ଅରିଜିତ ଗୀତ ଗାଉଥିବା ବେଳେ ମଞ୍ଚ ଉପରକୁ ଚଢ଼ିଗଲେ ଧୋନୀ, ପାଦ ଛୁଇଁ ମହାନତା ଦେଖାଇଲେ କଣ୍ଠଶିଳ୍ପୀ

Advertisment
ଅରିଜିତ ଗୀତ ଗାଉଥିବା ବେଳେ ମଞ୍ଚ ଉପରକୁ ଚଢ଼ିଗଲେ ଧୋନୀ, ପାଦ ଛୁଇଁ ମହାନତା ଦେଖାଇଲେ କଣ୍ଠଶିଳ୍ପୀ

ndtv.in

ନୂଆଦିଲ୍ଳୀ: ଗତକାଲି  ଆଇପିଏଲ୍‌ର ଉଦଘାଟନୀ ସମାରୋହରେ ଗାୟକ ଅରିଜିତ ସିଂ କେବଳ ତାଙ୍କ ଗୀତରେ ନୁହେଁ, ବରଂ ଅନ୍ୟ ଏକ କାରଣ ପାଇଁ ବି ଦର୍ଶକଙ୍କ ମନକୁ କିଣି ପାରିଛନ୍ତି। ଅରିଜିତ ଗୀତ ଗାଇବା ବେଳେ ଯେତେବେଳେ ଚେନ୍ନାଇ ସୁପର୍‌ କିଙ୍ଗ୍‌ସ (ସିଏସ୍‌କେ)ର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ମଞ୍ଚ ଉପରେ ପହଞ୍ଚିଥିଲେ ତ ସେ ତତ୍‌କ୍ଷଣାତ ତାଙ୍କ ପାଦ ସ୍ପର୍ଶ କରିଥିଲେ। ଅରିଜିତଙ୍କର ଏହି ସଂସ୍କାର ପାଇଁ ତାଙ୍କୁ ଖୁବ୍‌ ପ୍ରଶଂସା ମିଳୁଛି।

ଧୋନୀଙ୍କୁ ଅଚାନକ ମଞ୍ଚ ଉପରେ ଦେଖି ଅରିଜିତ ସମସ୍ତଙ୍କ ସମ୍ମୁଖରେ ତାଙ୍କ ପାଦ ସ୍ପର୍ଶ କରିଥିଲେ। ଧୋନିଙ୍କ ପ୍ରତି ଅରିଜିତ ସିଂଙ୍କ ଏହି ସମ୍ମାନକୁ ଦେଖି ପ୍ରଶଂସକମାନେ ସୋସିଆଲ ମିଡିଆରେ ଏହି ଚିତ୍ରକୁ ସେୟାର କରିବା ସହ ପ୍ରଶଂସା କରିବା ବନ୍ଦ କରୁନାହାନ୍ତି।

ଉଲ୍ଲେଖଯୋଗ୍ୟ,  ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉତ୍ସବ ସହିତ ଚମତ୍କାର କ୍ରିକେଟ୍‌ ଭିତରେ ଗତକାଲି ଆରମ୍ଭ ହୋଇଥିଲା ଆଇପିଏଲ୍‌ର ୧୬ତମ ସଂସ୍କରଣ।ପ୍ରଥମ ମ୍ୟାଚ୍‌ରେ ଗତବର୍ଷର ବିଜେତା ଗୁଜରାଟ ଟାଇଟନ୍ସ ୫ ୱିକେଟ୍‌ରେ ୪ ଥର ବିଜେତା ଚେନ୍ନାଇ ସୁପର୍‌ କିଙ୍ଗ୍ସକୁ ପରାସ୍ତ କରିଛି। ଫଳରେ ଆଇପିଏଲ୍‌ ଇତିହାସରେ ଚେନ୍ନାଇ ସୁପର୍‌ କିଙ୍ଗ୍ସ ବିପକ୍ଷରେ ସମସ୍ତ ୩ ମ୍ୟାଚ୍‌ ଜିତି ହାର୍ଦିକ ପାଣ୍ଡ୍ୟାଙ୍କ ଦଳ ହ୍ୟାଟ୍ରିକ୍ ଅର୍ଜନ କରିଛି। ଚେନ୍ନାଇ ସୁପର୍‌ କିଙ୍ଗ୍ସ ପକ୍ଷରୁ ଦିଆଯାଇଥିବା ୧୭୯ ରନ୍‌ ବିଜୟ ଲକ୍ଷ୍ୟକୁ ଗୁଜରାଟ ଟାଇଟନ୍ସ ୪ ବଲ୍ ପୂର୍ବରୁ ଜିତିଯାଇଥିଲା। ଇମ୍ପାକ୍ଟ ପ୍ଲେୟାର୍‌ ତୁ‌ଷା‌ର ଦେଶପାଣ୍ଡେଙ୍କୁ ଛକା ଓ ଚୌକା ମାରି ରାହୁଲ ତିୱାତିଆ ମ୍ୟାଚ୍‌ ଶେଷ କରିଥିଲେ। ତେବେ ଶୁବମନ ଗିଲଙ୍କ ୩୬ ବଲ୍‌ ୬୩ ରନ୍‌ ପାଳି ଗୁଜରାଟ ବିଜୟ ପାଇଁ ନିର୍ଣ୍ଣାୟକ ହୋଇଥିଲା। ରସିଦ ଖାନ୍‌ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe