ଧାୱନ କଲେ ଭସ୍ମ ଆରତି

ପୂର୍ବତନ ଭାରତୀୟ କ୍ରିକେଟର୍ ଶିଖର ଧାୱନ ଉଜୈନର ପ୍ରସିଦ୍ଧ ଶ୍ରୀ ମହାକାଳେଶ୍ବର ମନ୍ଦିର ଯାଇ ସେଠାକାର ଭସ୍ମ ଆରତି ପୂଜାରେ ଯୋଗ ଦେଇଛନ୍ତି। ଧାୱନଙ୍କ ଉପସ୍ଥିତି ମଧ୍ୟ ଶ୍ରଦ୍ଧାଳୁଙ୍କ ଧ୍ୟାନ ଆକର୍ଷଣ କରିଥିଲା।

dgdggdcvvccv

ପୂର୍ବତନ ଭାରତୀୟ କ୍ରିକେଟର୍ ଶିଖର ଧାୱନ ଉଜୈନର ପ୍ରସିଦ୍ଧ ଶ୍ରୀ ମହାକାଳେଶ୍ବର ମନ୍ଦିର ଯାଇ ସେଠାକାର ଭସ୍ମ ଆରତି ପୂଜାରେ ଯୋଗ ଦେଇଛନ୍ତି। ଧାୱନଙ୍କ ଉପସ୍ଥିତି ମଧ୍ୟ ଶ୍ରଦ୍ଧାଳୁଙ୍କ ଧ୍ୟାନ ଆକର୍ଷଣ କରିଥିଲା। ଏହି ପୂଜା ଲାଗି ଧାୱନ ରବିବାର ସକାଳୁ ସକାଳୁ ମନ୍ଦିରରେ ପହଞ୍ଚି ଯାଇଥିଲେ। ନାରଙ୍ଗୀ ରଙ୍ଗର ପାରମ୍ପରିକ ପୋଷାକ ପିନ୍ଧି ଭଗବାନ ମହାକାଳେଶ୍ବରଙ୍କୁ ପୂଜା ଅର୍ପଣ କରିବା ସହ ପାରମ୍ପରିକ ଭସ୍ମ ଆରତିରେ ଯୋଗଦେଇଥିଲେ। ଧାୱନ ପୂଜା କରୁଥିବାର ଭିଡିଓ ପଦାକୁ ଆସିବା ପରେ ଭାଇରାଲ୍ ହୋଇଛି।

ପୂଜା ସରିବା ପରେ ସେ କହିଥିଲେ ଯେ ମୋତେ ଭଗବାନଙ୍କ ଶରଣକୁ ଆସି ବହୁତ ଭଲ ଲାଗିଲା। ଏଠାରେ ବିତାଇଥିବା ପ୍ରତିଟି ମୁହୂର୍ତ୍ତକୁ ମୁଁ ଉପଭୋଗ କରିଛି। ମହାକାଳଙ୍କ ଆରତିରୁ ମିଳିଥିବା ଶକ୍ତିକୁ ମୁଁ ମର୍ମେ ମର୍ମେ ଅନୁଭବ କରିଛି। ବାବା ମହାକାଳେଶ୍ବରଙ୍କ ଆଶୀର୍ବାଦ ଆମ ସମସ୍ତଙ୍କୁ ଲୋଡ଼ା। ଆଶା କରୁଛି ତାଙ୍କ ଶୁଭ ଆଶୀର୍ବାଦ ସମଗ୍ର ବିଶ୍ବ ଉପରେ ଏହିଭଳି ଭାବେ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe