ରଣବୀରଙ୍କୁ ‘ପଡ଼ିଆ ବାହାର ଶ୍ରେଷ୍ଠ’ କହିଲେ ଅର୍ଜୁନ

Advertisment
ରଣବୀରଙ୍କୁ ‘ପଡ଼ିଆ ବାହାର ଶ୍ରେଷ୍ଠ’ କହିଲେ ଅର୍ଜୁନ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମ୍ୟାଚ ବେଳେ ଲଣ୍ଡନ ଉପସ୍ଥିତ ବଲିଉଡ ଅଭିନେତା ରଣବୀର ସି˚ହ ପଡ଼ିଆରେ ଅଧିକ ଉତ୍ସାହିତ ରହୁଥିବା ଦେଖାଯାଇଥିଲେ। ସାଥି ଅଭିନେତା ଅର୍ଜୁନ କପୁର ମଧ୍ୟ ଏହାକୁ ଦେଖିବା ପରେ ତାଙ୍କୁ ପ୍ରଶ˚ସାରେ ପୋତି ପକାଇଛନ୍ତି। ମ୍ୟାଚ ଶେଷ ହେବାର ଦୁଇ ଦିନ ପରେ ବି ରଣବୀର ତାଙ୍କ ଫଟୋ ଓ ଭିଡିଓକୁ ସେୟାର କରିଚାଲିଛନ୍ତି। ତାଙ୍କର ସଦ୍ୟତମ ଭିଡିଓ ଏହି ଉତ୍ସାହର ଏକ ପ୍ରମାଣ ବୋଲି ଅର୍ଜୁନ କହିଛନ୍ତି। ଅର୍ଜୁନ କହିଛନ୍ତି ଯେ, ‘ବାବା ତୁମେ ପଡ଼ିଆ ବାହାରେ ସବୁଠୁ ଶ୍ରେଷ୍ଠ ଖେଳାଳି’। ଏପରିକି ରଣବୀରଙ୍କ ପାରମ୍ପରିକ ବେଶଭୂଷାକୁ ନେଇ ଭାଷ୍ୟକାରମାନେ ମଧ୍ୟ ବହୁତ ଆଲୋଚନା କରିଥିଲେ।
ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ରଣବୀର ପଡ଼ିଆକୁ ଓହ୍ଲାଇଥିଲେ। ବର୍ତ୍ତମାନ ସେ ୧୯୮୩ ମସିହାରେ ଭାରତର ଐତିହାସିକ ବିଶ୍ବ ବିଜେତା ଉପରେ ଆଧାରିତ ସିନେମାରେ ଅଭିନୟ କରୁଛନ୍ତି। ତେଣୁ ଉତ୍ସାହ ଦ୍ବିଗୁଣ ହୋଇଯାଇଛି। ଏହି ସିନେମାରେ ସେ କପିଳ ଦେବଙ୍କ ଭୂମିକାରେ ଅବତୀର୍ଣ୍ଣ ହେଉଛନ୍ତି। କବିର ଖାନ୍‌ଙ୍କ ନିର୍ଦ୍ଦେଶିତ ଏହି ସିନେମା ୨୦୨୦ ମସିହାରେ ମୁକ୍ତିଲାଭ କରିବ। ବର୍ତ୍ତମାନ ଲଣ୍ଡନରେ ଏହାର ସୁଟି˚ ଜାରି ରହିଛି। ଲଣ୍ଡନରେ ଥିବା ସମୟରେ ସୁନିଲ ଗାଭାସ୍କର, ବ୍ରାଏନ୍‌ ଲାରା ଓ ସୌରଭ ଗାଙ୍ଗୁଲିଙ୍କ ଭଳି କିମ୍ବଦନ୍ତୀଙ୍କ ସହିତ କ୍ରିକେଟ ଆଲୋଚନା କରୁଥିବା ଦେଖାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe