ଅର୍ଜୁନ ପୁରସ୍କାରପ୍ରାପ୍ତ ଟିକରାମଙ୍କ ଦେହାନ୍ତ

Advertisment
ଅର୍ଜୁନ ପୁରସ୍କାରପ୍ରାପ୍ତ ଟିକରାମଙ୍କ ଦେହାନ୍ତ

ଭୁବନେଶ୍ବର: ଅର୍ଜୁନ ପୁରସ୍କାର ପ୍ରାପ୍ତ ପୂର୍ବତନ ପାରା ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ତଥା ପ୍ରଶିକ୍ଷକ ରମେଶ ଟିକରାମଙ୍କ ଗୁରୁବାର କୋଭିଡ୍‌-୧୯ରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୧ ବର୍ଷ ବୟସ ହୋଇଥିଲା। ତାଙ୍କର ପତ୍ନୀ ଓ ଦୁଇ ପୁଅ ଅଛନ୍ତି। ଗତ ଦୁଇ ସପ୍ତାହ ଧରି କରୋନାରେ ସେ ପୀଡ଼ିତ ଥିଲେ। ଗତ ମାସ ୨୯ରେ କାସ ଓ କଫ ହେବାରୁ ତାଙ୍କୁ ବେଙ୍ଗାଲୁରୁସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗୁରୁବାର ଅପରାହ୍ଣରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ଭାରତୀୟ ପାରା ବ୍ୟାଡ୍‌ମିଣ୍ଟନ୍‌ ସଂଘର ସଭାପତି ଏନ୍‌ସି ସୁଧୀର ସୂଚନା ଦେଇଛନ୍ତି। ପାରା ସ୍ପୋର୍ଟସ୍‌ର ‌ଜଣେ ପୁରୁଖ‌ା ସଦସ୍ୟ ଥିଲେ ଏବଂ ଭାରତରେ ପାରା-ବ୍ୟାଡମିଣ୍ଟନର ବିକାଶରେ ଟିକରାମ ପ୍ରମୁଖ ଭୂମିକା ନେଇଥିଲେ।

ତାଙ୍କ ଅକାଳ ବିୟୋଗରେ ଭାରତୀୟ ପାରାଲିମ୍ପିକ୍ ସମିତି (ପିସିଆଇ) ଦୁଃଖିତ। ପିସିଆଇର ପରିଚାଳନା ବୋର୍ଡର ସଦସ୍ୟମାନେ ଟିକରାମଙ୍କ ପ୍ରିୟଜନଙ୍କୁ ସମବେଦନା ଜଣାଇଛନ୍ତି। ଟିକରାମଙ୍କ ଦେହାନ୍ତରେ ମୁଁ ମର୍ମାହତ। ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଛି ତାଙ୍କ ଆତ୍ମାକୁ ଶାନ୍ତି ମିଳୁ। ଭାରତୀୟ ପାରାଲିମ୍ପିକ୍ସ ଜଣେ ପାରା-ବ୍ୟାଡମିଣ୍ଟନ ଖେଳାଳି ଏବଂ ପ୍ରଶିକ୍ଷକଙ୍କୁ ହରାଇଛି। ଭଗବାନ ତାଙ୍କ ପରିବାରକୁ ଶକ୍ତି ଦିଅନ୍ତୁ ବୋଲି ପିସିଆଇ ସଚିବ ଗୁରୁସରଣ ସିଂହ ପ୍ରକାଶ କରିଛନ୍ତି। କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁଙ୍କ ସମେତ ବହୁ କ୍ରୀଡ଼ାବିତ୍‌ ‌ଟିକାରାମଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe