ଏସୀୟ ଅଭିଜ୍ଞତା ସହ ଆର୍ଯ୍ୟନଙ୍କ ଘର ବାହୁଡା

ଏସୀୟ ଅଭିଜ୍ଞତା ସହ ଆର୍ଯ୍ୟନଙ୍କ ଘର ବାହୁଡା

ଭୁବନେଶ୍ବର: ରାଜ୍ୟର ଉଦୀୟମାନ ହ୍ୟାଣ୍ଡବଲ୍‌ ଖେଳାଳି ଆର୍ଯ୍ୟନ ବ୍ରାହ୍ମିନ ପୁଣି ଏକ ଅନ୍ତର୍ଜାତୀୟ ପ୍ରତିଯୋଗିତା‌ ଖେଳି ପ୍ରଚୁର ଅଭିଜ୍ଞତା ସହ ଘରକୁ ବାହୁଡିଛନ୍ତି। ଅଗଷ୍ଟ ୨୦ରୁ ୩୧ ତାରିଖ ପର୍ଯ୍ୟନ୍ତ ବାହାରିନ୍‌ରେ ଅନୁଷ୍ଠିତ ଏସୀୟ ଯୁବ ହ୍ୟାଣ୍ଡବଲ୍‌ ପ୍ରତିଯୋଗିତାରେ ଭାଗ‌ ନେଇଥିବା ଭାରତୀୟ ଦଳରୁ ଆର୍ଯ୍ୟନ ପ୍ରତିନିଧିତ୍ବ କରିଥିଲେ। ଚଳିତବର୍ଷ ମାର୍ଚ୍ଚ ମାସରେ ମଧ୍ୟ ଆର୍ଯ୍ୟନ ଇରାନର ତେହେରାନରେ ଦ୍ବିତୀୟ ଏସୀୟ ବିଚ୍‌ ହ୍ୟାଣ୍ଡବଲ୍ ପ୍ରତିଯୋଗିତାରେ ଭାରତୀୟ ଦଳରୁ ଅଂଶଗ୍ରହଣ କରିଥିଲେ। ୧୯ ବର୍ଷୀୟ ଆର୍ଯ୍ୟନ ୨୦୧୮ ମସିହାରୁ ବିଭିନ୍ନ ବର୍ଗର ଭାରତୀୟ ଯୁବ ଦଳରୁ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଖେଳି ଆସୁଛନ୍ତି। ଶୁକ୍ରବାର ଭୁବନେଶ୍ବର ବିମାନବନ୍ଦରରେ ଆର୍ଯ୍ୟନଙ୍କୁ ବହୁ କ୍ରୀଡ଼ାପ୍ରେମୀ ଓ ପରିବାର ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe