ଏଆର୍‌ଆର୍‌ସିରେ ରାଜୀବ-ସେନ୍ଥିଲ ରଚି‌ଲେ ଇତିହାସ

Advertisment
ଏଆର୍‌ଆର୍‌ସିରେ ରାଜୀବ-ସେନ୍ଥିଲ ରଚି‌ଲେ ଇତିହାସ

ସେପାଙ୍ଗ (ମାଲେସିଆ): ମାଲେସିଆର ସେପାଙ୍ଗ ଆର୍ନ୍ତଜାତିକ ସର୍କିଟରେ ଅନୁଷ୍ଠିତ ଏସିଆ ରୋଡ଼ ରେସିଂ (ଏଆରଆରସି) ପ୍ରତି‌ଯୋଗିତାର ପ୍ରଥମ ରାଉଣ୍ଡରେ ‘ଇଦେମିତସୁ ହୋଣ୍ଡା ରେସିଂ ଇଣ୍ଡିଆ’ ଦଳ ଇତିହାସ ରଚିଛି। ଦଳର ଦୁଇ ଯୁବ ରେସର ରାଜୀବ ସେଥୁ ଓ ସେନ୍ଥିଲ କୁମାର ପଏଣ୍ଟ ଅର୍ଜନ କରିଛନ୍ତି। ରାଜୀବ ଏକାଦଶ ସ୍ଥାନରେ ରହି ଶ୍ରେଷ୍ଠ ଭାରତୀୟ ହୋଇଛନ୍ତି। ପୂର୍ବରୁ କୌଣସି ଭାରତୀୟ ରେସରଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ ତ୍ରୟୋଦଶ ସ୍ଥାନ ଥିଲା। ରାଜୀବ ଏଥର ଏକାଦଶ ସ୍ଥାନରେ ଅଭିଯାନ ଶେଷ କରିଛନ୍ତି। ୧୮ ବର୍ଷୀୟ ସେନ୍ଥିଲ ମଧ୍ୟ ପଦାର୍ପଣରେ ପଏଣ୍ଟ ଅର୍ଜନ କରିବାରେ ପ୍ରଥମ ଭାରତୀୟ ରେସର ହୋଇଛନ୍ତି। ରାଜୀବ ତାଙ୍କ ଏକାଦଶ ସ୍ଥାନ ପାଇଁ ୫ ଏବଂ ସେନ୍ଥିଲ ଚର୍ତୁଦଶ ସ୍ଥାନ ପାଇଁ ୨ ପଏଣ୍ଟ ପାଇଛନ୍ତି। ଫଳରେ ‘ଇଦେମିତସୁ ହୋଣ୍ଡା ରେସିଂ ଇଣ୍ଡିଆ’ ଋତୁର ପ୍ରଥମ ରେସରେ ହିଁ ୭ ପଏଣ୍ଟ ଅର୍ଜନ କରି ନେଇଛି। ଦଳ ମଧ୍ୟ ଏପି ୨୫୦ ଶ୍ରେଣୀରେ ପ୍ରଥମ ୬ଟି ଦଳ ମଧ୍ୟରେ ନିଜ ସ୍ଥିତି ଦୃଢ଼ କରିନେଇଛି। ଭାରତୀୟ ଦଳର ଏହି ସଫଳତା ନେଇ ହୋଣ୍ତା ମୋଟରସାଇକେଲ ଓ ସ୍କୁଟର ଇଣ୍ତିଆ ପ୍ରାଇଭେଟ ଲିମିଟେଡ଼ର ବ୍ରାଣ୍ତ ଓ ଯୋଗାଯୋଗ ଉପସଭାପତି ପ୍ରଭୂ ନାଗରାଜ କହିଛନ୍ତି ଯେ, ଆମ ପାଇଁ ଏହା ଏକ କଠିନ ସପ୍ତାହ ଥିଲା। ତଥାପି ଆମେ ଭଲ ପ୍ରଦର୍ଶନ କରିଛୁ। ଦଳର ଉଦ୍ୟମ ଓ ସଫଳତା ପାଇଁ ଆମେ ଗର୍ବିତ। ପୂର୍ବରୁ ଅନୁଷ୍ଠିତ ଅଭ୍ୟାସ ରେସରେ ରାଜୀବ ଓ ସେନ୍ଥିଲ ସଫଳ ପ୍ରଦର୍ଶନ କରିଥିଲେ। ୨ ମିନିଟ୍ ୨୬.୮୫୮ ସେକେଣ୍ଡର ସମୟ ସହ ରାଜୀବ ପ୍ରଥମ ଥର ପାଇଁ ଶ୍ରେଷ୍ଠ ୭ ଜଣଙ୍କ ମଧ୍ୟରେ ରହିଥିଲେ। ଅନ୍ୟପକ୍ଷରେ ସେନ୍ଥିଲ ପଦାର୍ପଣରେ ସପ୍ତଦଶ ସ୍ଥାନ ଅଧିକାର କରିଥିଲେ।। ଏସିଆ ରୋଡ୍ ରେସିଂ ପ୍ରତିଯୋଗିତା ଗତ ୨୪ ବର୍ଷ ଧରି ଆୟୋଜିତ ହୋଇଆସୁଛି। ଚଳିତ ବର୍ଷ ଏହି ରେସ୍ ୭ ରାଉଣ୍ଡ ବିଶିଷ୍ଟ ହୋଇଥିଲା ବେଳେ ଏହା ୫ ଦେଶ (ମାଲେସିଆ ୨, ଅଷ୍ଟ୍ରେଲିଆ ୧, ଥାଇଲାଣ୍ଡ-୨, ଜାପାନ-୧, ଦକ୍ଷିଣ କୋରିଆ-୧)ରେ ଆୟୋଜିତ ହେବ। ଏଥରର ଏଆର୍‌ଆର୍‌ସିରେ ୧,୦୦୦ ସିସି, ୬୦୦ସିସି, ୨୫୦ ସିସି ଏବଂ ୧୫୦ ସିସି ବର୍ଗରେ ପ୍ରତିଦ୍ବନ୍ଦ୍ବିତା ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe