କୋଲକାତା: ପଶ୍ଚିମବଙ୍ଗର ବୋଲପୁର ସାଇ ପ୍ରଶିକ୍ଷଣ କେନ୍ଦ୍ରରେ ସୋମବାର ସକାଳେ ଏକ ବଡ଼ ଧରଣର ଅଘଟଣ ଘଟିଥିଲା। ଏଠାରେ ଅଭ୍ୟାସ କରୁଥିବା ଜଣେ ୧୪ ବର୍ଷୀୟା ତୀରନ୍ଦାଜଙ୍କ ବେକରେ ତୀର ଏପଟେ ପଶି ସେପଟେ ବାହାରି ଯାଇଥିଲା। ଫଜିଲା ଖାତୁନ ନାମକ ଏହି ତୀରନ୍ଦାଜ ଜଣକ ଅଭ୍ୟାସ କରୁଥିଲା ବେଳେ ଅନ୍ୟ ଜଣେ ତୀରନ୍ଦାଜ ମାରିଥିବା ତୀର ତାଙ୍କ ଡାହାଣ ବେକରେ ବାଜିଥିଲା। ତୀରଟି ତାଙ୍କ ବେକର କିଛି ଅଂଶରେ ପଶି ଅନ୍ୟପଟେ ବାହାରି ଯାଇଥିଲା। ସୌଭାଗ୍ୟବଶତଃ ଫଜିଲା ଚେତାରେ ଥିଲେ। ଏହା ଦେଖି ଫଜିଲାଙ୍କ ସହ ସେଠାରେ ଅଭ୍ୟାସ କରୁଥିବା ଅନ୍ୟ ଯୁବ ତୀରନ୍ଦାଜମାନେ ଏକଦମ୍ ଭୟଭିତ ହୋଇ ଯାଇଥିଲେ। ତେବେ ସାଇ କେନ୍ଦ୍ର ଅଧିକାରୀମାନେ ତାଙ୍କୁ ତୁରନ୍ତ ଏକ ସ୍ଥାନୀୟ ଡାକ୍ତରଖାନାରେ ଭର୍ତି କରିଥିଲେ। ସେଠାରେ ଡାକ୍ତରମାନେ ତୀରଟିକୁ ବହୁ କଷ୍ଟରେ ବାହାର କରିଥିଲେ। ଏବେ ସେ ସଂପୂର୍ଣ୍ଣ ବିପଦମୁକ୍ତ ଥିବା ସାଇ ନିର୍ଦେଶକ ଏମଏସ୍ ଗୋଇନ୍ଦି କହିଛନ୍ତି। ସାଥୀ ତରୀନ୍ଦାଜ ଜିେଓ୍ଵଲ ସେଖଙ୍କ ତୀର ଫଜିଲାଙ୍କ ବେକରେ ବାଜିଥିବା ପରେ ଜଣା ପଡ଼ିଥିଲା। ତେବେ ଏହି ଘଟଣା କେମିତି ଓ କାହିଁକି ଘଟିଲା ତା’ର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ବୋଲି ଗୋଇନ୍ଦି ଆଶ୍ୱାସନା ଦେଇଛନ୍ତି। ଏଥିନେଇ କିଛି ପ୍ରଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ସେ ସଂକେତ ଦେଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us