ଅର୍ଜୁନ ତେନ୍ଦୁଲକରଙ୍କୁ ସୁଯୋଗ ମିଳିନପାରେ

Advertisment
ଅର୍ଜୁନ ତେନ୍ଦୁଲକରଙ୍କୁ ସୁଯୋଗ ମିଳିନପାରେ

photo-Indian Express

ମୁମ୍ବାଇ: ସର୍ବାଧିକ ୫ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍‌ସ ଆଗାମୀ ଆଇପିଏଲ୍‌ ପାଇଁ ଆପାତତଃ ତା’ର ଚୂଡାନ୍ତ ଏକାଦଶ ସ୍ଥିର କରିସାରିଛି। ଏହି ଦଳ ଚେନ୍ନାଇରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ସହ ଖେଳି ଏଥର ଅଭିଯାନ ଆରମ୍ଭ କରିବ। ରୋହିତ ଶର୍ମାଙ୍କ ଏହି ଦଳର ଶୀର୍ଷକ୍ରମ ବେଶ୍‌ ପ୍ରଭାବୀ ଥିଲା ବେଳେ ମଧ୍ୟକ୍ରମ ମଧ୍ୟ ଖୁବ୍‌ ଦୃଢ଼ ରହିଛି। ଏପରିକି ଯଶ୍‌ପ୍ରୀତ୍‌ ବୁମ୍‌ରାଙ୍କୁ ଏକାଦଶ ସ୍ଥାନରେ ସୁଯୋଗ ମିଳିବ। ଫଳରେ କିଂବଦନ୍ତି ସଚିନ୍‌ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନଙ୍କ ସମେତ ପ୍ରାୟ ୫ ଜଣ ଏଥର ଆଇପିଏଲ୍‌ରେ ଖେଳିବାର ସୁଯୋଗ ପାଇବା ଆଶଙ୍କା ବଢ଼ିଛି। ଏହି ୫ ଜଣଙ୍କ ମଧ୍ୟରେ ଅର୍ଜୁନଙ୍କ ସମେତ ଆଦିତ୍ୟ ତାରେ, ସୌରଭ ତିୱାରି, ମୋହସିନ ଖାନ୍‌ ଏବଂ ଯୁଦ୍ଧବୀର ଚରକଙ୍କ ନାମ ଆସୁଛି। ଏମାନେ ସମ୍ଭବତଃ ଋତୁ ସାରା ଚୂଡାନ୍ତ ଏକାଦଶ ବାହାରେ ବସିରହିବେ।

ଅର୍ଜୁନ ପ୍ରଥମ ଥର ଲାଗି ଆଇପିଏଲ୍‌ରେ ସାମିଲ ହୋଇଛନ୍ତି। ଘରୋଇ କ୍ରିକେଟ୍‌ରେ ଯଥେଷ୍ଟ ଅଭିଜ୍ଞତା ରଖିନଥିବାରୁ ଆଇପିଏଲ୍‌ରେ ଗୋଟିଏ ହେଲେ ମ୍ୟାଚ୍‌ ଖେଳିନପାରନ୍ତି। ତଥାପି ଟ୍ରେଣ୍ଟ୍‌ ବୋଲ୍‌ଟ ଓ ଜାହିର ଖାନ୍‌ଙ୍କ ସହ ମୁମ୍ବାଇ ଡ୍ରେସିଂ ରୁମ୍‌ର ଅଂଶବିଶେଷ ରହି ଯଥେଷ୍ଟ ଶିଖିପାରିବାର ସୁଯୋଗ ପାଇବେ। ସେହିପରି କ୍ବିଣ୍ଟନ ଡି’କକ୍‌ ଓ ଇଶାନ କିଶନ ଶୀର୍ଷକ୍ରମରେ ରହିଥିବାରୁ ତାରେଙ୍କୁ ସ୍ଥାନ ମିଳିବା ସମ୍ଭାବନା କମ୍। ଯଦି କେହି ଆହତ ହୁଅନ୍ତି ତାହାଲେ ଆଶା ରହିବ। ତାରେ ଘରୋଇ ପ୍ରତିଯୋଗିତାରେ ଢେର ଅଭିଜ୍ଞ। ତଥାପି ଆଇପିଏଲ୍‌ରେ ଋତୁ ସାରା ବାହାରେ ବସିବାକୁ ପଡ଼ିପାରେ। ଚଳିତ ଋତୁରେ ଗୋଟିଏ ହେଲେ ମ୍ୟାଚ୍‌ ନପାଇବାର ସମ୍ଭାବନା ରହିଥିବା ଅନ୍ୟତମ ଭାରତୀୟ ଖେଳାଳି ଜଣଙ୍କ ହେଲେ ସୌରଭ ତିୱାରୀ। ମଧ୍ୟକ୍ରମରେ ସୂର୍ଯ୍ୟକୁମାର ଯାଦବ, ଇଶାନ ଓ ପାଣ୍ଡ୍ୟା ଭ୍ରାତାଙ୍କ ସହିତ କିରଣ ପୋଲାର୍ଡଙ୍କ ଭଳି ଖେଳାଳି ଜମି ରହିଥିବ‌ାରୁ ତିୱାରିଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିବା କଷ୍ଟକର। ଯଦି କେହି ଆହତ ହୁଅନ୍ତି, ତାହାଲେ ତିୱାରୀଙ୍କ ଭାଗ୍ୟ ଖୋଲିପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe