ୍‌କା ଲାଗିଛି। ଇଂଲଣ୍ଡ ଦ୍ରୁତ ବୋଲର ଜୋର୍ଫା ଆର୍ଚର ସମ୍ପୂର୍ଣ୍ଣ ଆଇପିଏଲ୍‌-୨୦୨୧ରୁ ବାଦ୍‌ ପଡିଛନ୍ତି। ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ଏହା ସ୍ପଷ୍ଟ କରିଛି। ଗତବର୍ଷ ୨୦ ୱିକେଟ୍ ନେବା ସହ ଏମ୍‌ଭିପି ପ୍ଲେୟାର ହୋଇଥିବା ଆର୍ଚର ମଧ୍ୟ ୧୧୩ ରନ୍‌ କରିଥିଲେ। ମଝି ଆଙ୍ଗୁଠିରେ ଅସ୍ତ୍ରୋପଚାର କରାଇବା ପରେ ସେ ଚଳିତ ଋତୁରେ ଖେଳିପାରିନଥିଲେ। ଭାରତ ଆସିବାକୁ ଚାହିଁଥିଲେ ବି ତାଙ୍କୁ ୭ ଦିନିଆ ସଙ୍ଗରୋଧରେ ବି ରହିବାକୁ ପଡ଼ିଥା’ନ୍ତା। ଏଣୁ ଆର୍ଚର ଓ ରାଜସ୍ଥାନ ମିଳିତ ଭାବେ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ସେ ମେ’ ମାସ ଅଧାରୁ ଉପଲବ୍‌ଧ ‌ହେଲେ ସସେକ୍ସ ପାଇଁ କାଉଣ୍ଟି ଖେଳି ନିଜ ଫିଟନେସ୍‌ର ପ୍ରମାଣ ଦେବେ ବୋଲି ଇସିବି ଆଶା କରିଛି। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌ ରଶି ଭାନ ଡେର୍‌ ଡସେନ୍‌ ଖୁବ୍ ଶୀଘ୍ର ରାଜସ୍ଥାନ ରୟାଲ୍‌ସ ଶିବିର ସହ ଯୋଡ଼ିହେବା ସମ୍ଭାବନା ଦେଖାଦେଇଛି। ଭିସା ମିଳିଯିବା ମାତ୍ରେ ସେ ଭାରତ ଆସିବେ। ବେନ୍‌ ଷ୍ଟୋକ୍ସଙ୍କ ଅନୁପସ୍ଥିତିରେ ସେ ଦଳର ବ୍ୟାଟିଂ ଶକ୍ତି ବଢ଼ାଇବେ ବୋଲି ଆଶା କରାଯାଉଛି।

ଆଇପିଏଲ୍‌ରୁ ବାଦ୍‌ ପଡ଼ିଲେ ନଟରାଜନ, ଆଣ୍ଠୁରେ ଅସ୍ତ୍ରୋପଚାର ହେବ
ମୁମ୍ବାଇ : ଆଣ୍ଠୁ ଯନ୍ତ୍ରଣା ଯୋଗୁଁ ସନ୍‌ରାଇଜର୍ସ ହାଇଦ୍ରାବାଦ ଦ୍ରୁତ ବୋଲର ଟି ନଟରାଜନ ଚଳିତ ଆଇପିଏଲ୍‌ରୁ ସମ୍ପୂର୍ଣ୍ଣ ବାଦ୍‌ ପଡ଼ିଛନ୍ତି। ତାଙ୍କ ଆଣ୍ଠୁର ଅସ୍ତ୍ରୋପଚାର ହେବ। ଚଳିତ ବର୍ଷ ଅଷ୍ଟ୍ରେଲିଆ ଗସ୍ତ ବେଳେ ୩୦ ବର୍ଷୀୟ ଏହି ୟର୍କର ବିଶେଷଜ୍ଞଙ୍କ ଆଣ୍ଠୁରେ ଯନ୍ତ୍ରଣା ଦେଖାଯାଇଥିଲା। ଆଶୁ ଚିକିତ୍ସା ପରେ ସେ ଚଳିତ ଆଇପିଏଲ୍‌ରେ ହାଇଦ୍ରାବାଦର ୪ ମ୍ୟାଚ୍‌ରୁ ଦୁଇଟିରେ ଖେଳିଥିଲେ। ‌ଆଇପିଏଲ୍‌ରୁ ବାଦ୍‌ ପଡ଼ିବା ହାଇଦ୍ରାବାଦକୁ ବଡ଼ ଝଟ୍‌କା ଲାଗିଛି। ‘‘ଆଇପିଏଲ୍‌ର ଅବଶିଷ୍ଟ ମ୍ୟାଚ୍‌ରୁ ବାଦ୍‌ ପଡ଼ିଥିବାରୁ ବହୁତ ଦୁଃଖିତ। ଗତ ଋୁତରେ ଭଲ ଖେଳି ଭାରତ ପକ୍ଷରୁ ଖେଳିବାର ସୁଯୋଗ ପାଇଥିଲି। ଏଥର ବଡ଼ ଆଶା ରଖିଥିଲା। ହେଲେ ଆଣ୍ଠୁ ଅସ୍ତ୍ରୋପଚାର ପାଇଁ ଚଳିତ ସଂସ୍କରଣ ହାତଛଡ଼ା କରିବାକୁ ପଡ଼ୁଛି।’’ ବୋଲି ହାଇଦ୍ରାବାଦ ପକ୍ଷରୁ ଟ୍ବିଟରରେ ପ୍ରକାଶ ପାଇଥିବା ଭିଡିଓରେ ନଟରାଜନ କହିଛନ୍ତି। ଏବେ କିଛି କହିବା ଲାଗି ମୋ ନିକଟରେ ଶବ୍ଦ ନାହିଁ। ମୁଁ ଚାହୁଛି ସନ୍‌ରାଇଜର୍ସ ଚଳିତ ଋତୁରେ ସମସ୍ତ ମ୍ୟାଚ୍‌ ଜିତୁ। ଦଳକୁ ଅନେକ ଶୁଭେଚ୍ଛା ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe