ତୀରନ୍ଦାଜି ବିଶ୍ବକପ୍‌: ମିଶ୍ରିତ ଫାଇନାଲ୍‌ରେ ଅତନୁ-ଦୀପିକା

Advertisment
ତୀରନ୍ଦାଜି ବିଶ୍ବକପ୍‌: ମିଶ୍ରିତ ଫାଇନାଲ୍‌ରେ ଅତନୁ-ଦୀପିକା

ପ୍ୟାରିସ୍‌: ତାରକା ତୀରନ୍ଦାଜି ଦମ୍ପତି ଅତନୁ ଦାସ ଓ ଦୀପିକା କୁମାରୀ ଏଠାରେ ଚାଲିଥିବା ବିଶ୍ବକପ୍‌ ତୃତୀୟ ପର୍ଯ୍ୟାୟରେ ଭାରତ ପାଇଁ ପ୍ରଥମ ପଦକ ନିଶ୍ଚିତ କରିଛନ୍ତି। ଏହି ଯୋଡ଼ି ଗୁରୁବାର ମିଶ୍ରିତ ଯୁଗଳ ଫାଇନାଲ୍‌ରେ ପହଞ୍ଚିବା ପରେ ଅତି କମ୍‌ରେ ରୌପ୍ୟ ପଦକ ପକ୍କା କରିଛନ୍ତି। ଗୁରୁବାର ସ୍ପେନ୍‌ ବିପକ୍ଷରେ ପ୍ରତ୍ୟାବର୍ତନ କରି ଶେଷରେ ୫-୩ର ବିଜୟ ହାସଲ ସହ ଫାଇନାଲ୍‌ ସ୍ଥାନ ସୁରକ୍ଷିତ କରିଛନ୍ତି। ଆଗାମୀ ଟୋକିଓ ଅଲିମ୍ପିକ୍ସରେ ଭାରତର ଶ୍ରେଷ୍ଠ ପଦକ ଆଶାୟୀ ଥିବା ଅତନୁ-ଦୀପିକା ଯୋଡ଼ି ସ୍ବର୍ଣ୍ଣ ପଦକ ପାଇଁ ରବିବାର ଫାଇନାଲ୍‌ରେ ନେଦରଲାଣ୍ଡକୁ ଭେଟିବେ।

ଅନ୍ୟପକ୍ଷରେ ଚଳିତ ବିଶ୍ବକପ୍‌ରେ ଦୀପିକା ମଧ୍ୟ ବ୍ୟକ୍ତିଗତ ଦ୍ବିତୀୟ ପଦକ ହାସଲର ସମ୍ଭାବନା ସୃଷ୍ଟି କରିଛନ୍ତି। ସେ ବ୍ୟକ୍ତିଗତ ସେମିଫାଇନାଲ୍‌ରେ ପହଞ୍ଚି ନିଜର ଦ୍ବିତୀୟ ପଦକ ଆଶା ବଢ଼ାଇଛନ୍ତି। ଏଠାରେ ସୂଚନାଯୋଗ୍ୟ, ଉଭୟ ଅତନୁ ଓ ଦୀପିକା ପ୍ରାୟ ୨ ବର୍ଷର ସଂପର୍କ ପରେ ୨୦୨୦ ଜୁନ୍‌ ମାସରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଏବେ ଆମ ମଧ୍ୟରେ ଯୋଗାଯୋଗ ହେଉ ବା ପରସ୍ପରକୁ ବୁଝିବାରେ କୌଣସି ସମସ୍ୟା ହେଉନି। ବରଂ ଆମେ ଉଭୟେ ପେସାଦାର ତୀରନ୍ଦାଜ୍‌ ବୋଲି କହିଛନ୍ତି ଦୀପିକା। ଦୀପିକା ୮ ଥର ବିଶ୍ବ ବିଜୟିନୀ ଥିଲା ବେଳେ ମିଶ୍ରିତ ଯୁଗଳରେ ୫ ରୌପ୍ୟ ଓ ୩ କାଂସ୍ୟ ଜିତିଛନ୍ତି। ହେଲେ ଏପର୍ଯ୍ୟନ୍ତ ସ୍ବର୍ଣ୍ଣ ପଦକ ଜିତିପାରିନାହାନ୍ତି। ଅନ୍ୟପକ୍ଷରେ ଅତନୁ ଏବେ ଭାରତର ଏକ ନମ୍ବର ପୁରୁଷ ତାରକା ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe