ଅଶ୍ବିନ୍‌ ଡବ୍ଲ୍ୟୁ‌ଟିସିର ଅଗ୍ରଣୀ ବୋଲର୍‌

Advertisment
ଅଶ୍ବିନଙ୍କ ୨୫ ପ୍ରତିଶତ ମ୍ୟାଚ୍‌ ଫି’ କଟିଲା

InsideSport

ସାଉଥାମ୍ପଟନ୍‌: ଆଇସିସି ବିଶ୍ବ ଟେ‌ଷ୍ଟ୍ ଚାମ୍ପିଅନସିପ୍‌ ବଳୟ ଶେଷ ହେବା ପରେ ଭାରତୀୟ ସ୍ପିନର୍‌ ରବିଚନ୍ଦ୍ରନ ଅଶ୍ବିନ୍‌ ଅଗ୍ରଣୀ ବୋଲର ହୋଇଛନ୍ତି। ସେ ସର୍ବାଧିକ ୭୧ ୱିକେଟ୍ ନେଇ ଶୀର୍ଷରେ ଅଭିଯାନ ଶେଷ କରିଛନ୍ତି। ନ୍ୟୁଜିଲାଣ୍ଡ୍‌ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ‌ଡେଭନ୍ କନୱେଙ୍କୁ ଅଶ୍ବିନ୍‌ ବୁଧବାର ନିଜ ୭୧ତମ ଶିକାର କରିଥିଲେ। ଉଭୟ ପାଳିରେ ଏହି ୩୪ ବର୍ଷୀୟ ଅଫସ୍ପିନର୍‌ ଯଥାକ୍ରମେ ୨/୨୮ ଓ ୨/୧୭ ବୋଲିଂ ଚିତ୍ର ପାଇଥିଲେ। ସମ୍ପୂର୍ଣ୍ଣ ଚାମ୍ପିଅନସିପ୍‌ ଅବସରରେ ଅଶ୍ବିନ୍‌ ୪ ଥର ୫ ୱିକେଟ୍‌ ସଫଳତା ଅର୍ଜନ କରିଥିବା ବେଳେ ୭/୧୪୫ ତାଙ୍କର ଶ୍ରେଷ୍ଠ ବୋଲିଂ ଚିତ୍ର ଥିଲା। ସେ ମଧ୍ୟ ଗୋଟିଏ ଶତକ ସହ ମୋଟ ୩୨୪ ରନ୍‌ ସଂଗ୍ରହ କରି ଅଲରାଉଣ୍ଡ୍ ଦକ୍ଷତା ଦେଖାଇଛନ୍ତି। ଅଷ୍ଟ୍ରେଲିଆ ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ ୧୪ ଟେଷ୍ଟରୁ ୭୦ ୱିକେଟ୍ ନେଇ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ଇଂଲଣ୍ଡ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ୍‌ ୧୭ ଟେଷ୍ଟରୁ ୬୯ ୱିକେଟ୍ ନେଇ ତୃତୀୟରେ ରହିଛନ୍ତି। ନ୍ୟୁଜିଲାଣ୍ଡର ଟିମ୍ସ ସାଉଦି ଏବଂ ଅଷ୍ଟ୍ରେଲିଆର ନାଥନ୍ ଲାୟନ୍‌ ସମାନ ୫୬ ଲେଖାଏଁ ୱିକେଟ୍ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe