ଏଫ୍‌ଆଇଏଚ୍ କନିଷ୍ଠ ପୁରୁଷ ହକି ବିଶ୍ୱକପ୍‌ ଜିତିଲା ଆର୍ଜେଣ୍ଟିନା

Advertisment

କଳିଙ୍ଗରେ ଉଦ୍‌ଯାପିତ ହେଲା କନିଷ୍ଠ ପୁରୁଷ ହକି ବିଶ୍ୱକପ୍‌

କଳିଙ୍ଗରେ ଉଦ୍‌ଯାପିତ ହେଲା କନିଷ୍ଠ ପୁରୁଷ ହକି ବିଶ୍ୱକପ୍‌

ଏଫ୍‌ଆଇଏଚ୍ କନିଷ୍ଠ ପୁରୁଷ ହକି ବିଶ୍ୱକପ୍‌ ଜିତିଲା ଆର୍ଜେଣ୍ଟିନା

ଭୁବନେଶ୍ୱର : ୬ ଥର ବିଜେତା ତଥା ପ୍ରତିଯୋଗିତାର ସଫଳତମ ଦଳ ଜର୍ମାନିକୁ ରୋମାଞ୍ଚକ ଫାଇନାଲ୍‌ରେ ୪-୨ ଗୋଲ୍‌ରେ ପରାସ୍ତ କରି କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ଏଫ୍‌ଆଇଏଚ୍ କନିଷ୍ଠ ପୁରୁଷ ହକି ବିଶ୍ବକପ୍‌କୁ ଆର୍ଜେଣ୍ଟିନା ଜିତି ନେଇଛି। ଆର୍ଜେଣ୍ଟିନାର ଏହା ଦ୍ବିତୀୟ ବିଶ୍ବକପ୍ ବିଜୟ। ଶେଷ ଥର ପାଇଁ ଏହି ଦଳ ୧୬ ବର୍ଷ ତଳେ ଅର୍ଥାତ୍ ୨୦୦୫ ମସିହାରେ ପ୍ରଥମ ଥର ପାଇଁ କନିଷ୍ଠ ପୁରୁଷ ହକି ବିଶ୍ବକପ୍ ଜିତିଥିଲା। ପ୍ରତିଯୋଗିତାର କାଂସ୍ୟ ପଦକ ମୁକାବିଲାରେ ଫ୍ରାନ୍ସଠାରୁ ୧-୩ ଗୋଲ୍‌ରେ ହାରି ଆୟୋଜକ ଭାରତ ଚତୁର୍ଥ ସ୍ଥାନରେ ରହିଛି।

ଆଜିର ସଂଘର୍ଷପୂର୍ଣ୍ଣ ଫାଇନାଲର ପ୍ରଥମ ଦୁଇ କ୍ବାର୍ଟରରେ ଦୁଇଟି ଗୋଲ୍ ଦେଇ ଆର୍ଜେଣ୍ଟିନା ୨-୦ରେ ଆଗୁଆ ହୋଇଯାଇଥିଲା। ହେଲେ ପରବର୍ତ୍ତୀ ଦୁଇ କ୍ବାର୍ଟରରେ କୌଶଳର ସହ ଦୁଇଟି ଗୋଲ୍ ଦେଇ ଜର୍ମାନି ସଫଳ ପ୍ରତ୍ୟାବର୍ତ୍ତନ କରିବା ସହ ମ୍ୟାଚ୍‌କୁ ବରାବର ସ୍ଥିତିକୁ ନେଇ ଆସିଥିଲା। ହେଲେ ମ୍ୟାଚ୍ ଶେଷ ହେବାର ୧୦ ମିନିଟ୍ ପୂର୍ବରୁ ଆର୍ଜେଣ୍ଟିନା ନିର୍ଣ୍ଣାୟକ ତୃତୀୟ ଗୋଲ୍ ଦେଇ ମ୍ୟାଚ୍‌କୁ ନିଜ କବ୍‌ଜାକୁ ନେଇଯାଇଥିଲା। ଆର୍ଜେଣ୍ଟିନାର ପ୍ରଥମ ତିନିଟି ପେନାଲ୍ଟି କର୍ଣ୍ଣର ଗୋଲ୍ ଲାଟାରୋ ଡୋମିନେ (୧୦, ୨୫, ୫୦ ମିନିଟ୍) ଦେଇ ବ୍ୟକ୍ତିଗତ ଭାବେ ହ୍ୟାଟ୍ରିକ୍ ଅର୍ଜନ କରିଥିଲେ। ଅନ୍ୟ ଫିଲ୍ଡ ଗୋଲ୍‌ଟି ଫ୍ରାଙ୍କୋ (୬୦ ମିନିଟ୍) ଅଗସ୍ତିନି ଦେଇଥିଲେ। ସେପଟେ ଜର୍ମାନି ପକ୍ଷରୁ ଜୁଲିୟସ୍ ହେନର (୩୬, ଫିଲ୍ଡ ଗୋଲ୍) ଓ ମାସି ପାନଡିଟ୍ (୪୭ ମିନିଟ୍, ପେନାଲ୍ଟି କର୍ଣ୍ଣର ଗୋଲ୍) ଗୋଲ୍ ଦେଇଥିଲେ। ଲାଟାରୋ ଡୋମିନେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। ଏହାସହ କରୋନା ସଂକ୍ରମଣ ଭୟ, ଓମିକ୍ରନ୍ ଆତଙ୍କ ଏବଂ ଜୱାଦ ବାତ୍ୟା ବିପଦ ସତ୍ତ୍ବେ କଳିଙ୍ଗ ଷ୍ଟାଡିୟମ୍‌ରେ ଆଉ ଏକ ବିଶ୍ବକପ୍‌ର ସଫଳ ପରିମାପ୍ତି ଘଟିଥିଲା।

୧୨ ଦିନ ଧରି ଚାଲିଥିବା ଏହି ହକି ମହାମେଳାର ପରିସମାପ୍ତି ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତା ଆର୍ଜେଣ୍ଟିନା ଦଳକୁ ସ୍ବର୍ଣ୍ଣ ପଦକ ସହ ବିଶ୍ବକପ୍ ଟ୍ରଫି ପ୍ରଦାନ କରିଥିଲେ। ଏହି ଅବସରରେ ଏଫ୍‌ଆଇଏଚ୍ ସଭାପତି ନରିନ୍ଦର ବାତ୍ରା ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ହକି ଇଣ୍ଡିଆ ମହାସଚିବ ରାଜିନ୍ଦର ସିଂହ, ସଭାପତି ଜ୍ଞାନେନ୍ଦ୍ରୋ ନଙ୍ଗମବାମ୍, ଓଡ଼ିଶା ହକି ପ୍ରମୋସନ୍ କାଉନସିଲର ଅଧ୍ୟକ୍ଷ ଦିଲୀପ ତିର୍କି, କ୍ରୀଡ଼ା ସଚିବ ଆର ଭିନିଲକ୍ରିଷ୍ଣା‌, ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଓଡ଼ିଶା ଖଣି ନିଗମର ପରିଚାଳନା ନିର୍ଦ୍ଦେଶକ ବଲୱନ୍ତ ସିଂହ ପ୍ରମୁଖ ଉପସ୍ଥିତ ରହି ଉପବିଜେତା ଭାବେ ଜର୍ମାନିକୁ ରୌପ୍ୟ ଏବଂ କାଂସ୍ୟ ବିଜେତା ଫ୍ରାନ୍ସ ଦଳର ଖେଳାଳିଙ୍କୁ ପଦକ ସହ ସ୍ମାରକୀ ଏବଂ ଟୋପି ପ୍ରଦାନ କରିଥିଲେ। ହକି ଇଣ୍ଡିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଏଲିନା ନର୍ମାନ ସଭା ପରିଚଳନାରେ ସହଯୋଗ କରିଥିଲେ। ଫାଇନାଲ୍ ପୂର୍ବରୁ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ମ୍ୟାଚ୍ ପୂର୍ବରୁ ଦୁଇ ଦଳର ଖେଳାଳିଙ୍କ ସହ ପରିଚିତ ହୋଇଥିଲେ। ତାଙ୍କୁ ମଧ୍ୟ ମଧ୍ୟାନ୍ତରରେ ହକି ଏଫ୍‌ଆଇଏଚ୍ ଓ ହକି ଇଣ୍ଡିଆ ବିଶ୍ବକପ୍ ପ୍ରତିକୃତି ଦେଇ ସମ୍ବର୍ଦ୍ଧିତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe