ଭୁବନେଶ୍ୱର: ଏସିଆନ ସ୍କୁଲ ଅଫ୍ ବିଜ୍ନେସ୍ ମ୍ୟାନେଜମେଣ୍ଟ(ଏଏସ୍ବିଏମ୍)ର ଏକାଦଶତମ ବାର୍ଷିକ ଉତ୍ସବ ଦୁଇଦିନ ଧରି ପାଳିତ ହୋଇଯାଇଛି। ପ୍ରଥମ ଦିନରେ ଛାତ୍ରଛାତ୍ରୀମାନେ ଏକ ରକ୍ତଦାନ ଶିବିର ଆୟୋଜନ ୮୦ ୟୁନିଟ୍ ରକ୍ତ ଦେଇଥିଲେ। କଟକ କେନ୍ଦ୍ରୀୟ ରକ୍ତ ଭଣ୍ଡାର ସହକର୍ମୀମାନେ ଏହି ଶିବିରରୁ ରକ୍ତ ସଂଗ୍ରହ କରିଥିଲେ। ଦ୍ୱିତୀୟ ଦିବସର ପୂର୍ବାହ୍ନରେ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ‘ମୂର୍ଚ୍ଛନା- ଦି ଆଚିଭରସ୍ ଡେ’ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଏସ୍ବିଏମ୍ର ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ ପ୍ରଫେସର ଡ. ବିଶ୍ୱଜିତ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିଲେ। ଉଦଘାଟନୀ ଉତ୍ସବରେ ବିଶିଷ୍ଟ ଅତିଥି ଭାବେ ଏପିକଲ୍ର ପରିଚଳନା ନିଦ୍ଦେର୍ଶକ ଡ.ଶୁଭ୍ରେନ୍ଦୁ ଶେଖର ଯୋଗଦେଇଥିଲେ। ଏହି ଅବସରରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ ।
ଏଏସ୍ବିଏମ୍ରେ ଆଚିଭର୍ସ ଡେ’
Advertisment
Follow Us