ଅଶ୍ୱିନ୍‌ ୪କୁ ଉଠିଲେ, ରବାଦା ଶୀର୍ଷରେ

Advertisment
ଅଶ୍ୱିନ୍‌ ୪କୁ ଉଠିଲେ, ରବାଦା ଶୀର୍ଷରେ

ଦୁବାଇ: ଆଇସିସି ଟେଷ୍ଟ ବୋଲରଙ୍କ ମାନ୍ୟତାରେ ଭାରତୀୟ ଅଫ୍‌ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ୱିନ୍‌ ଦୁଇଟି ସ୍ଥାନ ଉପରକୁ ଉଠିଛନ୍ତି। ନିକଟରେ ଭାରତୀୟ ଦଳ କୌଣସି ଟେଷ୍ଟ ଖେଳିନଥିଲେ ବି ଅଶ୍ୱିନ୍‌ ଚତୁର୍ଥ ସ୍ଥାନକୁ ଲମ୍ଫ ଦେଇଛନ୍ତି। ଚତୁର୍ଥରେ ଥିବା ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଜୋସ୍‌ ହାଜ୍‌ଲେଉଡ୍‌ ପଞ୍ଚମ ସ୍ଥାନକୁ ଖସି ଯାଇଛନ୍ତି। ତବେ ଅଷ୍ଟ୍ରେଲିଆ ବିପକ୍ଷ ଚଳିତ ଶୃଙ୍ଖଳାରେ ବିଶୃଙ୍ଖଳିତ ଆଚରଣ ପାଇଁ ନିଲମ୍ବିତ ହୋଇଥିବା କାଗିସୋ ରବାଦା ମଙ୍ଗଳବାର ପ୍ରକାଶିତ ବୋଲରଙ୍କ ମାନ୍ୟତାର ଶୀର୍ଷ ସ୍ଥାନକୁ ଫେରି ଆସିଛନ୍ତି। ରବାଦା ମଧ୍ୟ ୯୦୦ ରେଟିଂ ପଏଣ୍ଟ୍‌ ଅତିକ୍ରମ କରି ବିଶ୍ୱର ୨୩ତମ ତଥା ଦକ୍ଷିଣ ଆଫ୍ରିକାର ଚତୁର୍ଥ ବୋଲର ହୋଇଛନ୍ତି। ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକୀୟ ଭାବେ ଭର୍ନାନ୍‌ ଫିଲାଣ୍ଡର (୯୧୨, ୨୦୧୩ ମସିହା), ସନ୍‌ ପୋଲକ (୯୦୯, ୧୯୯୯ ମସିହା) ଏବଂ ଡେଲ୍‌ ଷ୍ଟେନ୍‌ (୯୦୯, ୨୦୧୪ ମସିହା) ୯୦୦ ରେଟିଂ ପଏଣ୍ଟ୍‌ ହାସଲ କରିଥିଲେ।
ବ୍ୟାଟ୍‌ସମ୍ୟାନ୍‌ଙ୍କ ମାନ୍ୟତା ତାଲିକାରେ ଅଷ୍ଟ୍ରେଲୀୟ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ ଏବଂ ଭାରତୀୟ ଅଧିନାୟକ ବିରାଟ କୋହଲି ଯଥାକ୍ରମେ ପ୍ରଥମ ଦୁଇ ସ୍ଥାନ ବଜାୟ ରଖିଛନ୍ତି। ଅନ୍ୟତମ ଭାରତୀୟ ଚେତେଶ୍ୱର ପୂଜାରା ମଧ୍ୟ ଷଷ୍ଠ ସ୍ଥାନରେ ଅପରିବର୍ତିତ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe