ଅଧିନାୟକ ଭାବେ ଦଳରେ ମୁଁ ଜଣେ କମ୍‌ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତି: ରୋହିତ

Advertisment
ଅଧିନାୟକ ଭାବେ ଦଳରେ ମୁଁ ଜଣେ କମ୍‌ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତି: ରୋହିତ

Zee News

ମୁମ୍ବାଇ: ରୋହିତ ଶର୍ମାଙ୍କ ଅଧିନାୟକତ୍ବ ଆଇନ ବହିରେ ଜଣେ ନେତା ସବୁବ‌େ‌ଳେ ନିସ୍ବାର୍ଥପର ରହିବା ଉଚିତ। ଆଉ ସେହି ଦୃଷ୍ଟିରୁ ନିଜକୁ ଅଧିନାୟକ ଭାବେ ସର୍ବାଧିକ ସଫଳ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ମୁମ୍ବାଇ ଇଣ୍ଡିଆନ୍‌ସ ଦଳରେ ଜଣେ କମ୍‌ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତି ଭାବେ କହିବାକୁ କୁଣ୍ଠାବୋଧ କରନ୍ତିନାହିଁ ରୋହିତ। କୋଭିଡ୍‌-୧୯ ମହାମାରୀ ପରେ ସେପ୍ଟେମ୍ବର ୧୯ ତାରିଖରୁ ୟୁଏଇରେ ଆଇପିଏଲ୍‌ ଜରିଆରେ ଭାରତୀୟ କ୍ରିକେଟ୍‌ ପୁନଃଆରମ୍ଭ ହେବାକୁ ସଜବାଜ ହେଉଛି। ଏହି ଅବସରରେ ସର୍ବାଧିକ ୪ ଥର ବିଜେତା ହୋଇଥିବା ମୁମ୍ବାଇ ଇଣ୍ଡିଆନ୍‌ସକୁ ନେତୃତ୍ବ ଦେଉଥିବା ରୋହିତ ଶର୍ମା ପ୍ରାୟ ୭ ମାସର ବିରତି ପରେ କ୍ରିକେଟ୍‌କୁ ଫେରିବାକୁ ଯାଉଛନ୍ତି। ମୋର ବିଶ୍ବାସ ଯେ ଯେତେବେଳେ ତୁମେ ଜଣେ ଅଧିନାୟକ, ସେତେବେଳେ ତୁମେ ଜଣେ କମ୍‌ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତି। ଅନ୍ୟମାନେ ଅଧିକ ଗୁରୁତ୍ବପୂର୍ଣ୍ଣ ରହିବେ। ଭିନ୍ନ ନେତାଙ୍କ ପାଇଁ ମୁଁ ଭିନ୍ନ ଭିନ୍ନ ଭାବେ କାର୍ଯ୍ୟ କରେ ବୋଲି ରୋହିତ କହିଛନ୍ତି। ନିକଟରେ ତାଙ୍କ ଶାନ୍ତ ସ୍ବଭାବକୁ ମହେନ୍ଦ୍ର ସିଂହ ଧୋନିଙ୍କ ସହ ତୁଳନା କରିଛନ୍ତି ସୁରେଶ ରାଇନା। ହେଲେ ସେ ଏଭଳି ତୁଳନାକୁ ପସନ୍ଦ କରନ୍ତିନି। ମାତ୍ର ଆମ ଦୁଇ ଜଣଙ୍କ ମଧ୍ୟରେ ଅସ୍ବୀକାର କରାଯାଇନପାରିଲା ଭଳି ଗୋଟିଏ ସାମଞ୍ଜସ୍ୟ ରହିଛି। ଯାହାକି ସବୁଠୁ କଷ୍ଟକର ପରିସ୍ଥିତିରେ ଧୋନିଙ୍କ ଭଳି ମୁଁ ମଧ୍ୟ ବିଚଳିତ ହୁଏନି ଏବଂ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ରଖିଥାଏ। ସେ କେବେ ବି ବିରକ୍ତ ବା ‌କ୍ଷୋଭ ପ୍ରକାଶ କରନ୍ତିନି କିମ୍ବା ନିଜ ଉପରୁ ନିୟଂତ୍ରଣ ହରାନ୍ତିନି ବରଂ ହସିଦେଇ ନିଜ ମନକୁ ହାଲୁକା କରିଥା’ନ୍ତି ବୋଲି କହିଛନ୍ତି ରୋହିତ।

ଆଇପିଏଲ୍‌ ପୂର୍ବରୁ ଆମ ପାଇଁ ଏବେ ଯଥେ‌ଷ୍ଟ ସମୟ ରହିଛି। ତେଣୁ ଧୀରେସୁସ୍ଥେ ନିଜର ଷ୍ଟ୍ରେଙ୍ଗ୍‌ଥ, ‌ଷ୍ଟାମିନା ଏବଂ ସ୍କିଲ୍‌ ଉପରେ କାର୍ଯ୍ୟ କରିପାରିବା ବୋଲି ରୋହିତ କହିଛନ୍ତି। ଚଳିତ ସପ୍ତାହରେ ଜିମ୍‌ ସବୁ ଖୋଲିବାର ଆଶା ଅଛି। ତାହାହେଲେ ମୁଁ ଇନ୍‌ଡୋର ସେସନ୍‌କୁ ଆରମ୍ଭ କରିପାରିବି। କାରଣ ମୁମ୍ବାଇର ପାଣିପାଗ ଯାହା ସେଠାରେ ଆଉଟ୍‌ଡୋର୍‌ ଅଭ୍ୟାସ କରିବା ଅସମ୍ଭବ। ସେଥିପାଇଁ ଇନ୍‌ଡୋର ସୁବିଧାକୁ ବ୍ୟବହାର କରିବା ପାଇଁ ମୁଁ ଏମ୍‌ସିଏକୁ ଚିଠି ଲେଖିବାକୁ ସ୍ଥିର କରିଛି ବୋଲି କହିଛନ୍ତି ରୋହିତ। ଗତ ୪ ମାସ ଧରି ଆଦୌ ଖେଳିନଥିଲେ ମଧ୍ୟ ଶାରୀରିକ ଭାବେ ମୁଁ ଅଧିକ ଶକ୍ତିଶାଳୀ ରହିଛି। ଖେଳିନଥିଲେ ବି ମୁଁ କ’ଣ କରିବି ତାହା ବେଶ୍‌ ଭଲ ଭାବେ ଜାଣିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe