ଏସିଆ କପର ପ୍ରଥମ ମ୍ୟାଚ : ହଂକଂ ଆଗରେ ୧୮୯ ରନର ଲକ୍ଷ୍ୟ ରଖିଲା ଆଫଗାନିସ୍ତାନ

ଆବୁ ଧାବିଠାରେ ଆଜିଠାରୁ ଆରମ୍ଭ ହୋଇଛି ଏସିଆ କପ୍ । ପ୍ରଥମ ମ୍ୟାଚ ହଂକଂ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୮୮ ରନ କରିଥିଲା ।

G0aes-rXYAAaq_C

ଆବୁ ଧାବି : ଆବୁ ଧାବିଠାରେ ଆଜିଠାରୁ ଆରମ୍ଭ ହୋଇଛି ଏସିଆ କପ୍ । ପ୍ରଥମ ମ୍ୟାଚ ହଂକଂ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୮୮ ରନ କରିଥିଲା । ଏହା ଫଳରେ ହଂକଂ ଆଗରେ ୧୮୯ ରନର ଲକ୍ଷ୍ୟ ରହିଛି । ସର୍ବଶେଷ ସୂଚନା ଅନୁସାରେ ହଂକଂ ମାତ୍ର ୧୬ ରନରେ ୩ଟି ଓ୍ବିକେଟ ହରାଇଛି । 

ଏହି ମ୍ୟାଚରେ ଆଫଗାନିସ୍ତାନ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳ ପକ୍ଷରୁ ସେଦିକୁଲ୍ଲା ଅଟଲ୍ ୭୩ ରନ କରିଥିବାବେଳେ ଅଜମାତୁଲ୍ଲା ୫୩ ରନ ଓ ମହମ୍ମଦ ନବି ୩୩ ରନ କରିଥିଲେ । କିନ୍ତୁ ଦଳର ଅନ୍ୟ ବ୍ୟାଟ୍ସମ୍ୟାନମାନେ ଦୁଇ ଅଙ୍କ ଛୁଇଁପାରିନଥିଲେ ।  ହଂକଂ ପକ୍ଷରୁ ଆୟୁଷ ଶୁକ୍ଳା ଓ କିଞ୍ଚିତ୍ ଶାହ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସେହିପରି ଅତିକ ଇକବାଲ ଓ ଏହସାନ ଖାଁ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe