ମଝି ପଡ଼ିଆରେ ଧୋନିଙ୍କୁ ଧମକାଇଲେ ଆଶିଷ: ଭିଡିଓ ସୋସିଆଲ ମିଡିଆରେ ଭାଇରାଲ

Advertisment

ସୋସିଆଲ ମିଡିଆରେ ଭାରତ ବନାମ ପାକିସ୍ତାନ ମ୍ୟାଚର ଏକ ଭିଡ଼ିଓ ଭାଇରାଲ ହେଉଛି। ଏହି ଭିଡ଼ିଓରେ ଆଶିଷ ନେହେରା ଏମଏସ ଧୋନିଙ୍କୁ ଧମକ ଦେଉଥିବାର ନଜର ଆସିଛନ୍ତି। ଯଦିଓ ସେହି ସମୟରେ ଧୋନି ଟିମ ଇଣ୍ଡିଆର ଅଧିନାୟକ ହୋଇ ନ ଥିଲେ।

Updated On

ସୋସିଆଲ ମିଡିଆରେ ଭାରତ ବନାମ ପାକିସ୍ତାନ ମ୍ୟାଚର ଏକ ଭିଡ଼ିଓ ଭାଇରାଲ ହେଉଛି। ଏହି ଭିଡ଼ିଓରେ ଆଶିଷ ନେହେରା ଏମଏସ ଧୋନିଙ୍କୁ ଧମକ ଦେଉଥିବାର ନଜର ଆସିଛନ୍ତି। ଯଦିଓ ସେହି ସମୟରେ ଧୋନି ଟିମ ଇଣ୍ଡିଆର ଅଧିନାୟକ ହୋଇ ନ ଥିଲେ।

ଅଦ୍ୟତନ ହୋଇଛି
Dhoni

କୋଲକାତା: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ଏମଏସ ଧୋନିଙ୍କୁ ‘କ୍ୟାପଟେନ କୁଲ’ କୁହାଯାଇଥାଏ। ଧୋନି ପଡ଼ିଆରେ ବହୁତ ଥଣ୍ଡା ମିଜାଜର ଥାନ୍ତି। ଆଜି ପର୍ଯ୍ୟନ୍ତ ଧୋନି କୌଣସି ଖେଳାଳିଙ୍କ ସହ ପଡ଼ିଆରେ ଝଗଡ଼଼ା କରୁଥିବା ଦେଖାଯାଇ ନାହିଁ।

କିନ୍ତୁ ଏକ ମ୍ୟାଚ ସମୟରେ ପୂର୍ବତନ ଭାରତୀୟ ଦଳର ଦ୍ରୁତ ବୋଲର ଆଶିଷ ନେହେରା ଧୋନିଙ୍କୁ ମଝି ପଡ଼ିଆରେ ଦୁର୍ବ୍ୟବହାର କରିବା ସହିତ ଧମକ ଦେଇଥିବାର ଦେଖିବାକୁ ମିଳିଥିଲା। ଯଦିଓ ସେହି ସମୟରେ ଧୋନି ଟିମ ଇଣ୍ଡିଆର ଅଧିନାୟକ ହୋଇ ନ ଥିଲେ। 

୨୦୦୫ ମସିହାରେ ପାକିସ୍ତାନ ଦଳ ଭାରତ ଗସ୍ତରେ ଥିଲା। ଉଭୟ ଦଳ ମଧ୍ୟରେ ଏକଦିବସୀୟ ସିରିଜ ଖେଳାଯାଇଥିଲା। ଏହି ସିରିଜର ଏକ ଦିନିକିଆ ମ୍ୟାଚରେ ଟିମ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୬ ୱିକେଟ ହରାଇ ୩୧୫ ରନ କରିଥିଲା। ଏହି ମ୍ୟାଚରେ ସଚିନ ତେନ୍ଦୁଲକର ଭାରତ ପାଇଁ ଏକ ଚମତ୍କାର ଶତକ ଖେଳିଥିଲେ। ସଚିନ ୧୨୩ ରନ ସଂଗ୍ରହ କରିଥିଲେ। ଏହା ପରେ ସହିଦ ଆଫ୍ରିଦି ଏବଂ ସଲମାନ ବଟ ପାକିସ୍ତାନ ପାଇଁ ଇନିଂସ ଆରମ୍ଭ କରିବାକୁ ଆସିଥିଲେ।

ଯେତେବେଳେ ଆଶିଷ ନେହେରା ଭାରତ ପାଇଁ ବୋଲିଂ କରୁଥିଲେ, ସେତେବେଳେ ତାଙ୍କର ଗୋଟିଏ ବଲରେ ଆଫ୍ରିଦିଙ୍କ କ୍ୟାଚକୁ ଏମଏସ ଧୋନିଙ୍କ ଧରି ପାରି ନ ଥିଲେ। ଏହା ପରେ ନେହେରା ବହୁତ ରାଗିଯାଇ ଧୋନିଙ୍କୁ ମଝି ପଡ଼ିଆରେ ଦୁର୍ବ୍ୟବହାର କରିବା ଆରମ୍ଭ କରିଥିଲେ। ସେତେବେଳେ ପାକିସ୍ତାନର ସ୍ଖୋର ୨୨ ରନ ଥିଲା। ତେବେ ନେହେରାଙ୍କ କ୍ରୋଧ ପରେ ଧୋନି କୌଣସି ପ୍ରତିକ୍ରିୟା ପ୍ରକାଶ କରି ନ ଥିଲେ ଏବଂ ସେ ସେତେବେଳେ ମଧ୍ୟ ଶାନ୍ତ ରହିଥିଲେ।

ସେତେବେଳେ ନେହେରା ମଧ୍ୟ ଜାଣି ନ ଥିଲେଯେ ସେ ଯେଉଁ ଖେଳାଳିଙ୍କୁ ଆଜି ଦୁର୍ବ୍ୟବହାର କରୁଛନ୍ତି ସେ ଭବିଷ୍ୟତରେ ଟିମ ଇଣ୍ଡିଆର ସବୁଠାରୁ ସଫଳ ଅଧିନାୟକ ହେବାକୁ ଯାଉଛନ୍ତି ଏବଂ ଆଶିଷ ନେହେରାଙ୍କୁ ତାଙ୍କ ଅଧିନାୟକତ୍ୱରେ ଖେଳିବାକୁ ପଡ଼ିବ।

ଅଧିକ ପଢ଼଼ନ୍ତୁ:ଜେଲବାଲା ସିଏମ୍ ଏବେ ବେଲବାଲା ହୋଇଗଲେ : ବିଜେପି

ଏବେ ନେହେରାଙ୍କ ଏହି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ମ୍ୟାଚରେ ସହିଦ ଆଫ୍ରିଦି ୨୩ ବଲରେ ୪୦ ରନର ଦ୍ରୁତ ଇନିଂସ ଖେଳିଥିଲେ। ଆଶିଷ ନେହେରା ଏହି ମ୍ୟାଚରେ ଗୋଟିଏ ବି ସଫଳତା ହାସଲ କରି ନ ଥିଲେ। ଏହି ମ୍ୟାଚକୁ ପାକିସ୍ତାନ ୩ ୱିକେଟରେ ଜିତି ନେଇଥିଲା।

ଅଧିକ ପଢ଼଼ନ୍ତୁ:କେଜ୍ରିୱାଲଙ୍କ ଜାମିନର ପ୍ରଭାବ: ହରିୟାଣାରେ କଂଗ୍ରେସ-ବିଜେପି ଭୋଟବ୍ୟାଙ୍କ କମିବ!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe