ଭୁବନେଶ୍ୱର: ଇରାନ୍ର ହାମାଦାନ୍ରେ ଶୁକ୍ରବାର ରାତିରେ ଶେଷ ହୋଇଥିବା ଏସିଆନ୍ ନେସନ୍ସ କପ୍ରେ ଭାରତୀୟ ମହିଳା ଚେସ୍ ଦଳ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି। ପୂର୍ବରୁ ର୍ୟାପିଡ୍ରେ ରୌପ୍ୟ ଏବଂ ଷ୍ଟାଣ୍ଡାର୍ଡ ବର୍ଗରେ କାଂସ୍ୟ ଜିତିଥିବା ଭାରତୀୟ ମହିଳା ଦଳ ଶୁକ୍ରବାର ବ୍ଲିଜ୍ରେ କିନ୍ତୁ ଶ୍ରେଷ୍ଠ ସମ୍ମାନ ସହିତ ସ୍ୱର୍ଣ୍ଣ ପଦକ ହାତେଇ ନେଇଥିଲା। ଭାରତୀୟ ଦଳରେ ସାମିଲ ଥିବାରୁ ଓଡ଼ିଶାର ଏକମାତ୍ର ଆଇଏମ୍ ଯୁବତୀ ପଦ୍ମିନୀ ରାଉତ ମଧ୍ୟ ଏହି ୩ ପଦକ ହାସଲ କରିବାର ଗୌରବ ପାଇଛନ୍ତି। ପଦ୍ମିନୀଙ୍କ ସହିତ ଦ୍ରୋନୋଭାଲି ହାରିକା, ଈଶା କାରାଭାଡେ, ଆର୍ ବୈଶାଳୀ ଏବଂ ଆକାଂକ୍ଷା ହାଜଓ୍ଵାନେ ଭାରତୟ ଦଳର ପ୍ରତିନିଧିତ୍ୱ କରିଥିଲେ। ଭାରତୀୟ ମହିଳା ମୋଟ ୨୧.୫ ପଏଣ୍ଟ୍ ପାଇ ଶୀର୍ଷରେ ରହିଥିବାବେଳେ ଭିଏତନାମ (୧୮.୫) ଏବଂ ଚୀନ (୧୭.୫) ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ଜିତିଥିଲେ। ୨୦୧୪ ମସିହା ପରେ ଭାରତ ପ୍ରଥମ ଥର ଏହି ପ୍ରତିଯୋଗିତାରୁ ସ୍ୱର୍ଣ୍ଣ ପଦକ ହାସଲ କରିଛି।
ଏସିଆନ୍ ନେସନ୍ସ କପ୍: ପଦ୍ମିନୀଙ୍କୁ ବ୍ଲିଜ୍ ସ୍ୱର୍ଣ୍ଣ
Advertisment
Follow Us