ରାଜେକାଟ ଟେଷ୍ଟରେ ୬ ୱିକେଟ୍ ଅକ୍ତିଆର କରିବା ସହ ଭାରତୀୟ ସ୍ପିନର ଆର ଅଶ୍ବିନ ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର ଆଲାନ ଡୋନାଲ୍ଡଙ୍କୁ ଟପି ଯାଇଛନ୍ତି। ଅଶ୍ବିନ ୬୩ ଟେଷ୍ଟ ଖେଳି ୩୩୩ ୱିକେଟ୍ ହାସଲ କରିଛନ୍ତି। ଯାହା ଡୋନାଲ୍ଡଙ୍କ ମୋଟ ଟେଷ୍ଟ ୱିକେଟଠାରୁ ୩ ଅଧିକ। ଡୋନାଲ୍ଡ ୭୨ ଟେଷ୍ଟ ଖେଳି ୩୩୦ ୱିକେଟ୍ କରାୟତ କରିଥିଲେ। ସର୍ବାଧିକ ଟେଷ୍ଟ ୱିକେଟ୍ ହାସଲକାରୀ ତାଲିକାରେ ଅଶ୍ବିନ ଏବେ ୨୪ତମ ସ୍ଥାନରେ ରହିଛନ୍ତି। ସେହିଭଳି ଭାରତୀୟଙ୍କ ମଧ୍ୟରେ ସେ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି। ସ୍ପିନରଙ୍କ ମଧ୍ୟରେ ସଂପ୍ରତି ସେ ସପ୍ତମ ସ୍ଥାନରେ ରହିଛନ୍ତି। ଅଶ୍ବିନ ଏପର୍ଯ୍ୟନ୍ତ ୨୬ ପାଞ୍ଚ ୱିକେଟ୍ ଏବଂ ୧୬ ୪ ୱିକେଟ୍ ସଫଳତା ପାଇଛନ୍ତି। ୭ ଥର ସେ ୧୦ଟି ଲେଖାଏଁ ୱିକେଟ୍ ନେଇଛନ୍ତି।
ଡୋନାଲ୍ଡଙ୍କୁ ଟପିଲେ ଅଶ୍ବିନ
Advertisment
Follow Us