‘ମୋଇନଙ୍କୁ ଆଗକୁ ଆସି ଆକ୍ରମଣ କଲେ ଫାଳେ ନିଶ କାଟି ଖେଳିବି’

Advertisment

ପୂଜାରାଙ୍କୁ ଅଶ୍ବିନଙ୍କ ଖୋଲା ଆହ୍ବାନ

ପୂଜାରାଙ୍କୁ ଅଶ୍ବିନଙ୍କ ଖୋଲା ଆହ୍ବାନ

‘ମୋଇନଙ୍କୁ ଆଗକୁ ଆସି ଆକ୍ରମଣ କଲେ ଫାଳେ ନିଶ କାଟି ଖେଳିବି’

ନ୍ୟୁୟର୍କ: ଇଂଲଣ୍ଡ ଶୃଙ୍ଖଳା ପୂର୍ବରୁ ଦୁଇ ଭାରତୀୟ ମହାରଥୀ ଆର ଅଶ୍ବିନ ଏବଂ ଚେତେଶ୍ବର ପୂଜାରା ନିଜ ନିଜକୁ ଉତ୍ସାହିତ କରିବା ଆରମ୍ଭ କରି ଦେଇଛନ୍ତି। ବିଶେଷ କରି ଅଶ୍ବିନ ଆଗକୁ ବଢ଼ି ପୂଜାରାଙ୍କୁ ଅଧିକ ଆକ୍ରମଣାତ୍ମକ ହେବା ଲାଗି ଏକ ମସ୍ତବଡ଼ ଚ୍ୟାଲେଞ୍ଜ୍ ବା ଆହ୍ବାନ ଦେଇଛନ୍ତି। ଇଂଲଣ୍ଡ ଶୃଙ୍ଖଳାରେ ପୂଜାରା ଯଦି ଆଗକୁ ଆସି ସ୍ପିନରଙ୍କୁ ୩୦ ଗଜ ଉପରେ ସଟ୍ ଖେଳନ୍ତି ତାହାଲେ ସେ ନିଜ ଫାଳେ ନିଶ କାଟିଦେବେ ବୋଲି ଘୋଷଣା କରିଛନ୍ତି। ବ୍ୟାଟିଂ ପ୍ରଶିକ୍ଷକ ବିକ୍ରମ ରାଠୋରଙ୍କ ସହ ନିଜ ୟୁ-ଟ୍ୟୁବ୍ ଚ୍ୟାନେଲରେ ଆଲୋଚନା ବେଳେ ଅଶ୍ବିନ ଏଭଳି ସାହସିକ କଥା କହିଥିଲେ। ଏପରିକି ସେହି ଫାଳେ ନିଶ ରଖି ଖେଳିବାକୁ ଆସିବେ ବୋାଲି ଏହି ଅବସରରେ ରାଠୋରଙ୍କୁ ପ୍ରତିଶୃତି ଦେଇଥିଲେ ସେ ।

ଏକଥା ରାଠୋରଙ୍କୁ ଅଶ୍ବିନ ପଚାରିଥିବା ଏକ ପ୍ରଶ୍ନରୁ ହିଁ ଆରମ୍ଭ ହୋଇଥିଲା। ଅଶ୍ବିନ କହିଥିଲେ ଆମେ କଣ କେବେବି ପୂଜାରାଙ୍କୁ ଜଣେ ଅଫସ୍ପିନରଙ୍କୁ ଉପରେ ଖେଳୁଥିବାର ଦେଖି ପାରିବା? ଏହାର ଉତ୍ତରରେ ରାଠୋର କହିଥିଲେ ଯେ ସେ ପ୍ରକ୍ରିୟା ଏବେ ଚାଲୁ ରହିଛି। ଅନ୍ତତଃ ଥରେ ୩୦ ଗଜ ଉପରେ ଖେଳିବାକୁ ମୁଁ ତାଙ୍କୁ ପ୍ରବର୍ତ୍ତାଉଛି, ହେଲେ ସେ (ପୂଜାରା) ରାଜି ହେଉ ନାହାନ୍ତି, ବିଭିନ୍ନ ବାହାନା କରି ଖସି ଯାଉଛନ୍ତି। ଅଶ୍ବିନ ଏହା ଶୁଣି କହିଥିଲେ ଯେ ପୂଜାରା ଯଦି ଆସନ୍ତା ଇଂଲଣ୍ଡ ଶୃଙ୍ଖଳାରେ ମୋଇନ ଅଲ୍ଲା କିମ୍ବା ଅନ୍ୟ କୌଣସି ଇଂଲିସ୍ ସ୍ପିନରଙ୍କୁ ଆଗକୁ ଆସି ୩୦ ଗଜ ଉପରେ ଉପରେ ସଟ୍ ଖେଳନ୍ତି, ତାହାଲେ ମୁଁ ମୋ ଫାଳେ ନିଶକାଟି ଖେଳିବାକୁ ଆସିବି, ଏହା ଏକ ଖୋଲା ଆହ୍ବାନ। ହେଲେ ଏହି ଆହ୍ବାନ ପୂଜାରା ଗ୍ରହଣ କରିବା ନେଇ ରାଠୋର ସନ୍ଦେହ ପ୍ରକଟ କରି କହିଥିଲେ ଏହା ଏକ ବଡ଼ ଆହ୍ବାନ, ଆଶା କରୁଛି ସେ (ପୂଜାରା) ଏହି ଆହ୍ବାନ ଗ୍ରହଣ କରିବେ। ହେଲେ ସେ ଏହାକୁ ଗ୍ରହଣ କରିବେ ବୋଲି ମୋର ବିଶ୍ବାସ ହେଉନି।

ସୂଚନାଯୋଗ୍ୟ ଯେ ନିଜ ଅପୂର୍ବ ଏକାଗ୍ରତା ଏବଂ ଶୃଙ୍ଖଳିତ ବ୍ୟାଟିଂ ପାଇଁ ପରିଚିତ ପୂଜାରାଙ୍କୁ ଅଶ୍ବିନ ଅନେକବାର ତାଙ୍କ ମାତ୍ରାଧିକ ଦାୟିତ୍ବସଂପନ୍ନ ଷ୍ଟ୍ରୋକ୍ ପ୍ଲେଇଂ ପାଇଁ କଟାକ୍ଷ କରି ଥାନ୍ତି। ନାଥନ ଲାୟନଙ୍କ ଭଳି ବୋଲରଙ୍କୁ ପୂଜାରା ମାତ୍ରାଧିକ ସମ୍ମାନ ଦିଅନ୍ତି ବୋଲି ଭାବିନ୍ତି। ହେଲେ ରାଠୋର ତାଙ୍କ ସହ ଏହି କ୍ଷେତ୍ରରେ ଏକମତ ହୋଇ ନଥିଲେ। ଲାୟନଙ୍କ ବିରୋଧରେ ପୂଜାରାଙ୍କ ହାରାହରି ୫୦ରୁ ଅଧିକ। ଏଣୁ ଲାୟନଙ୍କୁ ସେ ଡରନ୍ତି କିମ୍ବା ଭୟ କରନ୍ତି ବୋଲି ଆମେ କହି ପାରିବା ନାହିଁ ବୋଲି ଅଶ୍ବିନଙ୍କୁ ଉତ୍ତର ଦେଇଥିଲେ ସେ । ଉଭୟ ଅଶ୍ବିନ ଏବଂ ପୂଜାରା ଫେବ୍ରୁଆରି ୫ରୁ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷରେ ଖେଳୁଥିବା ଦେଖିବାକୁ ମିଳିବେ। ଏଣୁ ଅଶ୍ବିନଙ୍କ ଏହି ଆହ୍ବାନଙ୍କୁ ପୂଜାରା ଗ୍ରହଣ କରୁଛନ୍ତି କି ନାହିଁ ସେ କଥା ଦେଖିବାକୁ କ୍ରିକେଟ୍ପ୍ରେମୀ ଚାହିଁ ବସିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe