ମୁମ୍ବାଇ ଇଣ୍ଡିଆନ୍ସ ଶିବିରରେ ଅର୍ଜୁନ ତେନ୍ଦୁଲକର, ନେଟ୍ସରେ ବୋଲିଂ କରିବେ

Advertisment
ମୁମ୍ବାଇ ଇଣ୍ଡିଆନ୍ସ ଶିବିରରେ ଅର୍ଜୁନ ତେନ୍ଦୁଲକର, ନେଟ୍ସରେ ବୋଲିଂ କରିବେ

ନୂଆଦିଲ୍ଲୀ: ଭାରତର କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଆଗକୁ ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗଦେଇପାରନ୍ତି। ସଚିନ ଯେବେଠୁ ଦଳର ନେତୃତ୍ବ ନେଇଆସୁଥିଲେ, ସେବେଠାରୁ ଅର୍ଜୁନ କମ୍‌ ବୟସରୁ ୱାଙ୍ଖଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସର ଖେଳକୁ ଉପଭୋଗ କରିଆସୁଥିଲେ। ଏବେ ଅଜୁର୍ନ ବଡ଼ ହୋଇଯାଇଥିଲା ବେଳେ ଜଣେ ଦକ୍ଷ ବାମହାତୀ ଦ୍ରୁତ ବୋଲର ଭାବେ ପରିଚୟ ତିଆରି କରିସାରିଲେଣି। ଏପରିକି ଘରୋଇ ପ୍ରତିଯୋଗିତା ଓ ୧୯ ବର୍ଷରୁ କମ୍‌ ବର୍ଗରେ ନିଜର ବ୍ୟାଟିଂ ଦକ୍ଷତାର ପ୍ରମାଣ ମଧ୍ୟ ଦେଇସାରିଛନ୍ତି।

ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଅଜୁର୍ନ ତେନ୍ଦୁଲକରଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ୟୁଏଇରେ ଟ୍ରେଣ୍ଟ ବୋଲ୍ଟ, ରାହୁଲ ଚହର, ଜେମ୍ସ ପାଟିନ୍‌ସନ୍‌ଙ୍କ ସହ ଅର୍ଜୁନ ସୁଇମିଂ ପୁଲରେ ମଜା ଉଠାଉଥିବା ଫଟୋରେ ଦେଖିବାକୁ ମିଳିଛି। ଯେଉଁଥିପାଇଁ ସାମାଜିକ ଗଣମାଧ୍ୟମରେ ପ୍ରଶଂସକମାନେ ମୁମ୍ବାଇ ଇଣ୍ଡିଆନ୍ସରେ ଅର୍ଜୁନ ସାମିଲ ହେବା ନେଇ ପରିକଳ୍ପନା କରୁଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହାର କୌଣସି ସ୍ପଷ୍ଟ ଚିତ୍ର ମିଳିନାହିଁ। ତେବେ ଅର୍ଜୁନ ଦଳ ସହିତ ନେଟ୍‌ ବୋଲର ଭାବେ ୟୁଏଇ ଯାଇଥିବା ଜଣାପଡ଼ିଛି। କିନ୍ତୁ ଅର୍ଜୁନ ଦଳ ସହ ରହିବା ଘଟଣା ପ୍ରଥମ ନୁହେଁ କିମ୍ବା ଦଳ ଏଥିପାଇଁ ତାଙ୍କ ସହ କୌଣସି ଚୁକ୍ତି କରିନାହିଁ। ମୁମ୍ବାଇ ବ୍ୟାଟ୍ସମ୍ୟାନଙ୍କୁ ନେଟ୍ସରେ ବୋଲିଂ କରିବା ପାଇଁ ଅର୍ଜୁନଙ୍କୁ ସାଙ୍ଗରେ ନିଆଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe