ବୁନେସ୍ ଏୟାରେସ୍: ବିଶ୍ୱକପ୍ର ପ୍ରି-କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଥିବା ଆର୍ଜେଣ୍ଟିନା ଫୁଟବଲ୍ ଦଳର ପ୍ରଶିକ୍ଷକ ଜର୍ଜ ସାମ୍ପୋଲି ସୋମବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଆର୍ଜେଣ୍ଟିନା ଫୁଟବଲ୍ ସଂଘ ପକ୍ଷରୁ ଏହି ସୂଚନା ଦିଆ ଯାଇଛି। ଉଭୟ ପକ୍ଷର ସହମତିରେ ସାମ୍ପୋଲି ତାଙ୍କ ପଦ ଛାଡ଼ିଥିବା ସଂଘ କହିଛି। ୫୮ ବର୍ଷୀୟ ସାମ୍ପୋଲି ଆର୍ଜେଣ୍ଟିନା ଫୁଟବଲ୍ ସଂଘ ସହ ନିଜ ସହକାରୀ ପ୍ରଶିକ୍ଷକମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ ଗତବର୍ଷ ହିଁ ଆର୍ଜେଣ୍ଟିନାର ପ୍ରଶିକ୍ଷକ ପଦ ଗ୍ରହଣ କରିଥିଲେ। ସାମ୍ପୋଲିଙ୍କ ଇସ୍ତଫା ପରେ ୧୯୭୮ ଏବଂ ୧୯୮୬ ବିଜେତା ଆର୍ଜେଣ୍ଟିନା ଗତ ଚାରି ବର୍ଷ ମଧ୍ୟରେ ଚତୁର୍ଥ ପ୍ରଶିକ୍ଷକ ସନ୍ଧାନରେ ରହିବ।
ଆର୍ଜେଣ୍ଟିନା ପ୍ରଶିକ୍ଷକ ସାମ୍ପୋଲିଙ୍କ ଇସ୍ତଫା
Advertisment
Follow Us