ଅମିତଙ୍କ ଗୋଲ୍‌ରେ ଆର୍ଜେଣ୍ଟିନା ପରାସ୍ତ: ଟେବୁଲ ଶୀର୍ଷରେ ଭାରତ

Advertisment
ଅମିତଙ୍କ ଗୋଲ୍‌ରେ ଆର୍ଜେଣ୍ଟିନା ପରାସ୍ତ: ଟେବୁଲ ଶୀର୍ଷରେ ଭାରତ

ଇଣ୍ଢୋଭେନ (ନେଦରଲାଣ୍ଡ୍ସ): ପ୍ରୋ ଲିଗ୍‌ ହକି ପ୍ରତିଯୋଗିତାର ‌ନିଜର ଶେଷ ପର୍ଯ୍ୟାୟ ମ୍ୟାଚ୍‌ ଲାଗି ନେଦରଲାଣ୍ଡ୍ସ ଗସ୍ତରେ ଥିବା ଭାରତ ଗୁରୁବାର ପ୍ରଥମ ବିଜୟ ପାଇଛି। ବୁଧବାର ଆୟୋଜକ ନେଦରଲାଣ୍ଡ୍ସଠୁ ୧-୪ ଗୋଲ୍‌ରେ ହାରିଥିବା ଭାରତ ଗୁରୁବାର ଆର୍ଜେଣ୍ଟିନାକୁ ୩-୦ ‌ଗୋଲ୍‌ରେ ପରାସ୍ତ କରି ଦେଇଛି। ଏହି ବିଜୟ ସହ ଭାରତ ୨୭ ପଏଣ୍ଟ ସହ ‌ଟେବୁଲର ଶୀର୍ଷକୁ ଉଠିଛି। ଇଂଲଣ୍ଡ (୨୬ ପଏଣ୍ଟ) ଦ୍ବିତୀୟକୁ ଖସିଛି।

ମ୍ୟାଚ୍‌ର ପ୍ରଥମାର୍ଦ୍ଧରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା। ତୃତୀୟ ମିନିଟ୍‌ରେ ଭାରତ ପେନାଲ୍ଟି କର୍ଣ୍ଣର ଅର୍ଜନ କରିଥିଲେ ମଧ୍ୟ ଗୋଲ୍‌ ଦେବାକୁ ସକ୍ଷମ ହୋଇନଥିଲା। ଏହାପରେ ଉଭୟ ଦଳ ରକ୍ଷଣାତ୍ମକ ଖେଳ ଖେଳିବାରୁ ‌ପ୍ରଥମ ଦୁଇ କ୍ବାର୍ଟର ଗୋଲ୍‌ ଶୂନ୍ୟରେ ଶେଷ ହୋଇଥିଲା। ତୃତୀୟ କ୍ବାର୍ଟରରେ ଅଧିନାୟକ ହର୍ମନପ୍ରୀତ ସିଂହ (୩୨ ମିନିଟ୍‌) ଏବଂ ଓଡ଼ିଆ ପୁଅ ଅମିତ ରୋହିଦାସ (୩୮ ମିନିଟ୍‌) ଦୁଇଟି ପେନାଲ୍ଟି କର୍ଣ୍ଣର ଗୋଲ୍‌ ଦେଇ ଭାରତକୁ ୨-୦ରେ ଆଗୁଆ ରଖିଥିଲେ। ଚତୁର୍ଥ କ୍ବାର୍ଟରର ଶେଷ ମିନିଟ୍‌ରେ ଅଭିଷେକ (୫୯ ମିନିଟ୍‌) ଫିଲ୍ଡ ଗୋଲ୍‌ ଦେଇ ଭାରତର ବିଜୟ ବ୍ୟବଧାନକୁ ୩-୦ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe