ଅରବିନ୍ଦ ସ୍ମାରକୀ କ୍ରିକେଟ୍‌: ପରାମାଉଣ୍ଟ ଷ୍ଟ୍ରାଇକର୍ସ ବିଜେତା

Advertisment
ଅରବିନ୍ଦ ସ୍ମାରକୀ କ୍ରିକେଟ୍‌: ପରାମାଉଣ୍ଟ ଷ୍ଟ୍ରାଇକର୍ସ ବିଜେତା

ଭୂବନେଶ୍ବର: ପାରାମାଉଣ୍ଟ ସ୍ପୋର୍ଟିଂ ପକ୍ଷରୁ ଆୟୋଜିତ ଅରବିନ୍ଦ ସ୍ମାରକୀ ୧୬ ବର୍ଷରୁ କମ୍‌ କ୍ରିକେଟ୍ ପ୍ରତିଯୋଗିତାରେ ପାରାମାଉଣ୍ଟ ଷ୍ଟ୍ରାଇକର୍ସ ବିଜେତା ହୋଇଛି। ଏହି ଦଳ ଫାଇନାଲ୍‌ରେ ଗ୍ରିନ୍ସ ଏକାଡେମିକୁ ୧୬୩ ରନ୍‌ର ବଡ଼ ବ୍ୟବଧାନରେ ପରାସ୍ତ କରିଥିଲା। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଷ୍ଟ୍ରାଇକର୍ସ ସ୍ବାଗତ ମିଶ୍ର (୧୧୬, ୧୪୩ ବଲ୍‌, ୧୩ ଚୌକା, ୩ ଛକା)ଙ୍କ ଅପରାଜିତ ଶତକ ଏବଂ ବିଦ୍ୟାଧର ବେହେରା (୭୦, ୬୫ ବଲ୍‌, ୭ ଚୌକା, ୪ ଛକା)ଙ୍କ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍‌ ହରାଇ ୨୭୮ ରନ୍‌ କରିଥିଲା। ସ୍ବାଗତ ଓ ବିଦ୍ୟାଧର ତୃତୀୟ ୱିକେଟ୍‌ରେ ୧୫୩ ରନ୍ ଯୋଡ଼ିଥିଲେ। ଗ୍ରିନ୍ସ ପକ୍ଷରୁ ଦୀପକ ଯାଦବ ୨ ୱିକେଟ୍‌ ନେଇଥିଲେ। ଜବାବରେ ଗ୍ରିନ୍ସ ଆୟୁଷ ଚାନ୍ଦଙ୍କ ୫୬ ରନ୍‌ ସତ୍ତ୍ବେ ୩୫.୨ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୧୫ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଷ୍ଟ୍ରାଇକର୍ସ ପକ୍ଷରୁ ପ୍ରତ୍ୟୁଷ ସାହୁ ୪, ବିଦ୍ୟାଧର ବେହେରା ୩ ଓ ସୟଦ୍‌ ‌ତୁଫୈଲ ଅହମ୍ମଦ ୨ ୱିକେଟ୍‌ ଅକ୍ତିଆର କରିଥିଲେ। ସ୍ବାଗତ ମିଶ୍ର ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ସାଙ୍ଗକୁ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ ପୁରସ୍କାର ହାତେଇଥିଲେ। ଆୟୁଷ ଚାନ୍ଦ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି, ପ୍ରତ୍ୟୁଷ କୁମାର ସାହୁ ଶ୍ରେଷ୍ଠ ବୋଲର, ସୟଦ ତୁଫୈଲ ଅହମ୍ମଦ ଫାଇନାଲ୍‌ର ଶ୍ରେଷ୍ଠ କ୍ଷେତ୍ରରକ୍ଷକ ପୁରସ୍କାର ପାଇଥିଲେ। ପ୍ରଦୀପ ଜେନା ଓ ସୁଶାନ୍ତ ଦାସ ମ୍ୟାଚ୍‌ ପରିଚାଳନା କରିଥିଲେ।

ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ମେୟର ସୁଲୋଚା ଦାସ, କର୍ପୋରେଟର କେ ଶାନ୍ତି, ଅଜିତ କୁମାର ବେହେରା, ଅମରେଶ ଜେନା, ସନ୍ତୋଷ ସିଂହ, ଭୁବନେଶ୍ବର ଦୌଡ଼କୁଦ ସଂଘ ସମ୍ପାଦକ ସୌ‌ର୍ଯ୍ୟରଂଜନ ପରିଜା, ବି‌ଜେଇଏମ୍‌ ସ୍କୁଲ ଅଧ୍ୟକ୍ଷ ରଘୁନାଥ ମିଶ୍ର, ବିଜେବି ନଗର ଆବାସିକ ସଂଘ ସଭାପତି ଶ୍ରୀପତି ମିଶ୍ର, ଆୟୋଜକ କ୍ଲବ୍‌ର ସଭାପତି ପ୍ରତାପ ଜେନା, ସଂପାଦକ ଅଶୋକ ପାତ୍ର, ଉପସଭାପତି ଅମର ମହାପାତ୍ର ପ୍ରମୁଖ ଯୋଗଦେଇ ପୁରସ୍କାର ବଣ୍ଟନ କରିଥିଲେ। ମ୍ୟାଚ୍‌ ପ୍ରାରମ୍ଭରୁ ପୂର୍ବତନ ରଣଜୀ ଖେଳାଳି ରଶ୍ମିରଂଜନ ପରିଡ଼ା ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe