ବିରାଟଙ୍କୁ ଛାଡ଼ି ଏହି କ୍ରିକେଟରଙ୍କୁ ମହାନ ଖେଳାଳି କହିଲେ ଅଶ୍ବିନୀ

Advertisment

ବାଂଲାଦେଶ ସିରିଜ୍ ପୂର୍ବରୁ ରବିଚନ୍ଦ୍ରନ ଅଶ୍ୱିନ୍ ଯାହା କହିଛନ୍ତି ତାହା ବରିଷ୍ଠ କ୍ରିକେଟର ଏବଂ ପ୍ରଶଂସକଙ୍କ ମଧ୍ୟରେ ବିତର୍କର ବିଷୟ ହୋଇପାରେ। ବିରାଟଙ୍କୁ ଛାଡ଼ି ସେ ଯେଉଁ କ୍ରିକେଟରଙ୍କୁ ମହାନ ଖେଳାଳି ବୋଲି କହିଛନ୍ତି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ବାଂଲାଦେଶ ସିରିଜ୍ ପୂର୍ବରୁ ରବିଚନ୍ଦ୍ରନ ଅଶ୍ୱିନ୍ ଯାହା କହିଛନ୍ତି ତାହା ବରିଷ୍ଠ କ୍ରିକେଟର ଏବଂ ପ୍ରଶଂସକଙ୍କ ମଧ୍ୟରେ ବିତର୍କର ବିଷୟ ହୋଇପାରେ। ବିରାଟଙ୍କୁ ଛାଡ଼ି ସେ ଯେଉଁ କ୍ରିକେଟରଙ୍କୁ ମହାନ ଖେଳାଳି ବୋଲି କହିଛନ୍ତି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Ashwin To Bumrah

ନୂଆଦିଲ୍ଲୀ: ବର୍ତ୍ତମାନ ବାଂଲାଦେଶ ସିରିଜ୍ ଆରମ୍ଭ ହେବାକୁ ଯାଉଥିବା ବେଳେ ଭାରତୀୟ କ୍ରିକେଟରମାନେ ନିଜର ବୟାନ ଦେବା ଆରମ୍ଭ କରିଛନ୍ତି। ପ୍ରଥମ ମ୍ୟାଚ୍ ପୂର୍ବରୁ ଭ‌ାରତୀୟ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନ କହିଛନ୍ତି ଯେ ବର୍ତ୍ତମାନ ଭାରତର ସର୍ବଶ୍ରେଷ୍ଠ କ୍ରିକେଟର ବିରାଟ କୋହଲି ନୁହଁନ୍ତି ବରଂ ଜସପ୍ରୀତ ବୁମରା। ଅଶ୍ୱିନ ବୁମରାଙ୍କୁ ପ୍ରଶଂସା କରି ସେ ଜଣେ ଭଲ କ୍ରିକେଟର ବୋଲି କହିଛନ୍ତି। କିଛି ମାସ ପୂର୍ବରୁ ଟି-୨୦ ବିଶ୍ୱକପ୍‌ରେ ଚମତ୍କାର ପ୍ରଦର୍ଶନ କରିଥିବା ବୁମରା ଦୀର୍ଘ ସମୟ ବିରତି ପରେ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି।

ଏକ ସାକ୍ଷାତକାରରେ ବୁମରାଙ୍କ ପ୍ରଶଂସା କରି ଅଶ୍ୱିନ୍ କହିଛନ୍ତି ଯେ ଭାରତ ସର୍ବଦା ବ୍ୟାଟ୍ସମ୍ୟାନଙ୍କ ପ୍ରାଧାନ୍ୟ ବିସ୍ତାର ହେଉଥିବା ଦେଖିଆସିଛି। କିନ୍ତୁ ବୁମରା ଗତ କିଛି ବର୍ଷ ମଧ୍ୟରେ କରିଥିବା କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିବା ଉଚିତ୍। ଏହି ପେସର୍ ବର୍ତ୍ତମାନ ସବୁଠାରୁ ମୂଲ୍ୟବାନ ଭାରତୀୟ କ୍ରିକେଟର । ଏଭଳି କ୍ରିକେଟର କୌଣସି ପିଢ଼ିରେ ଥରୁଟିଏ ଜନ୍ମ ନିଅନ୍ତି। ଅଶ୍ବିନୀଙ୍କ ଏଭଳି ବୟାନକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। 

ତେବେ ୨୦୧୮ରେ ଟେଷ୍ଟ କ୍ରିକେଟରୁ କ୍ୟାରିୟର ଆରମ୍ଭ କରିବା ପରଠାରୁ ବୁମରା ୩୬ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି ଏବଂ ଏହି ମ୍ୟାଚରେ ସେ ୧୫୯ଟି ୱିକେଟ୍ ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe