ଅରବିନ୍ଦ ସ୍ମାରକୀ କ୍ରିକେଟ୍‌: ଫାଇନାଲ୍‌ରେ ପାରାମାଉଣ୍ଟ ଷ୍ଟ୍ରାଇକର୍ସ

Advertisment
ଅରବିନ୍ଦ ସ୍ମାରକୀ କ୍ରିକେଟ୍‌: ଫାଇନାଲ୍‌ରେ ପାରାମାଉଣ୍ଟ ଷ୍ଟ୍ରାଇକର୍ସ

ଭୁବନେଶ୍ବର: ପାରାମାଉଣ୍ଟ ସ୍ପୋର୍ଟିଂସ ପଡ଼ିଆରେ ଚାଲିଥିବା ଅରବିନ୍ଦ ସ୍ମାରକୀ ୧୬ ବର୍ଷରୁ କମ୍‌ କ୍ରିକେଟ୍‌ ପ୍ରତିଯୋଗିତାର ଫାଇନାଲ୍‌ରେ ପ୍ରଥମ ଦଳ ଭାବେ ପାରାମାଉଣ୍ଟ ଷ୍ଟ୍ରାଇକର୍ସ ପହଞ୍ଚିଯାଇଛି। ଶନିବାର ପ୍ରଥମ ସେମିଫାଇନାଲ୍‌ରେ ଏହି ଦଳ ୧୦ ୱିକେଟ୍‌ରେ ଟାଉନ୍‌ କ୍ଲବ୍‌କୁ ପରାସ୍ତ କରିଥିଲା। ଟସ୍‌ ଜିତି ବ୍ୟାଟିଂ ନେଇଥିବା ଟାଉନ କ୍ଲବ୍‌ ପ୍ରତିପକ୍ଷ ବୋଲରଙ୍କ ଘାତକ ବୋଲିଂ ନିକଟରେ ତିଷ୍ଠିପାରିନଥିଲା। ଦଳ ୨୫ ଓଭର ଖେଳିଥିଲେ ମଧ୍ୟ ୨୭ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। କେହି ଜଣେ ହେଲେ ଦୁଇ ଅଙ୍କ ଛୁଇଁ ପାରିନଥିଲେ। ପାରାମାଉଣ୍ଟ ପକ୍ଷରୁ ସୟଦ୍‌ ତୁଫୈଲ ଅହମ୍ମଦ (୬-୪-୭-୩), ଦୁର୍ଗା ପ୍ରସାଦ ମଲ୍ଲିକ (୬-୩-୬-୨), ଅନିକେତ ମହାନ୍ତି (୩-୧-୬-୨), ସ୍ବାଗତ ମିଶ୍ର (୬-୫-୩-୨) ଏବଂ ରୁଦ୍ର ପ୍ରସାଦ (୧-୦-୩-୧) ଚମତ୍କାର ବୋଲିଂ ଚିତ୍ର ପାଇଥିଲେ।

ଜବାବରେ ସ୍ମାଗତ ମିଶ୍ର (୧୯*) ଓ ପ୍ରତ୍ୟୁଷ ସାହୁ (୪*)ଙ୍କ ଅପରାଜିତ ପାଳି ବଳରେ ପାରାମାଉଣ୍ଟ ଷ୍ଟ୍ରାଇକର୍ସ ୩.୩ ସଭରରେ କୌଣସି ୱିକେଟ୍‌ ନହରାଇ ୨୮ ରନ୍‌ର ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା। ତୁଫୈଲ ଅହମ୍ମଦ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଏବଂ ଦୁର୍ଗା ପ୍ରସାଦ ‌ଶ୍ରେଷ୍ଠ କ୍ଷେତ୍ରରକ୍ଷକ ପୁରସ୍କାର ପାଇଥିଲେ। ପାରମାଉଣ୍ଟ ସ୍ପୋର୍ଟିଂର ପ୍ରତିଷ୍ଠାତା ସଦସ୍ୟ ସନତ ଦାଶ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଲୁଲୁ ମହାପାତ୍ର ଓ ପ୍ରଦୀପ ଜେନା ମ୍ୟାଚ୍‌ ପରିଚାଳନା କରିଥିଲେ। ଆସନ୍ତାକାଲି ବାରବାଟୀ‌ରେ ଭାରତ-ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳାଯାଉଥିବାରୁ ଏହି ଦିନ ହେବାକୁ ଥିବା ଦ୍ବିତୀୟ ସେମିଫାଇନାଲ୍‌ ମ୍ୟାଚ୍‌କୁ ଗୋଟିଏ ଦିନ ଘୁଞ୍ଚାଇ ଦିଆଯାଇଛି। ଫଳରେ ଗ୍ରିନ୍‌ କ୍ରିକେଟ୍‌ ଏକାଡେମି ଏବଂ ଜୁଭେନାଇଲ (କଟକ) ମଧ୍ୟରେ ଦ୍ବିତୀୟ ସେମିଫାଇନାଲ୍‌ ୧୩ ତାରିଖରେ ଖେଳାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe