ଆଜି ବାରବାଟୀରେ ଆରୋଜ୍‌-ଗୋକୁଲମ୍‌ ମୁକାବିଲା

Advertisment

ଆଇ ଲିଗ୍‌

ଆଇ ଲିଗ୍‌

ଆଜି ବାରବାଟୀରେ ଆରୋଜ୍‌-ଗୋକୁଲମ୍‌ ମୁକାବିଲା

କଟକ: ବାରବାଟୀ ଷ୍ଟାଡିୟମରେ ଶୁକ୍ରବାର ଇଣ୍ତିଆନ୍‌ ଆରୋଜ୍‌ ଓ ଗୋକୁଳମ୍‌ ଏଫ୍‌ସି ମଧ୍ୟରେ ଆଇ-ଲିଗ୍‌ ମୁକାବିଲା ହେବ। ଏଥିପାଇଁ ଗୁରୁବାର ସକାଳେ ଦୁଇ ଦଳ ବାରବାଟୀରେ ଅଭ୍ୟାସ ଶେଷ କରିଥିଲା ବେଳେ ଶୁକ୍ରବାର ଅପରାହ୍ନ ୫ଟାରେ ଉଭୟ ଦଳଙ୍କ ମଧ୍ୟରେ ମ୍ୟାଚ୍‌ ଖେଳାଯିବ। ବର୍ତ୍ତମାନ ସୁଦ୍ଧା ଘରୋଇ ଦଳ ଇଣ୍ତିଆନ୍‌ ଆରୋଜ୍‌ ଦ୍ବିତୀୟ ବିଜୟ ଅପେକ୍ଷାରେ ରହିଛି। ଏହି ଦଳ ଆଇଜଲ ଏଫ୍‌ସି ସହିତ ବାରବାଟୀରେ ଖେଳିଥିବା ଶେଷ ମ୍ୟାଚ୍‌କୁ ଗୋଲ ଶୂନ୍ୟ ଭାବେ ଅମୀମାଂସିତ ରଖି ପଏଣ୍ଟ୍‌ ବାଣ୍ଟିଥିଲା। ପ୍ରତିଯୋଗିତାରେ ୭ ମ୍ୟାଚରୁ ୧ ବିଜୟ ଓ ୫ ପରାଜୟ ସହ ଆରୋଜ୍‌ ୪ ପଏଣ୍ଟ ପାଇ ଦଶମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଗୋକୁଲମ୍‌ ଏଫ୍‌ସି ୧୫ ତାରିଖରେ ଖେଳିଥିବା ଶେଷ ମ୍ୟାଚ୍‌କୁ ରିଅଲ୍‌ କାଶ୍ମୀର ସହିତ ୧-୧ ଗୋଲ୍‌ରେ ଅମୀମା˚ସିତ ରଖିଥିଲା। ଏହି ଦଳ ଦୁଇଟି ଲେଖାଏଁ ହାର‌୍‌ ଜିତ୍‌ ସହ ୧୦ ପଏଣ୍ଟରେ ଅଷ୍ଟମ ସ୍ଥାନରେ ରହିଛି। ତେଣୁ ଦୁଇ ଦଳ ବାରବାଟୀରେ ମ୍ୟାଚ୍‌ ଜିତି ବିଜୟଧାରାକୁ ଫେରିବାକୁ ଚାହିଁବେ। ସେହିପରି ଓଡ଼ିଶାକୁ ଘରୋଇ ପଡ଼ିଆ ଭାବେ ବ୍ୟବହାର କରୁଥିବା ଆରୋଜ୍‌ ବାରବାଟୀରେ ଏହାର ଶେଷ ମ୍ୟାଚ୍‌ ଖେଳିବ। ଶୁକ୍ରବାରପରଠୁ ଆରୋଜ୍‌ ପରବର୍ତ୍ତୀ ଘରୋଇ ମ୍ୟାଚ୍‌ଗୁଡ଼ିକ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଖେଳିବାକୁ ଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe