ଦିଲ୍ଲୀ କ୍ୟାପିଟାଲ୍‌ସରେ ଯୋଗଦେବାର ଉଦ୍ଦେଶ୍ୟ କହିଲେ ଅଶ୍ବିନ୍‌, ଦଳକୁ ଟ୍ରଫି ଦୌଡ଼ରେ ରଖିବାର ଇଛା ଥିଲା

Advertisment

ବଲ୍‌ରେ ଲାଳ ପ୍ରୟୋଗକୁ ଏଡ଼ାଇବାକୁ ପଡ଼ିବ

ବଲ୍‌ରେ ଲାଳ ପ୍ରୟୋଗକୁ ଏଡ଼ାଇବାକୁ ପଡ଼ିବ

ଆଇସିସି ଟେଷ୍ଟ୍‌ ମାନ୍ୟତା: ଅଶ୍ବିନ ୬ ପଏଣ୍ଟ ହରାଇଲେ

ନୂଆଦିଲ୍ଲୀ: ଭାରତର ଅନ୍ୟତମ ଦକ୍ଷ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ଦିଲ୍ଲୀ କ୍ୟାପିଟାଲ୍‌ସରେ କାହିଁକି ଯୋଗଦେଲେ ‌ସେନେଇ ବୁଧବାର ନିଜ ଉଦ୍ଦେଶ୍ୟ ଜଣାଇଛନ୍ତି। ଦିଲ୍ଲୀ ଦଳର ବୋଲିଂ ବିଭାଗକୁ ଶକ୍ତିଶାଳୀ କରିବା ସାଙ୍ଗକୁ ଆଇପିଏଲ୍‌ ଟ୍ରଫି ପାଇଁ ଦୌଡ଼‌ର ଆଗରେ ରଖିବାକୁ ଚାହେଁ ବୋଲି ଅଶ୍ବିନ୍‌ କହିଛନ୍ତି। ଏକ ଲାଇଭ୍‌ ସେସନ୍‌ ବେଳେ ଫ୍ରାଞ୍ଚାଇଜ୍‌ର ଅଫିସିଆଲ ଇନ୍‌ଷ୍ଟାଗ୍ରାମ୍‌ ଲାଇଭ୍‌ ବ୍ୟବହାର କରି ଏହି ୩୩ ବର୍ଷ ବୟସ୍କ ଭାରତୀୟ ତାରକା କହିଥିଲେ, ଯେଉଁ ଦଳ ଗତଋତୁରେ ପ୍ଲେଅଫ୍‌କୁ ଯୋଗ୍ୟତା ହାସଲ କରିଥିଲା ସେହି ଦଳକୁ ମୁଁ ଆସିଥିଲି। ସେହି ଦଳରେ ଋଷଭ ପନ୍ତ୍‌ ଓ ପୃଥ୍ବୀ ସ’ଙ୍କ ଭଳି ‌ଅନେକ ଚମତ୍କାର ଖେଳାଳି ରହିଥିଲେ। ତେଣୁ ମୁଁ ଭାବିଲି ଫ୍ରାଞ୍ଚାଇଜ୍‌ ପାଇଁ ମୋର ଅଭିଜ୍ଞତାକୁ ଉପଯୋଗ କରି ଦଳକୁ ଉନ୍ନତି ପଥରେ ଆଗେଇ ନେଇପାରିବି। ଯଦି ମୁଁ ବୋଲିଂ ବିଭାଗକୁ ଶକ୍ତିଶାଳୀ କରିପାରିବି ତାହାଲେ ଆମେ ଟ୍ରଫି ଜିତିବା ଦୌଡ଼ରେ ଆଗରେ ରହିପାରିବୁ। ଏହି ଉଦେଶ୍ୟ ନେଇ ମୁଁ ଦିଲ୍ଲୀ କ୍ୟାପିଟାଲ୍‌ସରେ ଯୋଗ ଦେଇଥିଲି ବୋଲି ଅଶ୍ବିନ୍‌ କହିଥିଲେ।

କ୍ରିକେଟ୍‌ ପୁନଃଆରମ୍ଭ ହେଲେ ସେଥିରେ କିଛି ପରିବର୍ତନ ହେବକି ବୋଲି ପଚରାଯିବାରୁ ଅଶ୍ବିନ୍‌ କହିଥିଲେ, ନିର୍ଦିଷ୍ଟ କିଛି ଜିନିଷରେ ଅଭ୍ୟସ୍ତ ହେବାକୁ ସମୟ ଲାଗିବ। ପୂରା ଲକ୍‌ଡାଉନ୍‌ ଏବଂ ଏହାର ଅଭିଜ୍ଞତା ଆମ ଦୁନିଆର ଏକ ଉପାୟ। ପ୍ରକୃତି ଆମକୁ ବିରାମ ନେବାକୁ ଏବଂ ପଛୁଆ ପଦକ୍ଷେପ ନେବାକୁ ବାଧ୍ୟ କରିଥାଏ। କିଛି ବର୍ଷ ଧରି ଆମେ ଏହି ଦୁନିଆରେ କିଛି କ୍ଷତି କରିଛୁ। ତେଣୁ ପୃଥ୍ବୀବି ଓ ପ୍ରକୃତିକୁ ଏହାର ସମ୍ମାନ ଫେରାଇବାର ବେଳ ଆସିଛି। ସେହି ସମାନ ଧାରା କ୍ରିକେଟ୍‌ରେ ମଧ୍ୟ ରହିବ। ୧୯୭୦-୮୦ ଦଶକରେ ୱିକେଟ୍‌ ନେବା ପରର ଉତ୍ସବ ବେଳେ କ୍ଷେତ୍ରରକ୍ଷକମାନେ ସେମାନଙ୍କ ସ୍ଥାନରେ ଠିଆ ହୋଇ ରହୁଥିଲେ ଏବଂ କେବଳ ତାଳି ମା‌ରୁଥିଲେ। ଏବେ କିନ୍ତୁ ଖୁସୀ ମନାଇବାର ତରିକା ବଦଳିଯାଇଛି। ତେଣୁ କରୋନା ମହାମାରୀ କଟକଣା ଉଠିବା ପରେ ଯେତେବେଳେ କ୍ରିକେଟ୍‌ ପୁଣି ଆରମ୍ଭ ହେବ ସେତେବେଳେ ଏବର ତରିକା ବଦଳାଇବା ପାଇଁ ସମୟ ଲାଗିବ। ତଥାପି ଆମକୁ ନୂଆ କଟକଣାକୁ ଆପଣେଇବାକୁ ପଡ଼ିବ। ଜଣେ ବୋଲର ଭାବେ ମୋର ମତ, ବଲ୍‌ରେ ଲାଳର ବ୍ୟବହାର ସ୍ବାଭାବିକ ଭାବେ ଆସିଯାଇଥାଏ। ଏଥିରୁ ଦୂରେଇ ରହିବାର ଅଭ୍ୟାସ ପାଇଁ ନିଶ୍ଚିତ ସମୟ ଲାଗିବ ବୋଲି ଅଶ୍ବିନ୍‌ କହିଥିଲେ। ନିଜ ବୋଲିଂରେ ସାମିଲ ଥିବା କ୍ୟାରମ୍‌ ବଲ୍‌ ଉଦ୍ଭାବନର ଆବଶ୍ୟକତା ଆଧୁନିକ କ୍ରିକେଟ୍‌ରେ ରହିଥିବା ଅଶ୍ବିନ୍‌ କହିଥିଲେ। ଜଣେ କ୍ରିକେଟର୍‌ ଭାବେ ଏହାକୁ ତାଜା ଓ ନବୀକରଣ କରିବା ମୋତେ ଆଗକୁ ବଢ଼ିବାରେ ସହାୟତା କରିଥାଏ। ଅଧିକ ଜ୍ଞାନକୌଶଳର ବ୍ୟବହାର ଯୋଗୁଁ ଆଧୁନିକ କ୍ରିକେଟ ଯଥେଷ୍ଟ ଆହ୍ବାନଭରା ରହିଛି। ଯାହା ଖେଳାଳିଙ୍କ ଖେଳକୁ ବିଚ୍ଛିନ୍ନ ହେବାକୁ ଦେଇଥାଏ। ତେଣୁ ଯେକୌଣସି ଉଦ୍ଭାବନ ତୁମ ଖେଳକୁ ଶାଣୀତ କରିପାରିବ। ମୁଁ ସେହିଭଳି ବିଭିନ୍ନ କୌଶଳ ଆପଣେଇବାକୁ ପସନ୍ଦ କରେ ବୋଲି କହିଥିଲେ ଅଶ୍ବିନ୍‌।

କ୍ରୀଡ଼ାରେ ମାନସିକ ସ୍ବାସ୍ଥ୍ୟର ବାରମ୍ବାର ଅବ‌ହେଳିତ ପ୍ରସଙ୍ଗ ଉପରେ ଅଶ୍ବିନ୍‌ଙ୍କ ମତ ଥିଲା, ତୁମ ଲମ୍ବା ଖେଳ ଜୀବନ ମଧ୍ୟରେ ତୁମେ ବହୁ ବର୍ଷ ଭ୍ରମଣ କରୁଛ ଏବଂ ହୋଟେଲରେ ରହୁଛ। ସେହିବାଟରେ ତୁମେ ସଂପର୍କ ହ୍ରାସ କରିବା ଆରମ୍ଭ କର। ହେଲେ ଏହାକୁ ଲୋକମାନେ ବୁଝିପାରନ୍ତିନି। ମୁଁ କିନ୍ତୁ ଭାବୁଛି ଏହାକୁ ଏଡ଼ାଇଯିବା ଉଚିତ। ଦଳ ଭିତରେ ଏପରି ଜଣେ ରହିବା ଜରୁରି ଯାହାଙ୍କ ସାଙ୍ଗରେ ତୁମେ କୌଣସି ବିଷୟରେ କଥାବାର୍ତା କରିପାରିବ। ଏହା ହିଁ ଅତ୍ୟନ୍ତ ସୁସ୍ଥ ଓ ଗୁରୁତ୍ବପୂର୍ଣ୍ଣ ବୋଲି ଅଶ୍ବିନ୍‌ ମତ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe