ଏସୀୟ କାଂସ୍ୟ ବିଜେତା ସୁଖଚେନ୍‌ଙ୍କ ପରଲୋକ

Advertisment
ଏସୀୟ କାଂସ୍ୟ ବିଜେତା ସୁଖଚେନ୍‌ଙ୍କ ପରଲୋକ

ପତିଆଲା: ଲୋକପ୍ରିୟ କୁସ୍ତି ଯୋଦ୍ଧା ତଥା ୧୯୭୪ ତେହରାନ ଏସୀୟ କ୍ରୀଡ଼ାରେ ଯୁଗଳ କାଂସ୍ୟ ପଦକ ବିଜେତା ସୁଖଚେନ୍‌ ସିଂହ ଚୀମାଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ୬୭ ବର୍ଷୀୟ ଏହି ମଲ୍ଲ ଯୋଦ୍ଧା ବୁଧବାର ସନ୍ଧ୍ୟାରେ ଭାନରି ଗ୍ରାମରେ ଥିବା ନିଜ ଫାର୍ମରୁ ଘରୁକୁ ଫେରୁଥିଲା ପତିଆଲା ବାଇପାସ୍‌ ନିକଟସ୍ଥିତ ଶୀର୍ମାଜରା ଛକ ନିକଟରେ ତାଙ୍କ ବାଇକ୍‌କୁ ଏକ କାର୍‌ ଧକ୍କା ଦେଇଥିଲା। ଆହତ ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରାପ୍ତ ସୁଖଚେନ୍‌ଙ୍କ ପତ୍ନୀ ଏବଂ ଦୁଇ ପୁଅ ରହିଛନ୍ତି। ସୁଖଚେନ୍‌ଙ୍କ ବାପା କୁସ୍ତିଯୋଦ୍ଧା କେଶର ସିଂହ ଚୀମା ଜଣେ ଅଲିମ୍ପିଆନ୍‌ ହୋଇଥିଲା ବେଳେ ପଞ୍ଜାବ ପୁଲିସରେ ଡିଏସ୍‌ପି ଥିବା ପୁଅ ପଲଓ୍ଵିନ୍ଦର ସିଂହ ମଧ୍ୟ ଅଲିମ୍ପିଆନ୍‌। ୨୦୦୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅର୍ଜୁନ ପୁରସ୍କାର ପ୍ରାପ୍ତ ପଲିଓ୍ଵିନ୍ଦର ୧୨୦ କିଲୋଗ୍ରାମ୍‌ ବର୍ଗ କୁସ୍ତିରେ ସ୍ୱର୍ଣ୍ଣ ଜିତିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe